ବଢ଼ିଲା ପୂଜାଙ୍କ ଅଡ଼ୁଆ, ଏଫ୍ଆଇଆର୍ ଦାଏର କଲା ୟୁପିଏସ୍ସି
ନୂଆଦିଲ୍ଲୀ, ୧୯।୭: ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦରେ ପଡ଼ିବା ପରେ ଲୋକ ସେବା ଆୟୋଗ ବା ୟୁପିଏସ୍ସି ପୂଜାଙ୍କ ବିରୋଧରେ ଏଫ୍ଆଇର ଦାଏର କରିଛି । ଏହା ସହିତ ସିଭିଲ ସେବା ପରୀକ୍ଷା ୨୦୨୨ରେ ତାଙ୍କ ଆଫ୍ଲିକେସନ୍ କାହିଁକି ରଦ୍ଦ କରାଯିବ ନାହିଁ ଏବଂ ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାରୁ ତାଙ୍କୁ କାହିଁକି ରୋକାଯାଇ ପାରିବ ନାହିଁ ସେ ନେଇ କାରଣ ଦର୍ଶାଅ ନୋଟିସ୍ ମଧ୍ୟ […] The post ବଢ଼ିଲା ପୂଜାଙ୍କ ଅଡ଼ୁଆ, ଏଫ୍ଆଇଆର୍ ଦାଏର କଲା ୟୁପିଏସ୍ସି appeared first on Dharitri Odia News.
ନୂଆଦିଲ୍ଲୀ, ୧୯।୭: ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦରେ ପଡ଼ିବା ପରେ ଲୋକ ସେବା ଆୟୋଗ ବା ୟୁପିଏସ୍ସି ପୂଜାଙ୍କ ବିରୋଧରେ ଏଫ୍ଆଇର ଦାଏର କରିଛି । ଏହା ସହିତ ସିଭିଲ ସେବା ପରୀକ୍ଷା ୨୦୨୨ରେ ତାଙ୍କ ଆଫ୍ଲିକେସନ୍ କାହିଁକି ରଦ୍ଦ କରାଯିବ ନାହିଁ ଏବଂ ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାରୁ ତାଙ୍କୁ କାହିଁକି ରୋକାଯାଇ ପାରିବ ନାହିଁ ସେ ନେଇ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି ୟୁପିଏସ୍ସି ।
ଏନେଇ ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ, ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଜାଲିଆତି, ଭୁଲ ପ୍ରମାଣ ପତ୍ର, ଆଇଟି ଆକ୍ଟ ଏବଂ ମିଛ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଅଧିନିୟମ ଅନୁଯାୟୀ ଏହି ମାମଲା ରୁଜୁ କରିଛି କ୍ରାଇମ ବ୍ରାଞ୍ଚ ।
The post ବଢ଼ିଲା ପୂଜାଙ୍କ ଅଡ଼ୁଆ, ଏଫ୍ଆଇଆର୍ ଦାଏର କଲା ୟୁପିଏସ୍ସି appeared first on Dharitri Odia News.