କ୍ୱାଟଂମ୍ ଟେକ୍ନୋଲୋଜି ବିଷୟକୁ ନେଇ ସୋଆରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର “କ୍ୱାଟଂମ୍ ସାଇନସ୍ ଫର୍ କ୍ୱାଟଂମ୍   ଟେକ୍ନନୋଲୋଜି” ସଂପର୍କିତ କର୍ମଶାଳାରେ ଦେଶ ତଥା ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଶିଳ୍ପ ବିଶେଷଜ୍ଞ ଓ ସରକାରୀ ଅଧିକାରୀମାନେ ଯୋଗଦେଇଥିଲେ ।ବିକାଶଶୀଳ ଓଡିଶାକୁ ଏକ କ୍ୱାଟଂମ୍ ହବ୍ ଭାବେ ଗଢିବା ଉପରେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱାରୋପ କରିଥିବାବେଳେ ‘ଆତ୍ମନିର୍ଭର ଭାରତ’ ଓ ‘ବିକଶିତ ଭାରତ -୨୦୪୭’ଏହାର ଲକ୍ଷ୍ୟ ରହିଥିଲା । ଅଟଳ ଇନ୍‌କ୍ୟୁବେସନ୍ ସେଂଟର -ସୋଆ ଫାଉଣ୍ଡେସନ୍‌, ସୋଆ- ସିଆଇଆଇ ଓ ଟେଲିକମ୍ ବିଭାଗ ମିଳିତ ଭାବେ ଏହି କର୍ମଶାଳା ଆୟୋଜିତ କରିଥିଲେ ।କର୍ମଶାଳାରେ ଡିଆରଡିଓର ବୈଜ୍ଞାନିକ ଡକ୍ଟର ବାସୁଦେବ ମିଶ୍ର, ଟେଲିକମ୍ୟୁନିକେସନ୍ ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ୍ ସୁବ୍ରତ କୁମାର ପୃଷ୍ଟି, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କ୍ୱାଟଂମ୍ ସାଇନସ୍ ଆଣ୍ଡ କ୍ୱାଟଂମ୍   ଟେକ୍ନନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ, ନାଇଜର ଭୁବନେଶ୍ୱରର, ତପନ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମାଟେରିଆଲସ୍ ଟେକ୍‌ନୋଲୋଜି, ଭୁବନେଶ୍ୱରର ଶ୍ରୀ ବିକାଶ କୁମାର ଜେନା ଓ ବ୍ରହ୍ମପୁର ଶ୍ରୀ ସୁଶାନ୍ତ କୁମାର ତ୍ରିପାଠୀ ଏହି କର୍ମଶାଳାରେ ଭାଗ ନେଇଥିଲେ ।ଏଆଇସି- ସୋଆ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମ

କ୍ୱାଟଂମ୍ ଟେକ୍ନୋଲୋଜି ବିଷୟକୁ ନେଇ ସୋଆରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର “କ୍ୱାଟଂମ୍ ସାଇନସ୍ ଫର୍ କ୍ୱାଟଂମ୍   ଟେକ୍ନନୋଲୋଜି” ସଂପର୍କିତ କର୍ମଶାଳାରେ ଦେଶ ତଥା ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଶିଳ୍ପ ବିଶେଷଜ୍ଞ ଓ ସରକାରୀ ଅଧିକାରୀମାନେ ଯୋଗଦେଇଥିଲେ ।

ବିକାଶଶୀଳ ଓଡିଶାକୁ ଏକ କ୍ୱାଟଂମ୍ ହବ୍ ଭାବେ ଗଢିବା ଉପରେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱାରୋପ କରିଥିବାବେଳେ ‘ଆତ୍ମନିର୍ଭର ଭାରତ’ ଓ ‘ବିକଶିତ ଭାରତ -୨୦୪୭’ଏହାର ଲକ୍ଷ୍ୟ ରହିଥିଲା । ଅଟଳ ଇନ୍‌କ୍ୟୁବେସନ୍ ସେଂଟର -ସୋଆ ଫାଉଣ୍ଡେସନ୍‌, ସୋଆ- ସିଆଇଆଇ ଓ ଟେଲିକମ୍ ବିଭାଗ ମିଳିତ ଭାବେ ଏହି କର୍ମଶାଳା ଆୟୋଜିତ କରିଥିଲେ ।

