ଦୀଘା-ତାଳସାରୀରେ ୧୦ ଫୁଟ ଉଚ୍ଚ ଜୁଆର: କୂଳବାସୀ ଭୟଭୀତ

ଭୋଗରାଇ,୧୯।୧୦( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ସାମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଆଶଙ୍କାରେ। ଏଭଳି ସ୍ଥିତିରେ ପୂର୍ଣ୍ଣିମା ସାଙ୍ଗକୁ ଲଘୁଚାପ ଘୁର୍ଣ୍ଣିବଳୟ ସମୁଦ୍ରକୁ ଅଶାନ୍ତ କରିଦେଇଛି। ଶନିବାର ଦୀଘା ଉପକୂଳରେ ୧୦ ଫୁଟ ଉଚ୍ଚର ଜୁଆର ଦେଖାଦେଇଛି। ଏପରିକି ଜୁଆର ମାଡି ଆସି ତଟସୁରକ୍ଷା ବନ୍ଧରେ ମାଡ଼ ହେଉଛି। ଦୀଘାରୁ କୀର୍ତ୍ତିନିଆ ୧୫କି.ମି. ପର୍ଯ୍ୟନ୍ତ କୂଳବାସୀ ସମୁଦ୍ରର ଏପରି ଭୟଙ୍କର ରୂପ ଦେଖି ଭୟ ଏବଂ ଆଶଙ୍କାର ରହିଛନ୍ତି। ଶୁକ୍ରବାର ଦିନ ଓ […] The post ଦୀଘା-ତାଳସାରୀରେ ୧୦ ଫୁଟ ଉଚ୍ଚ ଜୁଆର: କୂଳବାସୀ ଭୟଭୀତ appeared first on Dharitri Odia News.

ଦୀଘା-ତାଳସାରୀରେ ୧୦ ଫୁଟ ଉଚ୍ଚ ଜୁଆର: କୂଳବାସୀ ଭୟଭୀତ

ଭୋଗରାଇ,୧୯।୧୦( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ସାମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଆଶଙ୍କାରେ। ଏଭଳି ସ୍ଥିତିରେ ପୂର୍ଣ୍ଣିମା ସାଙ୍ଗକୁ ଲଘୁଚାପ ଘୁର୍ଣ୍ଣିବଳୟ ସମୁଦ୍ରକୁ ଅଶାନ୍ତ କରିଦେଇଛି। ଶନିବାର ଦୀଘା ଉପକୂଳରେ ୧୦ ଫୁଟ ଉଚ୍ଚର ଜୁଆର ଦେଖାଦେଇଛି। ଏପରିକି ଜୁଆର ମାଡି ଆସି ତଟସୁରକ୍ଷା ବନ୍ଧରେ ମାଡ଼ ହେଉଛି। ଦୀଘାରୁ କୀର୍ତ୍ତିନିଆ ୧୫କି.ମି. ପର୍ଯ୍ୟନ୍ତ କୂଳବାସୀ ସମୁଦ୍ରର ଏପରି ଭୟଙ୍କର ରୂପ ଦେଖି ଭୟ ଏବଂ ଆଶଙ୍କାର ରହିଛନ୍ତି।

ଶୁକ୍ରବାର ଦିନ ଓ ରାତିରେ ସମୁଦ୍ରର ଉତ୍ତାଳ ଢେଉ ପଥର ବନ୍ଧ ଡେଇଁ ଦୀଘା ସୈକତ ସହରରେ ପ୍ରବେଶ କରିଥିଲା। ଫଳରେ ହଜାର ହଜାର ପର୍ଯ୍ୟଟକ ଏହାର ମଜା ମଧ୍ୟ ଉଠାଇଥିଲେ। ଅନ୍ୟପକ୍ଷେ ଉଦୟପୁର, ତାଳସାରୀ, କୀର୍ତ୍ତିନିଆ, ଚୌମୁଖ, ଡଗରା ସମୁଦ୍ର କୂଳରେ ଜୁଆର ମାଡ଼ି ଆସିଥିଲା। ଫଳରେ କୂଳବାସୀ ଭୟଭୀତ ଥିବା ବେଳେ କୂଳରେ ଥିବା ଡ଼ଙ୍ଗାଗୁଡିକ ଭାଙ୍ଗି ଯାଇଥିବା ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ୨୦୨୧ରେ ବାତ୍ୟା ୟାସ ସାମୁଦ୍ରିକ ଝଡ଼ ବାଲେଶ୍ୱର ଉପକୂଳରେ ତାଣ୍ଡବ ରଚିଥିଲା। ଏପରିକି ସମୁଦ୍ରରୁ ୧୫ ଫୁଟ ଉଚ୍ଚର ଜୁଆର କୂଳକୁ ମାଡି ଆସି ଶତାଧିକ ଗାଁରେ ପ୍ରବେଶ କରିଥିଲା। ଏପରିକି ଲୁଣାଜଳ ଗାଁରେ ପଶି କ୍ଷୟକ୍ଷତି କରି ଚାଷ ଉଜାଡ଼ି ଦେଇଥିଲା।

 

 

The post ଦୀଘା-ତାଳସାରୀରେ ୧୦ ଫୁଟ ଉଚ୍ଚ ଜୁଆର: କୂଳବାସୀ ଭୟଭୀତ appeared first on Dharitri Odia News.