ଡିଆଇଏଲ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାବର ଇଣ୍ଡିଆ ଲିମିଟେଡ୍ (ଡିଆଇଏଲ୍)ର ନୂତନ ଉତ୍ପାଦ ‘ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସବୁ ସମୟରେ ଏନର୍ଜି ସଲ୍ୟୁଶନ ପାଇଁ ବଢୁଥିବା ଚାହିଦା ପୂରଣ କରିବା ପାଇଁ ଡାବର ଗ୍ଲୁକୋପ୍ଲସ୍-ସି ପକ୍ଷରୁ ‘ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଡ୍ରିଙ୍କ୍ଟି ଏକ ପିଇଟି ବୋତଲରେ ସ୍ବାଦିଷ୍ଟ ଟାଙ୍ଗି ଅରେଞ୍ଜ ଭାରିଆଣ୍ଟ […] The post ଡିଆଇଏଲ୍ର ନୂତନ ଉତ୍ପାଦ appeared first on Dharitri Odia News.
ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାବର ଇଣ୍ଡିଆ ଲିମିଟେଡ୍ (ଡିଆଇଏଲ୍)ର ନୂତନ ଉତ୍ପାଦ ‘ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସବୁ ସମୟରେ ଏନର୍ଜି ସଲ୍ୟୁଶନ ପାଇଁ ବଢୁଥିବା ଚାହିଦା ପୂରଣ କରିବା ପାଇଁ ଡାବର ଗ୍ଲୁକୋପ୍ଲସ୍-ସି ପକ୍ଷରୁ ‘ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଡ୍ରିଙ୍କ୍ଟି ଏକ ପିଇଟି ବୋତଲରେ ସ୍ବାଦିଷ୍ଟ ଟାଙ୍ଗି ଅରେଞ୍ଜ ଭାରିଆଣ୍ଟ ସହ ରେଡି-ଟୁ-ଡ୍ରିଙ୍କ୍ ଗ୍ଲୁକୋଜ ବର୍ଗରେ ଉପଲବ୍ଧ। ସେହିଭଳି ୧୬୦ଏମ୍ଏଲ୍ ପିଇଟି ବୋତଲ ପାଇଁ ୧୦ ଟଙ୍କା ମୂଲ୍ୟ ଥିବା ‘ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଡ୍ରିଙ୍କ୍’କୁ କମ୍ପାନୀ ପଶ୍ଚିମବଙ୍ଗ ଓ ଓଡ଼ିଶା ବଜାରର ସମସ୍ତ ରିଟେଲ ଆଉଟ୍ଲେଟରେ ଉପଲବ୍ଧ କରାଇଛି। ଏ ସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡ୍ର ହେଲ୍ଥ ସପ୍ଲିମେଣ୍ଟସ୍ ବିଭାଗର ମାର୍କେଟିଂ ହେଡ୍ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ଆମେ ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ସହ ଆମର ଗ୍ଲୁକୋପ୍ଲସ୍-ସି ପୋର୍ଟଫୋଲିଓକୁ ମଧ୍ୟ ବିସ୍ତାର କରିଛୁ। ଏପରିକି ଆମର ଉପଭୋକ୍ତାଙ୍କୁ ଗ୍ଲୁକୋଜ,ଭିଟାମିନ-ସି, ଆଇରନର ଏକ ଡୋଜ୍ ଓ ପ୍ରକୃତ କମଳା ରସର ଲାଭ ପ୍ରଦାନ କରୁଛୁ। ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଡ୍ରିଙ୍କ୍ର ଶୁଭାରମ୍ଭ ଏହି ପ୍ରଥମ ଧରଣର ଗ୍ଲୁକୋଜ ଏନର୍ଜି ଡ୍ରିଙ୍କ୍ ସହ ଉପଭୋକ୍ତାଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ସେହିଭଳି ଡାବର ଇଣ୍ଡିଆ ଲିମିଟେଡ୍ର ପୂର୍ବାଞ୍ଚଳର ବିଜ୍ନେସ ହେଡ୍ ରାଜୀବ ରଞ୍ଜନ କହିଛନ୍ତି, ଆମେ ‘ଡାବର ଗ୍ଲେୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ସହ ଆମର ଉପଭୋକ୍ତାଙ୍କୁ କିଛି ନୂଆ ପ୍ରଦାନ କରିବା ପାଇଁ ଉତ୍ସାହିତ ରହିଛୁ।
The post ଡିଆଇଏଲ୍ର ନୂତନ ଉତ୍ପାଦ appeared first on Dharitri Odia News.