କ୍ୟାରିୟର୍‌ର ଶେଷ ଟେଷ୍ଟ ପୂର୍ବରୁ ଓ୍ବାର୍ନରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭିଡିଓ ଜାରି କରି କଲେ ଅପିଲ୍‌

ସିଡନୀ,୨।୧: ଜାନୁଆରୀ ୩ରୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ସିଡନୀରେ ପାକିସ୍ତାନ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳିବେ। କିନ୍ତୁ ଶେଷ ଟେଷ୍ଟ ପୂର୍ବରୁ ୱାର୍ନରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ‘ବ୍ୟାଗି ଗ୍ରୀନ କ୍ୟାପ’ ଚୋରି ହୋଇଯାଇଛି। ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ରିଲିଜ କରି କ୍ୟାପ ଫେରାଇବାକୁ ନିବେଦନ କରିଛନ୍ତି। ୱାର୍ନର କହିଛନ୍ତି, ଯଦି କେହି ବ୍ୟାଗ ଚାହାଁନ୍ତି, ତେବେ ସେ ଏହାକୁ ଦେବେ ଏବଂ […] The post କ୍ୟାରିୟର୍‌ର ଶେଷ ଟେଷ୍ଟ ପୂର୍ବରୁ ଓ୍ବାର୍ନରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭିଡିଓ ଜାରି କରି କଲେ ଅପିଲ୍‌ appeared first on Dharitri Odia News.

କ୍ୟାରିୟର୍‌ର ଶେଷ ଟେଷ୍ଟ ପୂର୍ବରୁ ଓ୍ବାର୍ନରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭିଡିଓ ଜାରି କରି କଲେ ଅପିଲ୍‌

ସିଡନୀ,୨।୧: ଜାନୁଆରୀ ୩ରୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ସିଡନୀରେ ପାକିସ୍ତାନ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳିବେ। କିନ୍ତୁ ଶେଷ ଟେଷ୍ଟ ପୂର୍ବରୁ ୱାର୍ନରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ‘ବ୍ୟାଗି ଗ୍ରୀନ କ୍ୟାପ’ ଚୋରି ହୋଇଯାଇଛି। ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ରିଲିଜ କରି କ୍ୟାପ ଫେରାଇବାକୁ ନିବେଦନ କରିଛନ୍ତି। ୱାର୍ନର କହିଛନ୍ତି, ଯଦି କେହି ବ୍ୟାଗ ଚାହାଁନ୍ତି, ତେବେ ସେ ଏହାକୁ ଦେବେ ଏବଂ ସେହି ବ୍ୟକ୍ତି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।
ଦୁର୍ଭାଗ୍ୟବଶତଃ ଏହା ମୋର ଶେଷ ପନ୍ଥା, କିନ୍ତୁ ମୋ ବ୍ୟାଗ, ଯେଉଁଥିରେ ମୋର ବ୍ୟାଗୀ ଗ୍ରିନ୍‌ କ୍ୟାପ ଥିଲା, ମେଲବୋର୍ନ ବିମାନବନ୍ଦର ଦେଇ ପରିବହନ ହୋଇଥିବା ଲଗେଜରୁ ଚୋରି ହୋଇଯାଇଛି। ଯେଉଁ ବିମାନ ମାଧ୍ୟମରେ ତାଙ୍କ ବ୍ୟାଗ ପରିବହନ କରାଯାଇଥିଲା, ସେମାନେ କହିଥିଲେ ଯେ ସେମାନେ କ୍ୟାମେରାକୁ ଦେଖିଥିଲେ କିନ୍ତୁ ବ୍ୟାଗ ଖୋଲୁଥିବା କିମ୍ବା ବ୍ୟାଗ ନେଇଥିବାର କେହି ଦେଖି ନାହାଁନ୍ତି। ତଥାପି କ୍ୟାମେରା ଫୁଟେଜରେ କିଛି ଅନ୍ଧାରୁଆ ଦାଗ ରହିଥିଲା। ସେହି କ୍ୟାପ ତାଙ୍କ ପାଇଁ ଭାବପ୍ରବଣ ବୋଲି ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ଭିଡିଓରେ ୱାର୍ନର କହିଛନ୍ତି।
ୱାର୍ନର ଆହୁରି ମଧ୍ୟ କହିଛନ୍ତି,ଯଦି କେହି ବ୍ୟାଗ ଚାହାଁନ୍ତି, ତେବେ ସେମାନଙ୍କ ପାଖରେ ଏକ୍ସଟ୍ରା ଅଛି। ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ଯଦି ଆପଣ ମୋର ବାଗି ଗ୍ରୀନ କ୍ୟାପ୍‌ ଫେରାନ୍ତି ତେବେ ମୁଁ ଖୁସି ହେବି। ଅଷ୍ଟ୍ରେଲୀୟ ଖେଳାଳିମାନେ ପ୍ରାୟତଃ ଟେଷ୍ଟ କ୍ରିକେଟରେ ବ୍ୟାଗୀ ସବୁଜ କ୍ୟାପ ପିନ୍ଧିଥିବାର ଦେଖାଯାଏ ।
ଜାନୁଆରୀ ୨ରୁ ସିଡନୀରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ୱାର୍ଣ୍ଣରଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ହେବ। ଶେଷ ଟେଷ୍ଟ ଖେଳିବା ପୂର୍ବରୁ ୱାର୍ନର ମଧ୍ୟ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

 

View this post on Instagram

 

A post shared by David Warner (@davidwarner31)

 

The post କ୍ୟାରିୟର୍‌ର ଶେଷ ଟେଷ୍ଟ ପୂର୍ବରୁ ଓ୍ବାର୍ନରଙ୍କୁ ଲାଗିଲା ବଡ଼ ଝଟ୍‌କା: ଭିଡିଓ ଜାରି କରି କଲେ ଅପିଲ୍‌ appeared first on Dharitri Odia News.