କର୍ମଶାଳାରେ ଡିଆରଡିଓର ବୈଜ୍ଞାନିକ ଡକ୍ଟର ବାସୁଦେବ ମିଶ୍ର, ଟେଲିକମ୍ୟୁନିକେସନ୍ ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ୍ ସୁବ୍ରତ କୁମାର ପୃଷ୍ଟି, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କ୍ୱାଟଂମ୍ ସାଇନସ୍ ଆଣ୍ଡ କ୍ୱାଟଂମ୍   ଟେକ୍ନନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ, ନାଇଜର ଭୁବନେଶ୍ୱରର, ତପନ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମାଟେରିଆଲସ୍ ଟେକ୍‌ନୋଲୋଜି, ଭୁବନେଶ୍ୱରର ଶ୍ରୀ ବିକାଶ କୁମାର ଜେନା ଓ ବ୍ରହ୍ମପୁର ଶ୍ରୀ ସୁଶାନ୍ତ କୁମାର ତ୍ରିପାଠୀ ଏହି କର୍ମଶାଳାରେ ଭାଗ ନେଇଥିଲେ ।

ଏଆଇସି- ସୋଆ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ କର୍ମଶାଳାର ଉଦ୍‌ଘାଟନ କରିଥିବାବେଳେ ଆଡିସ୍‌ନାଲ ଡିନ୍‌, ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର) ପ୍ରଫେସର ରେଣୁ ଶର୍ମା କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ତଥ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ସୋଆର ଚିଫ୍ କୋର୍ଡିନେଟର୍ ଅଫ୍ ସାଇବର ସିକ୍ୟୁରିଟି ଡକ୍ଟର ଭାରତ ଜ୍ୟୋତି ରଂଜନ ସାହୁ ନେଟୱାର୍କ କ୍ଷେତ୍ରରେ କ୍ୱାଟଂମ୍ କମ୍ୟୁନିକେସନ୍ ଗୁରୁତ୍ୱ ସଂପର୍କରେ ତଥ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋଆରେ କ୍ୱାଟଂମ୍‌କୁ ନେଇ ଗବେଷଣା କରୁଥିବା   ଡକ୍ଟର ଶ୍ରେୟା ବାନାର୍ଜୀ ଓ ଡକ୍ଟର ରାଜୁଦ୍ଦିନ୍ ଶେଖ୍ ତଥ୍ୟ ରଖିଥିଲେ । ଆସୋସିଏଟ୍ ପ୍ରଫେସର ଡକ୍ଟର ସତୀଶ ସାମଲ ମଧ୍ୟ ବିଭିନ୍ନ ତଥ୍ୟ ରଖିଥିଲେ ।

ଏହି ଏକ ଦିବସୀୟ କର୍ମଶାଳାରେ କ୍ୱାଟଂମ୍ କମ୍ୟୁନିକେସନ୍‌, କ୍ୱାଟଂମ୍ ସେନ୍‌ସର୍ ଓ କ୍ୱାଟଂମ୍ ଆଲ୍‌ଗୋରିଦିମସ୍ ସଂପର୍କରେ ଆଲୋଚନା କରାଯାଇଥିଲା ।

ସୋଆ, ଆଇଆଇଟି ଭୁବନେଶ୍ୱର, ଆଇଆଇଟି ମାଡ୍ରାସ୍‌, ଆଇଆଇଏମ୍‌ଟି, ଭୁବନେଶ୍ୱର, ନାଇଜର, ଭୁବନେଶ୍ୱର, ଆଇଆଇଏସ୍‌ଇଆର,ପୁନେ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ଭୁବନେଶ୍ୱର, ସି.ଭି. ରମଣ ଗ୍ଳୋବାଲ ୟୁନିିଭର୍ସିଟି, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ କିଟ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।