ରାମେଶ୍ଵରମ୍ କ୍ୟାଫେ ପରେ ଆଉ ଏକ ବ୍ଲାଷ୍ଟ, କର୍ଣ୍ଣାଟକ ସିଏମ୍ଙ୍କୁ ଧମକପୂର୍ଣ୍ଣ ଇମେଲ୍
ମୁମ୍ଵାଇ ୦୬।୦୩: ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳର ରାମେଶ୍ଵରମ କ୍ୟାଫେରେ ଏକ ବିସ୍ଫୋରଣ ହୋଇଥିଲା । ବର୍ତ୍ତମାନ କର୍ଣ୍ଣାଟକ ସିଏମ୍ଙ୍କୁ ଧମକପୂର୍ଣ୍ଣ ଇମେଲ୍ ଆସିଛି। ଶନିବାର (ମାର୍ଚ୍ଚ ୯) ଅପରାହ୍ନ ୨.୪୮ରେ ବେଙ୍ଗାଲୁରୁରେ ଆଉ ଏକ ବିସ୍ଫୋରଣ ହେବ ବୋଲି ଧମକ ମିଳିଛି । ସାହିଦ୍ ନାମକ ଜଣେ ବ୍ୟକ୍ତି ଦ୍ଵାରା ଏହି ମେଲ୍ ପଠାଯାଇଛି । ଏବେ ପୋଲିସ ବିଭାଗରେ ଏହି ଖବର ହଇଚଇ ସୃଷ୍ଟି କରିଛି । ଏନେଇ ସାଇବର କ୍ରାଇମ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଧମକପୂର୍ଣ୍ଣ ଇମେଲରେ କୁହାଯାଇଛି ଯେ ବସ୍, ଟ୍ରେନ୍, ମନ୍ଦିର ଏବଂ ରେଷ୍ଟୁରାଣ୍ଟ ପରି ସର୍ବସାଧାରଣ ସ୍ଥାନରେ ବୋମା ଲଗାଯାଇଛି। ଏହା ମଧ୍ୟ ଲେଖାଯାଇଛି ଯେ ଅମ୍ବାରି ଉତ୍ସବ (କାର୍ନିଭାଲ) ପରି ଏକ ସାଧାରଣ କାର୍ଯ୍ୟକ୍ରମରେ ଏହି ବିସ୍ଫୋରଣ ମଧ୍ୟ ହୋଇପାରେ। ଇମେଲ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସତର୍କତା ଅବଲମ୍ଵନ କରି ପୋଲିସ୍ କର୍ଣ୍ଣାଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଗାଡି ମୋଟର ଗୁଡିକ ଯାଞ୍ଚ କରାଯାଉଛି । ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସ ନଜର ରଖିଛି। ଇମେଲରେ ଅଭିଯୁକ୍ତମାନେ ସହରରେ ବୋମା ବିସ୍ଫୋରଣକୁ ରୋକିବା ପାଇଁ ୨.୫ ମିଲିୟନ୍ ଡଲାରର ଦାବି କରିଛନ୍ତି। କହିବାକୁଗଲେ ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ହାଇ ପ୍ରୋଫାଇଲ୍ ବ୍ରୁକଫିଲ୍ଡ ଅଞ୍ଚଳରେ ଅବସ୍ଥିତ ରମେଶ୍ୱରମ୍ କାଫେରେ ଏହି ବିସ୍ଫୋରଣ ହୋଇଥିଲା। ଏହି ବ
ମୁମ୍ଵାଇ ୦୬।୦୩: ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳର ରାମେଶ୍ଵରମ କ୍ୟାଫେରେ ଏକ ବିସ୍ଫୋରଣ ହୋଇଥିଲା । ବର୍ତ୍ତମାନ କର୍ଣ୍ଣାଟକ ସିଏମ୍ଙ୍କୁ ଧମକପୂର୍ଣ୍ଣ ଇମେଲ୍ ଆସିଛି। ଶନିବାର (ମାର୍ଚ୍ଚ ୯) ଅପରାହ୍ନ ୨.