ଗଣେଶ ଭସାଣି ବେଳେ ବୁଲିଲା ଖଣ୍ଡା; ବଡ଼ ଭାଇ ମୃତ, ସାନ ଗୁରୁତର

ଉଭୟ ପକ୍ଷଙ୍କ ମଧ୍ୟରେ ଲାଗିଥିବା ଗଣ୍ଡଗୋଳରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ମେଡିକାଲ ବେଡରେ ମରଣ ସହ ଲଢ଼ୁଛି।

ଗଣେଶ ଭସାଣି ବେଳେ ବୁଲିଲା ଖଣ୍ଡା; ବଡ଼ ଭାଇ ମୃତ, ସାନ ଗୁରୁତର

ଗଣେଶ ଭସାଣି ବେଳେ ଆରମ୍ଭ ହେଲା ବଚସା। ଏହି ବଚସା କ୍ରମଶଃ ଉଗ୍ର ରୂପ ଧାରଣ କଲା। ବୁଲିଲା ମାରଣାସ୍ତ୍ର ଓ ଛାରଖାର ହୋଇଗଲା ପରିବାର। ଏପରି ଏକ ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗ୍ରାମରେ ଘଟିଛି।

ଉଭୟ ପକ୍ଷଙ୍କ ମଧ୍ୟରେ ଲାଗିଥିବା ଗଣ୍ଡଗୋଳରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ମେଡିକାଲ ବେଡରେ ମରଣ ସହ ଲଢ଼ୁଛି। ମୃତ ବଡ଼ ଭାଇ ଜଣକ ହେଲେ ବାବୁ ସ୍ୱାଇଁ, ଗୁରୁତରଜଣକ ହେଲେ ଜିତୁ ସ୍ୱାଇଁ।

ଅମୃତୁଲୁ ଗାଁରେ ଗତ ରାତିରେ ଗଣେଶ ଭସାଣି ବେଳେ ବାବୁ ଓ ଅଭିଯୁକ୍ତ ଲିପୁଙ୍କ ମଧ୍ୟରେ ହୋଇଥିଲା ବଚସା। ବଚସା ପରେ ଉଗ୍ରରୂପ ନେଇଥିଲା। ରାତିରେ ଉଭୟ ପକ୍ଷ ପ୍ରଥମେ ହାତାହାତି ହୋଇଥିଲେ। ବାବୁର ସାନଭାଇ ଜିତୁ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳର ମିମାଂସା କରିବାକୁ ଚେଷ୍ଟା କରିଥିଲେ।

ମାତ୍ର ଅଭିଯୁକ୍ତ ଲିପୁନ ଓ ତାଙ୍କ ଭାଇ ମିଶି ଏକ ଧାରୁଆ କାତି ସାହାଯ୍ୟରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଭାଇ ତଳେ ପଡ଼ି ଯାଇ ଚିତ୍କାର କରିଥିଲେ। ଖବର ପାଇ ପରିବାର ଲୋକେ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ବାବୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜିତୁର ଚିକିତ୍ସା ଚାଲିଛି ।

ମୃତକଙ୍କ ପରିବାର ଲୋକେ ଏନେଇ ଥାନାରେ ମାମଲା ଦେବା ପରେ ସୋରଡ଼ା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।