କ୍ୟାମେରାରେ କଏଦ ହେଲା ଭିଡିଓ, ରେଡ୍ ବେଳେ ଟଙ୍କା ବ୍ୟାଗ୍ ଫିଙ୍ଗିଦେଲେ…
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ରେ଼ଡ୍ ବେଳେ ଟଙ୍କା ବ୍ୟାଗ ଫୋପାଡୁଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର। ୧ ଲକ୍ଷ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ... The post କ୍ୟାମେରାରେ କଏଦ ହେଲା ଭିଡିଓ, ରେଡ୍ ବେଳେ ଟଙ୍କା ବ୍ୟାଗ୍ ଫିଙ୍ଗିଦେଲେ… appeared first on .
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ରେ଼ଡ୍ ବେଳେ ଟଙ୍କା ବ୍ୟାଗ ଫୋପାଡୁଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର। ୧ ଲକ୍ଷ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଘର ବାହାରକୁ ଫୋପାଡୁଥିଲେ ବାବୁ। ଦ୍ୱିତୀୟ ଦିନରେ ମାରାଥନ ରେଡ଼ ବେଳେ ଅନେକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଫ୍ଲାଟ ସମେତ ଅନ୍ୟାନ୍ୟ ସ୍ଥାନରେ ମାରାଥନ ରେଡ଼ କରିଥିଲା। କାଲିଠାରୁ ୧୦ଟି ସ୍ଥାନରେ ଚାଲିଛି ଚଢାଉ। ରେଡ଼ ବେଳେ ଗତକାଲି ବାବୁଙ୍କର ଗୋଟିଏ ବହୁତଳ ପ୍ରାସାଦ, ୨ ଟି ଫ୍ଲାଟ, ୨ ଟି ମଲରେ ଦୁଇଟି କମର୍ସିଆଲ ଦୋକାନ, ୧୩ଟି ଦାମୀ ପ୍ଲଟ ଠାବ କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ଜେନାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ। ଭିଜିଲାନ୍ସର ଟେକ୍ନିକାଲ ଟିମ ଏବେବି ବାବୁଙ୍କ ଠୁଳ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ଫରେନ ଟ୍ରିପରେ ଖର୍ଚ୍ଚ ନେଇ ଛାନଭିନ ଜାରି ରଖିଛି। ଅନ୍ୟପଟେ କସ୍ମୋପଲିସ ଆପାର୍ଟମେଣ୍ଟରେ ବାବୁଙ୍କ ସହଯୋଗୀଙ୍କ ଫ୍ଲାଟରେ ରେଡ଼ ହୋଇଛି। ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶୋକ ପଣ୍ଡାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଅଶୋକ ହେଉଛନ୍ତି ରାଜକିଶୋରଙ୍କ ସହଯୋଗୀ। ୧୬ ନମ୍ବର ମହଲାରେ ଫ୍ଲାଟର ସାଜସଜା ଦେଖି ଜଳକା ହୋଇଛି ଭିଜିଲାନ୍ସ ।
The post କ୍ୟାମେରାରେ କଏଦ ହେଲା ଭିଡିଓ, ରେଡ୍ ବେଳେ ଟଙ୍କା ବ୍ୟାଗ୍ ଫିଙ୍ଗିଦେଲେ… appeared first on .