ଖଣ୍ଡଗିରି ଥାନା ଏସ୍‌ଆଇ ନିଲମ୍ବିତ

ଏକ NDPS ମାମଲାରେ ନିର୍ଦ୍ଧାରିତ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଶ୍ରୀ ଭୂୟାଁଙ୍କ ଉପରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ।

ଖଣ୍ଡଗିରି ଥାନା ଏସ୍‌ଆଇ ନିଲମ୍ବିତ

ଖଣ୍ଡଗିରି ଥାନା ଏସ୍‌ଆଇ ଦେବୀ ପ୍ରସାଦ ଭୂୟାଁ ସସ୍‌ପେଣ୍ଡ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ପୁଲିସ କମିଶନର ଏସ୍‌ ଦେବଦତ୍ତ ସିଂହ। 

ଏକ NDPS ମାମଲାରେ ନିର୍ଦ୍ଧାରିତ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଶ୍ରୀ ଭୂୟାଁଙ୍କ ଉପରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ। ଠିକ୍‌ ସମୟରେ ଚାର୍ଜସିଟ୍ ଦାଖଲ ନହେବାରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା। ଏହି ଘଟଣାର ତଦନ୍ତ କରିବା ପରେ ଶ୍ରୀ ଭୂୟାଁଙ୍କୁ ନିଲମ୍ବନ କରାଯାଇଛି।