ଦୁର୍ବୃତ୍ତ ଚାଲାଣ କରୁଥିଲେ ଶୁଆ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ବୌଦ୍ଧ,୩ା୨ (ଅଜିତ କୁମାର ବାରିକ): ବେଆଇନ ଶୁଆ, କଇଁଛ ଚାଲାଣ ଅଭିଯୋଗରେ ବୌଦ୍ଧ ବନ ବିଭାଗ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଟୁଆଣି ଗ୍ରାମର କିଶୋର କୁମାର ସାହୁ, ସମ୍ବଲପୁର ଜିଲା ରେଢାଖୋଲ ଥାନା ସାଲେଇସିଙ୍ଗ ଗଁାର ଯୋଗେଶ୍ୱର ଦେହୁରୀ, ରେଢାଖୋଲ ସୁଦସାହିର ବଳରାମ ଜେନା, ରେଢାଖୋଲ ଖନ୍ଦାଢିପର ଆୟୁଷ କୁମାର ସାହୁ। ସେମାନଙ୍କଠାରୁ ୩ କଇଁଛ, ୧୫ ଶୁଆ ଜବତ କରାଯାଇଛି। […] The post ଦୁର୍ବୃତ୍ତ ଚାଲାଣ କରୁଥିଲେ ଶୁଆ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ appeared first on Dharitri Odia News.

ଦୁର୍ବୃତ୍ତ ଚାଲାଣ କରୁଥିଲେ ଶୁଆ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ବୌଦ୍ଧ,୩ା୨ (ଅଜିତ କୁମାର ବାରିକ): ବେଆଇନ ଶୁଆ, କଇଁଛ ଚାଲାଣ ଅଭିଯୋଗରେ ବୌଦ୍ଧ ବନ ବିଭାଗ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଟୁଆଣି ଗ୍ରାମର କିଶୋର କୁମାର ସାହୁ, ସମ୍ବଲପୁର ଜିଲା ରେଢାଖୋଲ ଥାନା ସାଲେଇସିଙ୍ଗ ଗଁାର ଯୋଗେଶ୍ୱର ଦେହୁରୀ, ରେଢାଖୋଲ ସୁଦସାହିର ବଳରାମ ଜେନା, ରେଢାଖୋଲ ଖନ୍ଦାଢିପର ଆୟୁଷ କୁମାର ସାହୁ। ସେମାନଙ୍କଠାରୁ ୩ କଇଁଛ, ୧୫ ଶୁଆ ଜବତ କରାଯାଇଛି।
ବୌଦ୍ଧରେ ଶୁଆ ଚାଲାଣ ସମ୍ପର୍କିତ ସୂଚନା ବନ ବିଭାଗର ୱାଇଲ୍ଡ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଭୋପାଳ ପକ୍ଷରୁ ଦିଆଯିବା ପରେ ଖୋର୍ଦ୍ଧା ୱାଇଲ୍ଡ ଲାଇଫ ବିଭାଗ ପକ୍ଷରୁ ବୌଦ୍ଧ ବନ ବିଭାଗକୁ ଏନେଇ ଶନିବାର ସୂଚନା ଦିଆଯାଇଥିଲା। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶରେ ବୌଦ୍ଧରେ ଅଧିକାରୀ ଅର୍ଚ୍ଚନା ଗମାଙ୍ଗ ଓ ଫରେଷ୍ଟର ଗୋବର୍ଦ୍ଧନ ମେହେରଙ୍କ ନେତୃତ୍ୱରେ ଶୁଆ ଚାଲାଣକାରୀଙ୍କୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏ ନେଇ ଶୁଆ ଶାବକ କ୍ରୟ କରିବା ପାଇଁ କିଶୋରଙ୍କୁ ଯୋଗାଯୋଗ କରାଯାଇଥିଲା। କିଶୋର ୩ଟି ଶୁଆ ଶାବକକୁ ନେଇ ବିକ୍ରୟ ପାଇଁ ପହଞ୍ଚିଥିଲେ। ପୂର୍ବ ଯୋଜନା ମୁତାବକ ବୌଦ୍ଧରେ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଟିମ ତାଙ୍କୁ ଧରିଥିଲେ। ପ୍ରଥମେ ୩ ଶୁଆ ଶାବକ ଜବତ କରିବା ସହ କିଶୋରଙ୍କୁ ଅଟକ ରଖି ପଚରାଉଚୁରା କରାଯାଇଥିଲା। ଏହି କାରବାରରେ ଏକ ର଼୍ୟାକେଟ୍‌ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଥିଲେ। କିଶୋରଙ୍କ ସୂଚନାକୁ ଆଧାର କରି ଯୋଗେଶ୍ୱର, ବଳରାମ, ଆୟୁଷଙ୍କ ଘରେ ଚଢାଉ କରାଯାଇ ସେମାନଙ୍କ ନିକଟରୁ ୧୨ଟି ଶୁଆ ଶାବକ ଓ ୩ଟି କଇଁଛ ଜବତ କରାଯାଇଥିଲା। ଏ ନେଇ ଏକ ମାମଲା ରୁଜୁ କରାଯାଇ ବନ୍ୟଜନ୍ତୁ ସୁରକ୍ଷା ଆଇନ ଆଧାରରେ ଅଭିଯୁକ୍ତମାନଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ପରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରତିବନ୍ଧିତ ପଶୁ ପକ୍ଷୀଙ୍କୁ ଘରେ ପାଳନ ନ କରିବାକୁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

The post ଦୁର୍ବୃତ୍ତ ଚାଲାଣ କରୁଥିଲେ ଶୁଆ, ୪ ଜଣଙ୍କୁ ବାନ୍ଧିଲା ବନବିଭାଗ appeared first on Dharitri Odia News.