କ୍ୟାମେରାମ୍ୟାନ୍ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା
ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏବଂ ରୋହିତ ଶର୍ମାଙ୍କୁ ନେଇ ବିଶେଷ ଆଲୋଚନା ହୋଇଥିଲା। ଏବେ ରୋହିତ ଶର୍ମାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଡିଓ ବନ୍ଦ କରିବାକୁ କ୍ୟାମେରାମ୍ୟାନଙ୍କୁ ଅନୁରୋଧ କରୁଛନ୍ତି। ୱାଙ୍ଖେଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ ୨୦୨୪ ମ୍ୟାଚ ପୂର୍ବରୁ ରୋହିତ […] The post କ୍ୟାମେରାମ୍ୟାନ୍ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା appeared first on Dharitri Odia News.
ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏବଂ ରୋହିତ ଶର୍ମାଙ୍କୁ ନେଇ ବିଶେଷ ଆଲୋଚନା ହୋଇଥିଲା। ଏବେ ରୋହିତ ଶର୍ମାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଡିଓ ବନ୍ଦ କରିବାକୁ କ୍ୟାମେରାମ୍ୟାନଙ୍କୁ ଅନୁରୋଧ କରୁଛନ୍ତି।
ୱାଙ୍ଖେଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ ୨୦୨୪ ମ୍ୟାଚ ପୂର୍ବରୁ ରୋହିତ ତାଙ୍କ ସାଥୀ ଧୱଲ କୁଲକର୍ଣ୍ଣିଙ୍କ ସହ ଥଟ୍ଟା କରୁଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ତା’ପରେ ଷ୍ଟାର୍ ସ୍ପୋର୍ଟସ ଦ୍ୱାରା ରେକର୍ଡ ହୋଇଥିବା ଏହି ଭିଡିଓ କ୍ଲିପ ରେ ରୋହିତ କୁହନ୍ତି – ଭାଇ, ଅଡିଓ ବନ୍ଦ କର। ପୂର୍ବରୁ ଗୋଟିଏ ଅଡିଓ ମୋର ଶୁଆଇ ଦେଇନାହିଁ।
କିଛି ଦିନ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ସହକାରୀ କୋଚ ଅଭିଷେକ ନାୟାରଙ୍କ ସହ ତାଙ୍କର ଆକର୍ଷଣୀୟ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ରୋହିତ ଶୁଣିବାକୁ ପାଇଥିଲେ – ପ୍ରତ୍ୟେକ ଜିନିଷ ବଦଳୁଛି … ଏହା ସେମାନଙ୍କ ଉପରେ ନିର୍ଭର କରେ … ଯାହା ବି ହେଉ, ତାହା ମୋର ଘର,ମୁଁ ସେହି ମନ୍ଦିର ନିର୍ମାଣ କରିଛି।
ଏହି ଭିଡିଓ ପରେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାକୁ ଆସିଥିଲେ। ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଥିଲା। ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସେମାନଙ୍କର ନୂତନ ଅଧିନାୟକ କରିପାରିଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଏହାର ସମସ୍ତ ଆଇପିଏଲ ଟାଇଟଲ ଜିତିଥିଲା।
https://x.com/Iconic_Hitman/status/1788977747865293177
The post କ୍ୟାମେରାମ୍ୟାନ୍ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା appeared first on Dharitri Odia News.