କ୍ୟାପ୍ଟେନ୍ସିପ୍ ଛାଡ଼ନ୍ତୁ ରୋହିତ ଶର୍ମା: ଆଡିଲେଡ୍ରେ ଦୁର୍ବଳ ପ୍ରଦର୍ଶନ ପରେ ଫ୍ୟାନ୍ଙ୍କ ଅସନ୍ତୋଷ
ନୂଆଦିଲ୍ଲୀ: ଆଡିଲେଡର ଓଭାଲ୍ରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ଭାରତ ସ୍ଥିତି ଦୁର୍ବଳ ରହିଛି। ଭାରତୀୟ ଟିମ୍ ଏବେ ବି ୨୯ ରନ୍ ପଛରେ ରହିଥିବା ବେଳେ ୫ ୱିକେଟ୍ ହରାଇଛି। ନଟ୍ ଆଉଟ୍ ଅଛନ୍ତି ଋଷବ ପନ୍ତ(୨୮) ଓ ନୀତୀଶ କୁମାର ରେଡ୍ଡୀ(୧୫*)। ଟିମ୍ ଇଣ୍ଡିଆର ଏଭଳି ଦୁର୍ବଳ ପ୍ରଦର୍ଶନ ପାଇଁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ତୀବ୍ର ସମାଲୋଚନା କରାଯାଉଛି। ପିଙ୍କ୍ ବଲ୍ ଟେଷ୍ଟର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ନିଜର ବ୍ୟାଟିଂ ଜାରି ରଖି ପ୍ରଥମ ଇନିଂସରେ ୩୩୭ ରନ୍ କରି ଭାରତ ଆଗରେ ୧୫୭ ରନ୍ ଲିଡ୍ ଦେଇଥିଲା। ଦଳ ପକ୍ଷରୁ ଟ୍ରାଭିସ୍ ହେଡ୍ ୧୪୦ ରନ୍ର ଶତକୀୟ ଇନିଂସ୍ ଖେଳିଥିଲେ।ଅନ୍ୟପଟେ ଦ୍ୱିତୀୟ ଇନିଂସରେ ଭାରତୀୟ ଟିମ୍ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଜୈସ୍ୱାଲ ଏବଂ କେଏଲ୍ ରାହୁଲଙ୍କ ଓପନିଂ ଯୋଡ଼ି ପୁଣି ଥରେ ବିଫଳ ହୋଇଥିଲା, ଏବଂ ଦୁହେଁ ଶସ୍ତାରେ ପାଭିଲିୟନ ଫେରିଥିଲେ। ତେବେ ଟ୍ରାଭିସ ହେଡ୍ଙ୍କ ଧୂଆଁଦାର ବ୍ୟାଟିଂ ପରେ ସୋସିଆଲ୍ ମିଡିଆରେ ରୋହିତ ଶର୍ମାଙ୍କ କଡ଼ା ସମାଲୋଚନା ହେଉଛି। ରୋହିତ ଶର୍ମାଙ୍କ ଦୁର୍ବଳ ବୋଲର ଚୟନ ଯୋଗୁ ଏଭଳି ସ୍ଥିତି ଉପୁଜିଲା ବୋଲି ନେଟିଜେନ୍ସ ଏକ୍ସରେ ସମାଲୋଚନା କରୁଛନ୍ତି। ନିକଟରେ ରୋହିତ ଶର୍ମା ବାପା ହେବା ପରେ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଖେଳି ନଥିଲେ ରୋହିତ ଶର୍ମା। ଏଥିରେ ଜସ୍ପ୍ରୀତ ବୁମ୍ରା ନେତୃତ୍ୱ ନେଇ ଟିମ୍କୁ ୨୯୫ ରନ୍ରେ ଜିତାଇଥିଲେ।ଦ୍ୱିତୀୟ