୪୮ରେ ବେଙ୍ଗାଲୁରୁରେ ଆଉ ଏକ ବିସ୍ଫୋରଣ ହେବ ବୋଲି ଧମକ ମିଳିଛି । ସାହିଦ୍ ନାମକ ଜଣେ ବ୍ୟକ୍ତି ଦ୍ଵାରା ଏହି ମେଲ୍ ପଠାଯାଇଛି । ଏବେ ପୋଲିସ ବିଭାଗରେ ଏହି ଖବର ହଇଚଇ ସୃଷ୍ଟି କରିଛି । ଏନେଇ ସାଇବର କ୍ରାଇମ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଧମକପୂର୍ଣ୍ଣ ଇମେଲରେ କୁହାଯାଇଛି ଯେ ବସ୍, ଟ୍ରେନ୍, ମନ୍ଦିର ଏବଂ ରେଷ୍ଟୁରାଣ୍ଟ ପରି ସର୍ବସାଧାରଣ ସ୍ଥାନରେ ବୋମା ଲଗାଯାଇଛି। ଏହା ମଧ୍ୟ ଲେଖାଯାଇଛି ଯେ ଅମ୍ବାରି ଉତ୍ସବ (କାର୍ନିଭାଲ) ପରି ଏକ ସାଧାରଣ କାର୍ଯ୍ୟକ୍ରମରେ ଏହି ବିସ୍ଫୋରଣ ମଧ୍ୟ ହୋଇପାରେ। ଇମେଲ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସତର୍କତା ଅବଲମ୍ଵନ କରି ପୋଲିସ୍ କର୍ଣ୍ଣାଟକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଗାଡି ମୋଟର ଗୁଡିକ ଯାଞ୍ଚ କରାଯାଉଛି । ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସ ନଜର ରଖିଛି। ଇମେଲରେ ଅଭିଯୁକ୍ତମାନେ ସହରରେ ବୋମା ବିସ୍ଫୋରଣକୁ ରୋକିବା ପାଇଁ ୨.୫ ମିଲିୟନ୍ ଡଲାରର ଦାବି କରିଛନ୍ତି।
କହିବାକୁଗଲେ ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ହାଇ ପ୍ରୋଫାଇଲ୍ ବ୍ରୁକଫିଲ୍ଡ ଅଞ୍ଚଳରେ ଅବସ୍ଥିତ ରମେଶ୍ୱରମ୍ କାଫେରେ ଏହି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି। ସବୁ ଯାଞ୍ଚ ପରେ ପୋଲିସ ଏହି ମାମଲାକୁ ସଂପୂର୍ଣ୍ଣ ଭାବେ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା। ଏହି ବିସ୍ଫୋରଣ ମାମଲାରେ ଜୁନେଦ ଏବଂ ସଲମାନ ନାମକ ଦୁଇଜଣ ଆତଙ୍କବାଦୀ ସମ୍ପୃକ୍ତ ବୋଲି ଗୁପ୍ତଚର ସଂସ୍ଥା ସନ୍ଦେହ କରୁଛି। ଉଭୟ ବର୍ତ୍ତମାନ ଆଜେରବାଇଜାନରେ ଉପସ୍ଥିତ ଅଛନ୍ତି। ଦୁହିଁଙ୍କ ଲୋକେସନ ପ୍ରଥମେ ଦୁବାଇରେ ମିଳିଥିଲା, କିନ୍ତୁ ପରେ ସେମାନେ ସେଠାରୁ ପଳାଇ ଯାଇଥିଲେ। ଉଭୟ ଲଶ୍କର ମଡ୍ୟୁଲର ସଦସ୍ୟ ବୋଲି କୁହାଯାଇଥିଲା।
wp:embed {"url":"https://www.prameyanews7.com/india-first-under-water-metro-tunnel-inauguration/","type":"wp-embed","providerNameSlug":"prameya-news-7"}