କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା? ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଏସିଏଫ….
ସମ୍ବଲପୁର,୭।୧୨: ଏସିଏଫଙ୍କୁ ବାନ୍ଧିଲା ପୋଲିସ । ଗିରଫ ହେଲେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ରେବତୀ ରମଣ ଯୋଶୀ । ତାଙ୍କୁ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି । ରବିବାର ବିଳମ୍ବିତ ରାତି ଯାଏ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଅଫିସରେ ତାଙ୍କୁ ପଚରାଉଚରା ସହ କାଗଜପତ୍ର ଯାଞ୍ଚ ହୋଇଥିଲା । କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା, ସେନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି ଏସିଏଫ୍ । […] The post କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା? ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଏସିଏଫ…. appeared first on Dharitri Odia News.
ସମ୍ବଲପୁର,୭।୧୨: ଏସିଏଫଙ୍କୁ ବାନ୍ଧିଲା ପୋଲିସ । ଗିରଫ ହେଲେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ରେବତୀ ରମଣ ଯୋଶୀ । ତାଙ୍କୁ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି । ରବିବାର ବିଳମ୍ବିତ ରାତି ଯାଏ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଅଫିସରେ ତାଙ୍କୁ ପଚରାଉଚରା ସହ କାଗଜପତ୍ର ଯାଞ୍ଚ ହୋଇଥିଲା । କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା, ସେନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି ଏସିଏଫ୍ ।
ଗତକାଲି ଦିନ ତମାମ ତାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ରେଡ ଚାଲିଥିଲା। ସମ୍ବଲପୁର ଟାଉନରୁ ଏକ ୩ ମହଲା ସମେତ ୩ କୋଠା ଠାବ ହୋଇଛି । ଭୁବନେଶ୍ୱରରେ ଗୋଟିଏ, ସମ୍ବଲପୁର ଟାଉନରୁ ମିଳିଛି ୩ଟି ଫ୍ଲାଟ । ସମ୍ବଲପୁର ଓ ବରଗଡ଼ରୁି ୭ଟି ପ୍ଲଟ ଓ ୧୫୦ ଗ୍ରାମ ସୁନା ଠାବ ହୋଇଛ।
ଦୁର୍ନୀତି ନିବାରଣ ବିଭାଗର ୩ ଜଣ ଭିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି, ସମ୍ବଲପୁରଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ସମ୍ବଲପୁର ଓ ବରଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା। ସେଥିମଧ୍ୟରେ ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କରେ ଥିବା ସରକାର କ୍ୱାର୍ଟର୍ସ, ସମ୍ବଲପୁର କାର୍ଯ୍ୟାଳୟ ଚାମ୍ବର, ସମ୍ବଲପୁରର ଅଇଁଠାପାଲିସ୍ଥିତ ତାଙ୍କର ତିନି ମହଲା କୋଠା, ସମ୍ବଲପୁର ବ୍ରିଜଧାମମ ହାଉସିଂ ସୋସାଇଟି, କାହ୍ନେୟା ବ୍ଲକରେ ସ୍ଥାନ ଫ୍ଲାଟ ନମ୍ବର ଜି-୫, ଓ ଜି-୬, ସମ୍ବଲପୁର ଫାର୍ମ ରୋଡ, ସିଟି ପ୍ରାଇଡ ଆପାର୍ଟମେଣ୍ଟ ବିଲଡିଂ ଫ୍ଲାଟ ନମ୍ବର ଏ-୪୦୬, ସମ୍ବଲପୁର-ଝିରସୁଗୁଡା ରାସ୍ତା ସମ୍ବଲପୁରର ମାଲିପାଲିରେ ଏକ ମହଲା ବିଶିଷ୍ଟ ବ୍ୟବସାୟିକ କୋଠା, ବରଗଡ଼ ଜିଲା ପଦ୍ମପୁରର ଥିବା ଏକ ମହଲା କୋଠା, ବରଗଡ଼ ଜିଲା ବିଜେପୁର ବଲଣ୍ଡା ଯୋଶୀଙ୍କ ପୈତୃକ ଘର ଅନ୍ତର୍ଭୁକ୍ତ। ଚଢ଼ାଉ ବେଳେ ପ୍ରାଥମିକ ପର୍ଯାୟରେ ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କସ୍ଥିତ ସରକାର କ୍ୱାର୍ଟର୍ସରୁ ନଗଦ ୧୪.୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା।
The post କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା? ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଏସିଏଫ…. appeared first on Dharitri Odia News.