ନୂଆଦିଲ୍ଲୀ: ଆଡିଲେଡର ଓଭାଲ୍ରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ଭାରତ ସ୍ଥିତି ଦୁର୍ବଳ ରହିଛି। ଭାରତୀୟ ଟିମ୍ ଏବେ ବି ୨୯ ରନ୍ ପଛରେ ରହିଥିବା ବେଳେ ୫ ୱିକେଟ୍ ହରାଇଛି। ନଟ୍ ଆଉଟ୍ ଅଛନ୍ତି ଋଷବ ପନ୍ତ(୨୮) ଓ ନୀତୀଶ କୁମାର ରେଡ୍ଡୀ(୧୫*)। ଟିମ୍ ଇଣ୍ଡିଆର ଏଭଳି ଦୁର୍ବଳ ପ୍ରଦର୍ଶନ ପାଇଁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ତୀବ୍ର ସମାଲୋଚନା କରାଯାଉଛି।
ପିଙ୍କ୍ ବଲ୍ ଟେଷ୍ଟର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ନିଜର ବ୍ୟାଟିଂ ଜାରି ରଖି ପ୍ରଥମ ଇନିଂସରେ ୩୩୭ ରନ୍ କରି ଭାରତ ଆଗରେ ୧୫୭ ରନ୍ ଲିଡ୍ ଦେଇଥିଲା। ଦଳ ପକ୍ଷରୁ ଟ୍ରାଭିସ୍ ହେଡ୍ ୧୪୦ ରନ୍ର ଶତକୀୟ ଇନିଂସ୍ ଖେଳିଥିଲେ।
ଅନ୍ୟପଟେ ଦ୍ୱିତୀୟ ଇନିଂସରେ ଭାରତୀୟ ଟିମ୍ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଜୈସ୍ୱାଲ ଏବଂ କେଏଲ୍ ରାହୁଲଙ୍କ ଓପନିଂ ଯୋଡ଼ି ପୁଣି ଥରେ ବିଫଳ ହୋଇଥିଲା, ଏବଂ ଦୁହେଁ ଶସ୍ତାରେ ପାଭିଲିୟନ ଫେରିଥିଲେ।
ତେବେ ଟ୍ରାଭିସ ହେଡ୍ଙ୍କ ଧୂଆଁଦାର ବ୍ୟାଟିଂ ପରେ ସୋସିଆଲ୍ ମିଡିଆରେ ରୋହିତ ଶର୍ମାଙ୍କ କଡ଼ା ସମାଲୋଚନା ହେଉଛି। ରୋହିତ ଶର୍ମାଙ୍କ ଦୁର୍ବଳ ବୋଲର ଚୟନ ଯୋଗୁ ଏଭଳି ସ୍ଥିତି ଉପୁଜିଲା ବୋଲି ନେଟିଜେନ୍ସ ଏକ୍ସରେ ସମାଲୋଚନା କରୁଛନ୍ତି। ନିକଟରେ ରୋହିତ ଶର୍ମା ବାପା ହେବା ପରେ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଖେଳି ନଥିଲେ ରୋହିତ ଶର୍ମା। ଏଥିରେ ଜସ୍ପ୍ରୀତ ବୁମ୍ରା ନେତୃତ୍ୱ ନେଇ ଟିମ୍କୁ ୨୯୫ ରନ୍ରେ ଜିତାଇଥିଲେ।
ଦ୍ୱିତୀୟ ଟେଷ୍ଟରେ ରୋହିତଙ୍କ କମ୍ବ୍ୟାକ୍ ପରେ ଆରମ୍ଭରୁ ଦଳ ଖରାପ ପ୍ରଦର୍ଶନ କରିଛି। ଯାହାକୁ ନେଇ ଲୋକେ ରୋହିତଙ୍କ ଉପରେ ଅଶନ୍ତୋଷ ପ୍ରକାଶ କରିଛନ୍ତି। ସେ ତୁରନ୍ତ ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡ଼ି ଦେବା ଦରକାର ବୋଲି ସୋସିଆଲ୍ ମିଡିଆ ୟୁଜର କହିଛନ୍ତି।