ଖଣି ମନ୍ତ୍ରୀଙ୍କ ଜିଲ୍ଲାରୁ ଖଣି ଲୁଟ୍; ବିନା ଲିଜରେ ଚାଲିଛି ଚୋରା ଚାଲାଣ

କନକ ବ୍ୟୁରୋ : ଖଣି ମନ୍ତ୍ରୀଙ୍କ ଜିଲ୍ଲାରେ ବେଧଡ଼କ ଚାଲିଛି ଖଣି ଲୁଟ । ବିନା ଲିଜରେ ଚାଲିଛି ଚୋରା ଚାଲାଣ । ସଫା ହେଇଗଲାଣି ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ଛଡି ଗାଁ ମୁହାଁ ବନ୍ୟ ଜନ୍ତୁ । କେଉଁଠୁ ମୋରମ ତ କେଉଁଠୁ କଳା ପଥର ହେଉଛି ଚୋରୀ । ଅଳ୍ପ ଦିନ ଭିତରେ ଖଲ୍ଲିକୋଟ ଅଞ୍ଚଳରୁ ଲୋପ ପାଇଯିବ ଖଲ୍ଲିକୋଟ ଅଞ୍ଚଳର ଗାଁ ମାନଙ୍କରେ ଥିବା ଗାମ୍ୟ ଜଙ୍ଗଲ । ଦିନ ରାତି ମୋରମ ହେଉ କିମ୍ବା କଳା ପଥର ବେଧଡ଼କ ଚାଲିଛି ଚୋରା ଚାଲଣ । ବିନା ଲିଜରେ କିଛି ଖଣି ଅଧିକାରୀଙ୍କ ସମ୍ପୃକ୍ତିରେ ଲୁଟ୍ ହେଉଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗାଁରେ ଥିବା ଗ୍ରାମ୍ୟ ଜଙ୍ଗଲରୁ ଦୀର୍ଘ ୩ ମାସ ହେଲା ବେଧଡକ ଭାବେ ମାଫିଆ ବୋହି ନେଉଛନ୍ତି ମୋରମ । ଗ୍ରାମବାସୀଙ୍କ ଅଭିଯୋଗ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ । ଖଣି ବିଭାଗ ନାଁରେ ଟୋକନ ଦେଇ ଏହି ଚାଲଣ ହେଉଥିବା ବେଳେ ସବୁ ଦେଖି ଚୁପ ବସିଛି ସ୍ଥାନୀୟ ପ୍ରସାଶନ । ହାଇୱାରେ ଦିନ ରାତି ଶହ ଶହ ଗାଡ଼ି ମୋରମ ଚୋରା ଚାଲଣ ହେଉଥିବା ବେଳେ ଗ୍ରାମ୍ୟ ଜଙ୍ଗଲକୁ ପୁରା ସଫା କରିଦେଲେଣି ମୋରମ ମାଫିଆ । ଯାହା ଫଳରେ ଏହି ପାହଡ଼ରେ ଥିବା ବିଭିନ୍ନ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା କହିଛନ୍ତି ଗ୍ରାମବାସୀ । ମୋଟା ଅଙ୍କର ଟଙ୍କା କାରବାର କରି ପହାଡ ଲିଜ ନକରି ବେଆଇନ ଭାବେ ମୋରମ ଚାଲଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖାଲି ମୋରମ ନୁହେଁ ଖଲ୍ଲିକୋଟ ଅଞ୍ଚଳର

ଖଣି ମନ୍ତ୍ରୀଙ୍କ ଜିଲ୍ଲାରୁ ଖଣି ଲୁଟ୍; ବିନା ଲିଜରେ ଚାଲିଛି ଚୋରା ଚାଲାଣ

କନକ ବ୍ୟୁରୋ : ଖଣି ମନ୍ତ୍ରୀଙ୍କ ଜିଲ୍ଲାରେ ବେଧଡ଼କ ଚାଲିଛି ଖଣି ଲୁଟ । ବିନା ଲିଜରେ ଚାଲିଛି ଚୋରା ଚାଲାଣ । ସଫା ହେଇଗଲାଣି ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ଛଡି ଗାଁ ମୁହାଁ ବନ୍ୟ ଜନ୍ତୁ । କେଉଁଠୁ ମୋରମ ତ କେଉଁଠୁ କଳା ପଥର ହେଉଛି ଚୋରୀ । ଅଳ୍ପ ଦିନ ଭିତରେ ଖଲ୍ଲିକୋଟ ଅଞ୍ଚଳରୁ ଲୋପ ପାଇଯିବ ଖଲ୍ଲିକୋଟ ଅଞ୍ଚଳର ଗାଁ ମାନଙ୍କରେ ଥିବା ଗାମ୍ୟ ଜଙ୍ଗଲ ।

