କ୍ୟାଲସିୟମ୍ ୫୦୦, ଭିଟାମିନ୍ ଡି-୩ ସମେତ ୪୯ ଔଷଧ କ୍ବାଲିଟି ଟେଷ୍ଟରେ ଫେଲ୍...
ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି-୩ ସମେତ କଫ୍ ସିରପ୍, ମଲ୍ଟିଭିଟାମିନ୍ ଏବଂ ଆଣ୍ଟି ଏଲର୍ଜି ଔଷଧ ସାମିଲ୍ ରହିଛି । ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି । ସିଡିଏସସିଓର ସେପ୍ଟେମ୍ବର ତାଲିକାରେ ଓମରିନ ଡି କ୍ୟାପସୁଲ, ନିମେସୁଲାଇଡ୍ + ପାରାସିଟାମଲ୍, କ୍ୟାଲସିୟମ୍ 500, ଭିଟାମିନ୍ ଡି-୩, ପେଣ୍ଟାପ୍ରିଜୋଲ୍, ପାରାସିଟାମଲ ପେଡିଆଟ୍ରିକ୍ ଓରାଲ୍ ସେସ୍ପେଶନ, ଏସିକ୍ଲୋଫେନାକ, ସେଟ୍ରେଜିନ୍ ସିରପ୍ ଆଦି ଔଷଧ ମାନକ ପରୀକ୍ଷା ଫେଲ୍ ମାରିଛି । ଏହି ମେଡିସିନରୁ ସାଧାରଣତଃ ଲୋକେ ଜ୍ବର, ଥଣ୍ଡା, କାଶ ପାଇଁ ବ୍ୟବହାର କରିଥାନ୍ତି । କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣର ତାଲିକାରେ ୪୯ଟି ମେଡିସିନ ରହିଛି । ସିଡିଏସସିଓର ପ୍ରତିମାସରେ ବଜାରରେ ମିଳୁଥିବା ଔଷଧର ମାନକ ପରୀକ୍ଷଣ କରିଥାଏ । ଗୁଣାତ୍ମକ ଅଭାବ' ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଔଷଧ ଭିତରେ ଆଲ୍କେମ୍ ହେଲଥ୍ ସାଇନ୍ସ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ, କାମିଲା ଫାର୍ମାସ୍ୟୁଟିକାଲ୍ସ, ଇନୋଭା କ୍ୟାପଟେନ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଏବଂ ଇପ୍
ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି-୩ ସମେତ କଫ୍ ସିରପ୍, ମଲ୍ଟିଭିଟାମିନ୍ ଏବଂ ଆଣ୍ଟି ଏଲର୍ଜି ଔଷଧ ସାମିଲ୍ ରହିଛି । ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି ।
ସିଡିଏସସିଓର ସେପ୍ଟେମ୍ବର ତାଲିକାରେ ଓମରିନ ଡି କ୍ୟାପସୁଲ, ନିମେସୁଲାଇଡ୍ + ପାରାସିଟାମଲ୍, କ୍ୟାଲସିୟମ୍ 500, ଭିଟାମିନ୍ ଡି-୩, ପେଣ୍ଟାପ୍ରିଜୋଲ୍, ପାରାସିଟାମଲ ପେଡିଆଟ୍ରିକ୍ ଓରାଲ୍ ସେସ୍ପେଶନ, ଏସିକ୍ଲୋଫେନାକ, ସେଟ୍ରେଜିନ୍ ସିରପ୍ ଆଦି ଔଷଧ ମାନକ ପରୀକ୍ଷା ଫେଲ୍ ମାରିଛି । ଏହି ମେଡିସିନରୁ ସାଧାରଣତଃ ଲୋକେ ଜ୍ବର, ଥଣ୍ଡା, କାଶ ପାଇଁ ବ୍ୟବହାର କରିଥାନ୍ତି । କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣର ତାଲିକାରେ ୪୯ଟି ମେଡିସିନ ରହିଛି । ସିଡିଏସସିଓର ପ୍ରତିମାସରେ ବଜାରରେ ମିଳୁଥିବା ଔଷଧର ମାନକ ପରୀକ୍ଷଣ କରିଥାଏ ।
ଗୁଣାତ୍ମକ ଅଭାବ' ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଔଷଧ ଭିତରେ ଆଲ୍କେମ୍ ହେଲଥ୍ ସାଇନ୍ସ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ, କାମିଲା ଫାର୍ମାସ୍ୟୁଟିକାଲ୍ସ, ଇନୋଭା କ୍ୟାପଟେନ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଏବଂ ଇପ୍କା ଲାବୋରେଟୋରୀ ପରି କମ୍ପାନୀର ଔଷଧ ରହିଛି । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ରାଜୀବ ସିଂ ରଘୁବଂଶୀ କହିଛନ୍ତି ଯେ, 'ସ୍ୱଳ୍ପ ପ୍ରଭାବଶାଳୀ ଔଷଧର ପ୍ରତିଶତ କମ୍ କରିବା ପାଇଁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯାଏ। ସେ କହିଛନ୍ତି ଯେ ସିଡିଏସ୍ସିଓ ଦ୍ବାରା ଔଷଧ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ମନିଟରିଂ ଦ୍ବାରା ଏହି ସବୁ ନକଲି ଔଷଧର ପ୍ରଭାବ ବଜାରରୁ ହ୍ରାସ ପାଇଥାଏ । ଅଗଷ୍ଟ ମାସରେ ୫୩ଟି ମେଡିସିଲ୍ କ୍ବାଲିଟି ଟେଷ୍ଟରେ ଫେଲ୍ ମାରିଥିଲା ।...