ୟୁଟ୍ୟୁବ୍ ଦୁନିଆରେ ଇତିହାସ ରଚିଲେ ‘ମିଷ୍ଟର ବିଷ୍ଟ’: ହାସଲ କଲେ ବଡ଼ ଉପଲବ୍ଧି
ପ୍ରସିଦ୍ଧ ୟୁଟ୍ୟୁବର ଜିମି ଡୋନାଲ୍ଡସନ୍(ମିଷ୍ଟର ବିଷ୍ଟ ନାମରେ ଜଣାଶୁଣା) ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ୟୁଟ୍ୟୁବର ହୋଇପାରିଛନ୍ତି ଯାହାଙ୍କ ସବ୍ସ୍କ୍ରାଇବରଙ୍କ ସଂଖ୍ୟା ୩୦ କୋଟି ଅତିକ୍ରମ କରିଛି। ପ୍ରାୟ ମାସେ ପୂର୍ବେ ତାଙ୍କର ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ ଚ୍ୟାନେଲ ପ୍ରସିଦ୍ଧ ଭାରତୀୟ ମ୍ୟୁଜିକ୍ କମ୍ପାନୀ ‘ଟି-ସିରିଜ୍’କୁ ପଛକୁ ଠେଲି ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ ଚ୍ୟାନେଲ ହୋଇ ପାରିଥିଲା। ୟୁଟ୍ୟୁବରେ ସର୍ବାଧିକ ସବ୍ସ୍କ୍ରାଇବରର ରେକର୍ଡକୁ ନେଇ ଦୀର୍ଘ ସମୟ ଧରି ଭାରତର […] The post ୟୁଟ୍ୟୁବ୍ ଦୁନିଆରେ ଇତିହାସ ରଚିଲେ ‘ମିଷ୍ଟର ବିଷ୍ଟ’: ହାସଲ କଲେ ବଡ଼ ଉପଲବ୍ଧି appeared first on Dharitri Odia News.
ପ୍ରସିଦ୍ଧ ୟୁଟ୍ୟୁବର ଜିମି ଡୋନାଲ୍ଡସନ୍(ମିଷ୍ଟର ବିଷ୍ଟ ନାମରେ ଜଣାଶୁଣା) ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ୟୁଟ୍ୟୁବର ହୋଇପାରିଛନ୍ତି ଯାହାଙ୍କ ସବ୍ସ୍କ୍ରାଇବରଙ୍କ ସଂଖ୍ୟା ୩୦ କୋଟି ଅତିକ୍ରମ କରିଛି। ପ୍ରାୟ ମାସେ ପୂର୍ବେ ତାଙ୍କର ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ ଚ୍ୟାନେଲ ପ୍ରସିଦ୍ଧ ଭାରତୀୟ ମ୍ୟୁଜିକ୍ କମ୍ପାନୀ ‘ଟି-ସିରିଜ୍’କୁ ପଛକୁ ଠେଲି ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ ଚ୍ୟାନେଲ ହୋଇ ପାରିଥିଲା।
ୟୁଟ୍ୟୁବରେ ସର୍ବାଧିକ ସବ୍ସ୍କ୍ରାଇବରର ରେକର୍ଡକୁ ନେଇ ଦୀର୍ଘ ସମୟ ଧରି ଭାରତର ‘ଟି-ସିରିଜ୍’ କମ୍ପାନୀ ଓ ସ୍ବିଡେନର ୟୁଟ୍ୟୁବର ପ୍ୟୁଡିପାଇଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ତେବେ ମିଷ୍ଟର ବିଷ୍ଟ ପ୍ରଥମେ ପ୍ୟୁଡିପାଇଙ୍କୁ ପଛକୁ ଠେଲିଥିଲେ। ଏହାପରେ ସେ ଗତ ଜୁନ୍ ୧ରେ ‘ଟି-ସିରିଜ’ର ସବସ୍କ୍ରାଇବରଙ୍କ ସଂଖ୍ୟାକୁ ଅତିକ୍ରମ କରି ବିଶ୍ୱର ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ ଚ୍ୟାନେଲ ହୋଇ ପାରିଥିଲେ। ଏହା ପରଠାରୁ ତାଙ୍କର ସବ୍ସ୍କ୍ରାଇବରଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। ଏହି ସଫଳତା ହାସଲ ପରେ ମିଷ୍ଟର ବିଷ୍ଟ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’ରେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ୧୧ ବର୍ଷ ତଳେ ତାଙ୍କର ମାତ୍ର ୩୦୦ ସବ୍ସ୍କ୍ରାଇବର ଥିଲା, ଆଉ ଏବେ ଏହି ସଂଖ୍ୟା ୩୦ କୋଟିରେ ପହଞ୍ଚିଛି। ତାଙ୍କୁ ସବୁବେଳେ ଭଲ ପାଇବା ଦେଉଥିବାରୁ ସେ ନିଜର ସବ୍ସ୍କ୍ରାଇବରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ୨୬ ବର୍ଷୀୟ ୟୁଟ୍ୟୁବର ଆମେରିକାର ଦକ୍ଷିଣ କାରୋଲିନାସ୍ଥିତ ଗ୍ରୀନ୍ଭିଲ ସହରରେ ଜନ୍ମଗ୍ରହଣ କରି ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ୨୦୧୨ରେ ମାତ୍ର ୧୪ବର୍ଷ ବୟସରେ ସେ ତାଙ୍କ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ ଚ୍ୟାନେଲ ପାଇଁ ପ୍ରଥମ ଭିଡିଓ ଅପଲୋଡ କରିଥିଲେ। ୨୦୧୭ରେ ତାଙ୍କର ‘କାଉଣ୍ଟିଂ ଟୁ ୱାନ ଲାଖ’ ଭିଡିଓଟି ବହୁତ ଲୋକପ୍ରିୟ ହୋଇଥିଲା। ଏହାପରେ ବିଷ୍ଟଙ୍କ ସବ୍ସ୍କ୍ରାଇବରଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ିବା ସାହ ତାଙ୍କର ଅଧିକାଂଶ ଭିଡିଓ ଭାଇରାଲ ହୋଇଥିଲା। ସୂଚନାଯୋଗ୍ୟ, ବିଭିନ୍ନ ପ୍ରକାର ସଂଘର୍ଷପୂର୍ଣ୍ଣ ଷ୍ଟଣ୍ଟ୍ ଓ ଆହ୍ବାନକାରୀ ଚାଲେଞ୍ଜ ଆଦି କଣ୍ଟେଣ୍ଟ୍କୁ ଭିତ୍ତି କରି ଭିଡିଓ କରିବାରେ ମିଷ୍ଟର ବିଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି।
The post ୟୁଟ୍ୟୁବ୍ ଦୁନିଆରେ ଇତିହାସ ରଚିଲେ ‘ମିଷ୍ଟର ବିଷ୍ଟ’: ହାସଲ କଲେ ବଡ଼ ଉପଲବ୍ଧି appeared first on Dharitri Odia News.