କ୍ୱିକ୍ କମର୍ସ କମ୍ପାନୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ରୋକଠୋକ, କହିଲେ- ଭାରତରେ ସବୁ ନିୟମ ମାନିବାକୁ ପଡିବ
ନୂଆଦିଲ୍ଲୀ ୩।୧: କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ଶୁକ୍ରବାର କ୍ୱିକ୍ କମର୍ସ କମ୍ପାନୀଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି ଯେ କମ୍ପାନୀମାନଙ୍କୁ ଦେଶରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ନିୟମକୁ ପାଳନ କରିବାକୁ ପଡିବ। ଏକ କ୍ୱିକ୍ କମର୍ସ କମ୍ପାନୀ ଦେଶରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାର ଘୋଷଣା ପରେ ମନ୍ତ୍ରୀ ଏହି ପ୍ରତିକ୍ରିୟା ଦେଇଛନ୍ତି। ଗୋୟଲ କହିଛନ୍ତି ଯେ ଯଦି ଆମ୍ବୁଲାନ୍ସ ସେବା ଭଳି କିଛି ଆରମ୍ଭ ହେବାକୁ ଯାଉଛି ସବୁ ଆଇନଗତ ଆବଶ୍ୟକତା ପୂରଣ କରୁଥିବା ଦରକାର। ଗୋୟଲ କହିଛନ୍ତି ଯେ କୌଣସି କମ୍ପାନୀ ଆମ୍ବୁଲାନ୍ସ ଅଥବା ଔଷଧ ଯୋଗାଣ ସମ୍ପର୍କିତ ସେବା ଆରମ୍ଭ କରୁଥିଲେ ପ୍ରଥମେ ସେମାନଙ୍କୁ ସୁନିଶ୍ଚିତ କରିବାକୁ ହେବ ଭାରତରେ ଲାଗୁ ସବୁ ନିୟମ ଉଚିତ ରୂପେ ସେମାନେ ପାଳନ କରୁଛନ୍ତି କି ନା। ଦେଶରେ କାର୍ଯ୍ୟକାରୀ ହେଉଥିବା କୌଣସି ଆଇନ ଉଲ୍ଲଂଘନ ହେବା କଥା ନୁହେଁ। ଦୈନିକ ଆବଶ୍ୟକତା, ବ୍ୟୁଟି ଓ କସମେଟିକ୍ସ, ପେଟ କେୟାର, ବେବି କେୟାର ଓ ଖାଦ୍ୟପଦାର୍ଥ ଘର ଦ୍ୱାରକୁ ପହଞ୍ଚାଉଥିବା କ୍ୱିକ୍ କମର୍ସ କମ୍ପାନୀ ବ୍ଲିଂକିଟ୍ ୧୦ ମିନିଟରେ ଘର ଦ୍ୱାରରେ ଆମ୍ବଲାନ୍ସ ସେବା ପହଞ୍ଚାଇବ ବୋଲି ଘୋଷଣା କରିଛି। ତା ପରେ ମନ୍ତ୍ରୀ ଏହି ବୟାନ ଦେଇଛନ୍ତି। ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ଶୁକ୍ରବାର ବିଭିନ୍ନ ମନ୍ତ୍ରାଳୟଙ୍କ ଅଧିକାରୀ ଓ ଭାରତୀୟ ଇଭି ହିତାଧିକାରୀଙ୍କ ସହ ବୈଠକ ପରେ କହିଛନ୍ତି ଯେ ଭାରତର ଇଲେକ୍ଟ୍ରୋନିକ ମୋ
ନୂଆଦିଲ୍ଲୀ ୩।୧: କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ଶୁକ୍ରବାର କ୍ୱିକ୍ କମର୍ସ କମ୍ପାନୀଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି ଯେ କମ୍ପାନୀମାନଙ୍କୁ ଦେଶରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ନିୟମକୁ ପାଳନ କରିବାକୁ ପଡିବ। ଏକ କ୍ୱିକ୍ କମର୍ସ କମ୍ପାନୀ ଦେଶରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାର ଘୋଷଣା ପରେ ମନ୍ତ୍ରୀ ଏହି ପ୍ରତିକ୍ରିୟା ଦେଇଛନ୍ତି। ଗୋୟଲ କହିଛନ୍ତି ଯେ ଯଦି ଆମ୍ବୁଲାନ୍ସ ସେବା ଭଳି କିଛି ଆରମ୍ଭ ହେବାକୁ ଯାଉଛି ସବୁ ଆଇନଗତ ଆବଶ୍ୟକତା ପୂରଣ କରୁଥିବା ଦରକାର।
ଗୋୟଲ କହିଛନ୍ତି ଯେ କୌଣସି କମ୍ପାନୀ ଆମ୍ବୁଲାନ୍ସ ଅଥବା ଔଷଧ ଯୋଗାଣ ସମ୍ପର୍କିତ ସେବା ଆରମ୍ଭ କରୁଥିଲେ ପ୍ରଥମେ ସେମାନଙ୍କୁ ସୁନିଶ୍ଚିତ କରିବାକୁ ହେବ ଭାରତରେ ଲାଗୁ ସବୁ ନିୟମ ଉଚିତ ରୂପେ ସେମାନେ ପାଳନ କରୁଛନ୍ତି କି ନା। ଦେଶରେ କାର୍ଯ୍ୟକାରୀ ହେଉଥିବା କୌଣସି ଆଇନ ଉଲ୍ଲଂଘନ ହେବା କଥା ନୁହେଁ। ଦୈନିକ ଆବଶ୍ୟକତା, ବ୍ୟୁଟି ଓ କସମେଟିକ୍ସ, ପେଟ କେୟାର, ବେବି କେୟାର ଓ ଖାଦ୍ୟପଦାର୍ଥ ଘର ଦ୍ୱାରକୁ ପହଞ୍ଚାଉଥିବା କ୍ୱିକ୍ କମର୍ସ କମ୍ପାନୀ ବ୍ଲିଂକିଟ୍ ୧୦ ମିନିଟରେ ଘର ଦ୍ୱାରରେ ଆମ୍ବଲାନ୍ସ ସେବା ପହଞ୍ଚାଇବ ବୋଲି ଘୋଷଣା କରିଛି। ତା ପରେ ମନ୍ତ୍ରୀ ଏହି ବୟାନ ଦେଇଛନ୍ତି।
ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ଶୁକ୍ରବାର ବିଭିନ୍ନ ମନ୍ତ୍ରାଳୟଙ୍କ ଅଧିକାରୀ ଓ ଭାରତୀୟ ଇଭି ହିତାଧିକାରୀଙ୍କ ସହ ବୈଠକ ପରେ କହିଛନ୍ତି ଯେ ଭାରତର ଇଲେକ୍ଟ୍ରୋନିକ ମୋବିଲିଟି କ୍ଷେତ୍ର ଏବେ ଉଡାଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏବେ ଏଥି ପାଇଁ ସବସିଡି କି ପ୍ରୋତ୍ସାହନ ଦେବାର କୌଣସି ଆବଶ୍ୟକତା ନାହିଁ। ଦେଶରେ ଇଲେକ୍ଟ୍ରିକ ବାହନ ଉପରେ ଜିଏସଟିକୁ ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯାଇଛି। ଏହି ପଦକ୍ଷେପ ଭାରତୀୟଙ୍କୁ ଇଭି ଆପଣେଇବାକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରୀ କହିଛନ୍ତି।