ଦିନ ରାତି ମୋରମ ହେଉ କିମ୍ବା କଳା ପଥର ବେଧଡ଼କ ଚାଲିଛି ଚୋରା ଚାଲଣ । ବିନା ଲିଜରେ କିଛି ଖଣି ଅଧିକାରୀଙ୍କ ସମ୍ପୃକ୍ତିରେ ଲୁଟ୍ ହେଉଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗାଁରେ ଥିବା ଗ୍ରାମ୍ୟ ଜଙ୍ଗଲରୁ ଦୀର୍ଘ ୩ ମାସ ହେଲା ବେଧଡକ ଭାବେ ମାଫିଆ ବୋହି ନେଉଛନ୍ତି ମୋରମ ।

ଗ୍ରାମବାସୀଙ୍କ ଅଭିଯୋଗ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ । ଖଣି ବିଭାଗ ନାଁରେ ଟୋକନ ଦେଇ ଏହି ଚାଲଣ ହେଉଥିବା ବେଳେ ସବୁ ଦେଖି ଚୁପ ବସିଛି ସ୍ଥାନୀୟ ପ୍ରସାଶନ । ହାଇୱାରେ ଦିନ ରାତି ଶହ ଶହ ଗାଡ଼ି ମୋରମ ଚୋରା ଚାଲଣ ହେଉଥିବା ବେଳେ ଗ୍ରାମ୍ୟ ଜଙ୍ଗଲକୁ ପୁରା ସଫା କରିଦେଲେଣି ମୋରମ ମାଫିଆ । ଯାହା ଫଳରେ ଏହି ପାହଡ଼ରେ ଥିବା ବିଭିନ୍ନ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା କହିଛନ୍ତି ଗ୍ରାମବାସୀ । ମୋଟା ଅଙ୍କର ଟଙ୍କା କାରବାର କରି ପହାଡ ଲିଜ ନକରି ବେଆଇନ ଭାବେ ମୋରମ ଚାଲଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଖାଲି ମୋରମ ନୁହେଁ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ଗାଁର ଗ୍ରାମ୍ୟ ଜଙ୍ଗଲରେ ଥିବା ମୁଲ୍ୟବାନ କଳା ପଥର ବେଆଇନ ଭାବେ ଦୀର୍ଘ ଦିନ ହେଲା ମାଫିଆ ଚାଲଣ କରିବାରେ ଲଗିଛନ୍ତି । କେନ୍ଦୁପାଟ, ହରିପୁର,ବିକ୍ରମପୁର ଓ ଖୋଜାପଲ୍ଲୀ ଭଳି ଗାଁରେ ବିନା ଲିଜରେ ଗାମ୍ୟ ଜଙ୍ଗଲକୁ ସଫା କରିବାରେ ଲାଗିଛନ୍ତି ମାଫିଆ । ସ୍ଥାନୀୟ ପ୍ରସାଶନ ନାମକୁ ମାତ୍ର ଚଢାଉ କରି ଚୁପ ବସୁଛନ୍ତି । ତେବେ ଅଭିଯୋଗ ପରେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର କହିଛନ୍ତି ଏହା ସମ୍ପୁର୍ଣ୍ଣ ବେଆଇନ । ଆଗକୁ ଚଢାଉ ଯୋରଦାର କରାଯିବ ଓ ବେଆଇନ ଖଣି ଲୁଟକୁ ବନ୍ଦ କରାଯିବ ।

ତେବେ ଖଣି ମନ୍ତ୍ରୀଙ୍କ ଜିଲ୍ଲାରେ କାହା ଇସାରାରେ ବେଆଇନ ଖଣି ଲୁଟ ହେଉଛି ତାକୁ ନେଇ ସମସ୍ତଙ୍କ ମନରେ ବିରାଟ ପଶ୍ନବାଚୀ ସୃଷ୍ଟି ହୋଇଛି ।