ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ; ଚୀନର ବୟାନ ଉପରେ ଆମେରିକାର ଜବାବ, ପ୍ରତିରକ୍ଷା ସଚିବ କହିଲେ...

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ଘୋଷଣା ପରେ ୟୁଏସ୍ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଚୀନ ଦ୍ୱାରା ଯେକୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଧମକ ପରେ ଏବେ ଆମେରିକା ବି ପାଲଟା ଜବାବ ଦେଇଛି । ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଖୋଲାଖୋଲି ଘୋଷଣା କରିଛନ୍ତି ଯେ ଚୀନ ସହ ଯୁଦ୍ଧ କରିବା ପାଇଁ ଆମେରିକା ପ୍ରସ୍ତୁତ ଅଛି । ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ କଡ଼ା ନିଷ୍ପତ୍ତି ନେଉଛନ୍ତି । ଏହି କ୍ରମରେ ସେ ଚୀନ ସମେତ ଅନେକ ଦେଶ ବିରୋଧରେ ରେସିପ୍ରୋକଲ ଟାରିଫ୍ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବିବାଦ ମଧ୍ୟରେ ଚୀନ ତରଫରୁ ଆମେରିକାକୁ ଯୁଦ୍ଧ ଧମକ ଦିଆଯାଇଥିଲା ।ଆମେରିକାରେ ସ୍ଥିତ ଚୀନ ଦୂତାବାସ ସୋସିଆଲ୍ ମିଡିଆ ପ୍ଲଟଫର୍ମ ଏକ୍ସରେ ଲେଖିଥିଲା ଯେ ଯଦି ଆମେରିକା ଯୁଦ୍ଧ ଚାହେଁ, ସେ ଟାରିଫ ଯୁଦ୍ଧ ହେଉ, ବ୍ୟାପାର ଯୁଦ୍ଧ ହେଉ କିମ୍ୱା ଅନ୍ୟ କୌଣସି ପ୍ରକାର ଯୁଦ୍ଧ ହେଉ, ଶେଷ ପର୍ଯ୍ୟନ୍ତ ଲଢିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ଏହା ଉପରେ ଆମେରିକା ପ୍ରତିରକ୍ଷା ସଚିବ ଜବାବ ଦେଇଛନ୍ତି । ୪୪ ବର୍ଷୀୟ ପେଣ୍ଟାଗନ ମୁଖ୍ୟ କହିଛନ୍ତି, 'ଆମେ ପ୍ରସ୍ତୁତ ଅଛୁ । ଯେଉଁମାନେ ଶାନ୍ତି ଚାହୁଁଛନ୍ତି, ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଦରକାର ।' ହେଗସେଥ୍ ସ୍ପଷ୍ଟ କରିଛନ୍ତି ଯେ ସଂଘର୍ଷ ରୋକିବା ପାଇଁ ସୈନ୍ୟ ଶକ୍ତିର ଆବଶ୍ୟକତା ରହିଛି । ସେ କହିଛନ୍

ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ; ଚୀନର ବୟାନ ଉପରେ ଆମେରିକାର ଜବାବ, ପ୍ରତିରକ୍ଷା ସଚିବ କହିଲେ...

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ଘୋଷଣା ପରେ ୟୁଏସ୍ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଚୀନ ଦ୍ୱାରା ଯେକୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଧମକ ପରେ ଏବେ ଆମେରିକା ବି ପାଲଟା ଜବାବ ଦେଇଛି । ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଖୋଲାଖୋଲି ଘୋଷଣା କରିଛନ୍ତି ଯେ ଚୀନ ସହ ଯୁଦ୍ଧ କରିବା ପାଇଁ ଆମେରିକା ପ୍ରସ୍ତୁତ ଅଛି । ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ କଡ଼ା ନିଷ୍ପତ୍ତି ନେଉଛନ୍ତି । ଏହି କ୍ରମରେ ସେ ଚୀନ ସମେତ ଅନେକ ଦେଶ ବିରୋଧରେ ରେସିପ୍ରୋକଲ ଟାରିଫ୍ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବିବାଦ ମଧ୍ୟରେ ଚୀନ ତରଫରୁ ଆମେରିକାକୁ ଯୁଦ୍ଧ ଧମକ ଦିଆଯାଇଥିଲା ।

