କ୍ୟାବିନେଟରେ ୧୬,୩୦୦ କୋଟି ଟଙ୍କାର ଜାତୀୟ ଖଣିଜ ମିଶନକୁ ମଞ୍ଜୁରି, ଇଥାନଲ୍ କ୍ରୟ ମୂଲ୍ୟକୁ ବଢାଇଲେ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ୧୬,୩୦୦ କୋଟି ଟଙ୍କାର ଖଣିଜ ମିଶନକୁ ମଞ୍ଜୁରି ଦେଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏହି ସୂଚନା ଦେଇଛନ୍ତି । ଏହାସହ କ୍ୟାବିନେଟ୍ C ଶ୍ରେଣୀ ଗୁଡ଼ରୁ ଉତ୍ପାଦିତ ହେଉଥିବା ଇଥାନଲର ଏକ୍ସ-ମିଲ୍ ମୂଲ୍ୟକୁ ପ୍ରତି ଲିଟର ୫୬.୨୮ ଟଙ୍କାରୁ ବଢାଇ ୫୭.୯୭ ଟଙ୍କା ପ୍ରତି ଲିଟର କରିବା ପାଇଁ ମଞ୍ଜୁରି ଦେଇଛନ୍ତି । ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଇଥାନଲର ମୂଲ୍ୟ ୨୦୨୨-୨୩ ବର୍ଷ ପରଠୁ ବଢାଯାଇନଥିଲା ।କେନ୍ଦ୍ର ମନ୍ତ୍ରିମଣ୍ଡଳ ବୁଧବାର ଚଳିତ ବର୍ଷ ଅକ୍ଟୋବର ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ବର୍ଷ ପାଇଁ ଇଥାନଲର ବର୍ଦ୍ଧିତ ମୂଲ୍ୟ ଘୋଷଣା କରିଛନ୍ତି । C ଶ୍ରେଣୀ ଗୁଡ଼ରୁ ପ୍ରସ୍ତୁତ ହେଉଥିବା ଇଥାନଲ ମୂଲ୍ୟକୁ ୧.୬୯ ଟଙ୍କା ବଢାଇ ୫୭.୯୭ ଟଙ୍କା ପ୍ରତି ଲିଟର କରିବା ପାଇଁ ମଞ୍ଜୁରି ମିଳିଛି । ସେହିପରି B ଶ୍ରେଣୀ ଗୁଡ଼ ଏବଂ ଆଖୁ ରସ/ଚିନି/ଚିନି ସିରପରୁ ଉତ୍ପାଦିତ ହେଉଥିବା ଇଥାନଲ୍ର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହାର ମୂଲ୍ୟ ପୂର୍ବପରି ଯଥାକ୍ରମେ: ୬୦.୭୩ ଟଙ୍କା ଏବଂ ୬୫.୬୧ ଟଙ୍କା ପ୍ରତି ଲିଟର ରହିଛି ।ଇଥାନଲର ମୂଲ୍ୟ ବଢାଇବା ନିଷ୍ପତ୍ତି ଆର୍ଥିକ ମାମଲାର ମନ୍ତ୍ରିମଣ୍ଡଳ ସମିତି ଦ୍ୱାରା ନିଆଯାଇଛି । ଏ ବାବାଦରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଇଥାନଲ ସପ୍ଲାଇ ଇୟର (ଇଏସୱାଇ) ୨୦୨୪-୨୫ ପାଇଁ ସାର୍ବଜନୀନ କ୍ଷେତ୍ରରେ ବ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ୧୬,୩୦୦ କୋଟି ଟଙ୍କାର ଖଣିଜ ମିଶନକୁ ମଞ୍ଜୁରି ଦେଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏହି ସୂଚନା ଦେଇଛନ୍ତି । ଏହାସହ କ୍ୟାବିନେଟ୍ C ଶ୍ରେଣୀ ଗୁଡ଼ରୁ ଉତ୍ପାଦିତ ହେଉଥିବା ଇଥାନଲର ଏକ୍ସ-ମିଲ୍ ମୂଲ୍ୟକୁ ପ୍ରତି ଲିଟର ୫୬.୨୮ ଟଙ୍କାରୁ ବଢାଇ ୫୭.୯୭ ଟଙ୍କା ପ୍ରତି ଲିଟର କରିବା ପାଇଁ ମଞ୍ଜୁରି ଦେଇଛନ୍ତି । ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଇଥାନଲର ମୂଲ୍ୟ ୨୦୨୨-୨୩ ବର୍ଷ ପରଠୁ ବଢାଯାଇନଥିଲା ।
କେନ୍ଦ୍ର ମନ୍ତ୍ରିମଣ୍ଡଳ ବୁଧବାର ଚଳିତ ବର୍ଷ ଅକ୍ଟୋବର ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ବର୍ଷ ପାଇଁ ଇଥାନଲର ବର୍ଦ୍ଧିତ ମୂଲ୍ୟ ଘୋଷଣା କରିଛନ୍ତି । C ଶ୍ରେଣୀ ଗୁଡ଼ରୁ ପ୍ରସ୍ତୁତ ହେଉଥିବା ଇଥାନଲ ମୂଲ୍ୟକୁ ୧.୬୯ ଟଙ୍କା ବଢାଇ ୫୭.୯୭ ଟଙ୍କା ପ୍ରତି ଲିଟର କରିବା ପାଇଁ ମଞ୍ଜୁରି ମିଳିଛି । ସେହିପରି B ଶ୍ରେଣୀ ଗୁଡ଼ ଏବଂ ଆଖୁ ରସ/ଚିନି/ଚିନି ସିରପରୁ ଉତ୍ପାଦିତ ହେଉଥିବା ଇଥାନଲ୍ର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହାର ମୂଲ୍ୟ ପୂର୍ବପରି ଯଥାକ୍ରମେ: ୬୦.୭୩ ଟଙ୍କା ଏବଂ ୬୫.୬୧ ଟଙ୍କା ପ୍ରତି ଲିଟର ରହିଛି ।
ଇଥାନଲର ମୂଲ୍ୟ ବଢାଇବା ନିଷ୍ପତ୍ତି ଆର୍ଥିକ ମାମଲାର ମନ୍ତ୍ରିମଣ୍ଡଳ ସମିତି ଦ୍ୱାରା ନିଆଯାଇଛି । ଏ ବାବାଦରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଇଥାନଲ ସପ୍ଲାଇ ଇୟର (ଇଏସୱାଇ) ୨୦୨୪-୨୫ ପାଇଁ ସାର୍ବଜନୀନ କ୍ଷେତ୍ରରେ ବିପଣନ କମ୍ପାନି ପାଇଁ ଇଥାନଲ୍ କ୍ରୟ ମୂଲ୍ୟରେ ସଂଶୋଧନକୁ ମଞ୍ଜୁରି ଦିଆଯାଇଛି । ସରକାର ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟକୁ ୨୦୩୦ରୁ ହ୍ରାସ କରି ଇଥାନଲ୍ ବର୍ଷ ୨୦୨୫-୨୬ କରିଛନ୍ତି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି, 'ଏହି ଦିଗରେ ଏକ ବଡ଼ ପଦକ୍ଷେପ ନେଇ, ତେଲ ବିପଣନ କମ୍ପାନିଗୁଡ଼ିକୁ ଚଳିତ ଇଏସୱାଇ ୨୦୨୪-୨୫ରେ ୧୮ ପ୍ରତିଶତ ଇଥାନଲ ମିଶ୍ରଣ ନେଇ ଯୋଜନା କରାଯାଇଛି ।'