ଖଣିଜ ପଦାର୍ଥ ଜଗିବା ଓ ସୁପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠନ
ବ୍ରହ୍ମପୁର: ଲଘୁ ଖଣିଜ ପଦାର୍ଥକୁ ଜଗିବା ଓ ସୁପରିଚାଳନା ପାଇଁ ୧୮୯ ଜଣ କନିଷ୍ଠ ଖଣି ଅଧିକାରୀ, ୯ ଜଣ ଅଫିସ ଷ୍ଟାପ, ୪୮ ଜଣ ଖଣି ଅଧିକାରୀଙ୍କୁ ନିଯୁକ୍ତି ଦିଆ ଯାଇଛି। ଜିଲ୍ଲା, ଉପଖଣ୍ଡ, ତହସିଲ ସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି। ଅଧିକ ଦାୟିତ୍ୱ ପାଇଁ ଓଡିଶା ଶିଳ୍ପ ସୁରକ୍ଷା ଫୋର୍ସ ନିୟୋଜିତ ପାଇଁ ଚୂଡାନ୍ତ ହୋଇଛି। ବାଲିର ସୁପରିଚାଳନା ପାଇଁ ସର୍ଚ୍ଚ ଏବଂ ସିଜ ନେଇ ବନ ବିଭାଗ, ରାଜସ୍ବ ବିଭାଗ, ପୁଲିସ ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରାଯିବ ବୋଲି ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଗଣ ମାଧ୍ୟମକୁ କହିଛନ୍ତି।Also read: ସାମ୍ବାଦିକଙ୍କ ହାତ ବାନ୍ଧି ମରଣାନ୍ତକ ଆକ୍ରମଣ କଲେ ଠିକାଦାର, ପ୍ରତିବାଦରେ ଜିଲ୍ଲା ସମ୍ବାଦିକ ସଙ୍ଘ ପକ୍ଷରୁ ଏସ୍ପିଙ୍କୁ ଦାବିପତ୍ରଅନ୍ୟପଟେ ରାଜ୍ୟର ସବୁ ସରକାରୀ ଗାଡିରୁ ହଟିବ ନାଲିବତି। ପରିବହନ ବିଭାଗ ତରଫରୁ ନିର୍ଦେଶନାମା ଜାରି କରା ଯାଇଛି। କିଛି ସରକାରୀ ଅଧିକାରୀ ଏବେ ଵି ନାଲିବତି ବ୍ୟବହାର କରୁଥିବା ଅଭିଯୋଗ ଆସୁଛି।ସବୁ ବିଭାଗକୁ ଏହି ନିୟମ ଅନୁ ପାଳନ କରିବାକୁ କୁହାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସୂଚନାଯୋଗ୍ୟ, ନିକଟରେ ରାଜ୍ୟର ଅନେକ ସ୍ଥାନରେ ଖଣି ଦୁର୍ନୀତି ସାମ୍ନାକୁ ଆସିଛି। ବିଶେଷ କରି କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଖଣି ଲୁଟ୍ ହୋଇଥିବା ଜଣା ପଡିଛି। ଏହି ଘଟଣାରେ ବିଜେଡି ନେତା ରାଜ ଚକ୍ରଙ୍କୁ ପୂର୍ବର
ବ୍ରହ୍ମପୁର: ଲଘୁ ଖଣିଜ ପଦାର୍ଥକୁ ଜଗିବା ଓ ସୁପରିଚାଳନା ପାଇଁ ୧୮୯ ଜଣ କନିଷ୍ଠ ଖଣି ଅଧିକାରୀ, ୯ ଜଣ ଅଫିସ ଷ୍ଟାପ, ୪୮ ଜଣ ଖଣି ଅଧିକାରୀଙ୍କୁ ନିଯୁକ୍ତି ଦିଆ ଯାଇଛି। ଜିଲ୍ଲା, ଉପଖଣ୍ଡ, ତହସିଲ ସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି। ଅଧିକ ଦାୟିତ୍ୱ ପାଇଁ ଓଡିଶା ଶିଳ୍ପ ସୁରକ୍ଷା ଫୋର୍ସ ନିୟୋଜିତ ପାଇଁ ଚୂଡାନ୍ତ ହୋଇଛି।
ବାଲିର ସୁପରିଚାଳନା ପାଇଁ ସର୍ଚ୍ଚ ଏବଂ ସିଜ ନେଇ ବନ ବିଭାଗ, ରାଜସ୍ବ ବିଭାଗ, ପୁଲିସ ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରାଯିବ ବୋଲି ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଗଣ ମାଧ୍ୟମକୁ କହିଛନ୍ତି।
ଅନ୍ୟପଟେ ରାଜ୍ୟର ସବୁ ସରକାରୀ ଗାଡିରୁ ହଟିବ ନାଲିବତି। ପରିବହନ ବିଭାଗ ତରଫରୁ ନିର୍ଦେଶନାମା ଜାରି କରା ଯାଇଛି। କିଛି ସରକାରୀ ଅଧିକାରୀ ଏବେ ଵି ନାଲିବତି ବ୍ୟବହାର କରୁଥିବା ଅଭିଯୋଗ ଆସୁଛି।ସବୁ ବିଭାଗକୁ ଏହି ନିୟମ ଅନୁ ପାଳନ କରିବାକୁ କୁହାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।
ସୂଚନାଯୋଗ୍ୟ, ନିକଟରେ ରାଜ୍ୟର ଅନେକ ସ୍ଥାନରେ ଖଣି ଦୁର୍ନୀତି ସାମ୍ନାକୁ ଆସିଛି। ବିଶେଷ କରି କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଖଣି ଲୁଟ୍ ହୋଇଥିବା ଜଣା ପଡିଛି। ଏହି ଘଟଣାରେ ବିଜେଡି ନେତା ରାଜ ଚକ୍ରଙ୍କୁ ପୂର୍ବରୁ ଗିରଫ କରାଯାଇ ତଦନ୍ତ କରାଯାଉଛି।