ଆମେରିକାରେ ସ୍ଥିତ ଚୀନ ଦୂତାବାସ ସୋସିଆଲ୍ ମିଡିଆ ପ୍ଲଟଫର୍ମ ଏକ୍ସରେ ଲେଖିଥିଲା ଯେ ଯଦି ଆମେରିକା ଯୁଦ୍ଧ ଚାହେଁ, ସେ ଟାରିଫ ଯୁଦ୍ଧ ହେଉ, ବ୍ୟାପାର ଯୁଦ୍ଧ ହେଉ କିମ୍ୱା ଅନ୍ୟ କୌଣସି ପ୍ରକାର ଯୁଦ୍ଧ ହେଉ, ଶେଷ ପର୍ଯ୍ୟନ୍ତ ଲଢିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ଏହା ଉପରେ ଆମେରିକା ପ୍ରତିରକ୍ଷା ସଚିବ ଜବାବ ଦେଇଛନ୍ତି । ୪୪ ବର୍ଷୀୟ ପେଣ୍ଟାଗନ ମୁଖ୍ୟ କହିଛନ୍ତି, 'ଆମେ ପ୍ରସ୍ତୁତ ଅଛୁ । ଯେଉଁମାନେ ଶାନ୍ତି ଚାହୁଁଛନ୍ତି, ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଦରକାର ।' ହେଗସେଥ୍ ସ୍ପଷ୍ଟ କରିଛନ୍ତି ଯେ ସଂଘର୍ଷ ରୋକିବା ପାଇଁ ସୈନ୍ୟ ଶକ୍ତିର ଆବଶ୍ୟକତା ରହିଛି । ସେ କହିଛନ୍ତି, 'ଏଥିପାଇଁ ଆମେ ଆମ ସେନାର ପୁନର୍ନିମାଣ କରୁଛୁ । ଯଦି ଚୀନ କିମ୍ୱା ଅନ୍ୟ ଦେଶ ସହ ଯୁଦ୍ଧ ରୋକିବାକୁ ଚାହୁଁ, ତେବେ ଆମକୁ ମଜଭୁତ ହେବାକୁ ପଡ଼ିବ । ରାଷ୍ଟ୍ରପତି ଜାଣନ୍ତି ଯେ ଶକ୍ତିରୁ ଶାନ୍ତି ଆସିଥାଏ ।' 

ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଆମେରିକାକୁ ରପ୍ତାନୀ ହେଉଥିବୀ ଚୀନ ସାମଗ୍ରୀ ଉପରେ ଟାରିଫକୁ ଦ୍ୱିଗୁଣା କରି ୨୦ ପ୍ରତିଶତ କରିଛନ୍ତି । ଏହାପରଠୁ ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଲଗାତାର ବଢିବାରେ ଲାଗିଛି । ଚୀନ ପାଲଟାଜବାବ ଦେଇ ଆମେରିକାର କୃଷି ସାମଗ୍ରୀ ଉପରେ ୧୦-୧୫ ପ୍ରତିଶତ ଟାରିଫ୍ ଲଗାଇବା ପାଇଁ ଘୋଷଣା କରିସାରିଛି । ଅନ୍ୟପଟେ ୨୫ ଆମେରିକୀୟ ଫାର୍ମାକୁ ରପ୍ତାନୀ ଓ ନିବେଶ କରିବା ଉପରେ ବ୍ୟାନ୍ ଲଗାଇଛି । ଚୀନ ଲଗାତାର ନିଜର ସୈନ୍ୟ ଶକ୍ତି ବଢାଉଛି । ଏହା ଉପରେ ଜବାବ ଦେଇ ପେଣ୍ଟାଗନ ମୁଖ୍ୟ କହିଛନ୍ତି ଯେ ଚୀନ ପ୍ରତିରକ୍ଷା ଖର୍ଚ୍ଚ ବଢାଇ ଆମେରିକା ସ୍ଥାନ ନେବାକୁ ଚାହୁଁଛି ।