ଖଣ୍ଡପଡା ତହସିଲଦାର ଗିରଫ, ମୋରମ୍ ବୋଝେଇ ଗାଡ଼ି ଛାଡିବାକୁ ନେଉଥିଲେ ଲାଞ୍ଚ
ଭୁବନେଶ୍ବର ୦୩/୦୭: ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ । ବାଲିଗାଡି ଛାଡିବା ପାଇଁ ଦଲାଲ୍ ମାଧ୍ୟମରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦଲାଲ୍ ମୋହରି ପ୍ରସନ୍ନ ସାହୁଙ୍କୁ ଗିରଫ କରିଛି ନୟାଗଡ ଭିଜିଲାନ୍ସ । ଧୋବେଇଙ୍କ ଭାପୁର ଏବଂ ଭୂବନେଶ୍ବରର ଘରେ ଭିଜିଲାନ୍ସ ଚଢାଉ । ନୟାଗଡ ଜିଲ୍ଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇକରି ହାଇୱା ଗାଡିରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ । କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡି ଛାଡିବା ପାଇଁ ତହସିଲଦାର ଗାଡିମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମଙ୍ଗଳବାର ରାତିରେ ଦଲାଲ୍ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡିମାଲିକଙ୍କ ଠାରୁ ଟଙ୍କା ନେଉଥିବାବେଳେ ନୟାଗଡ ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କୁ ଧରିଥିଲା । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଏବଂ ଭୂବନେଶ୍ବର ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ଚଢାଉରେ ନୟାଗଡ ଏବଂ ଭୂବନେଶ୍ବର ଭିଜିଲାନ୍ସ ଟିମ୍ ସାମିଲ୍ ଅଛନ୍ତି । ସୂଚନା ଥାଉକି, ମୋରମ୍ ବୋଝେଇ ଗାଡ଼ି ଛାଡ଼ିବାକୁ ତହସିଲଦାର ନେଉଥିଲେ ୨୦ ହଜାର ଟଙ୍କା ଲାଞ୍ଚ । ୨୦ ହଜାର ଟଙ୍କା ନେବା ପଡ଼ିଲା ମହଙ୍ଗା । ଟଙ୍କା ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ନୟାଗଡ଼ ଖଣ୍ଡପଡ଼ାର ତହସିଲଦାର
ଭୁବନେଶ୍ବର ୦୩/୦୭: ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ । ବାଲିଗାଡି ଛାଡିବା ପାଇଁ ଦଲାଲ୍ ମାଧ୍ୟମରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦଲାଲ୍ ମୋହରି ପ୍ରସନ୍ନ ସାହୁଙ୍କୁ ଗିରଫ କରିଛି ନୟାଗଡ ଭିଜିଲାନ୍ସ । ଧୋବେଇଙ୍କ ଭାପୁର ଏବଂ ଭୂବନେଶ୍ବରର ଘରେ ଭିଜିଲାନ୍ସ ଚଢାଉ ।
ନୟାଗଡ ଜିଲ୍ଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇକରି ହାଇୱା ଗାଡିରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ । କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡି ଛାଡିବା ପାଇଁ ତହସିଲଦାର ଗାଡିମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମଙ୍ଗଳବାର ରାତିରେ ଦଲାଲ୍ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡିମାଲିକଙ୍କ ଠାରୁ ଟଙ୍କା ନେଉଥିବାବେଳେ ନୟାଗଡ ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କୁ ଧରିଥିଲା ।
ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଏବଂ ଭୂବନେଶ୍ବର ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ଚଢାଉରେ ନୟାଗଡ ଏବଂ ଭୂବନେଶ୍ବର ଭିଜିଲାନ୍ସ ଟିମ୍ ସାମିଲ୍ ଅଛନ୍ତି । ସୂଚନା ଥାଉକି, ମୋରମ୍ ବୋଝେଇ ଗାଡ଼ି ଛାଡ଼ିବାକୁ ତହସିଲଦାର ନେଉଥିଲେ ୨୦ ହଜାର ଟଙ୍କା ଲାଞ୍ଚ । ୨୦ ହଜାର ଟଙ୍କା ନେବା ପଡ଼ିଲା ମହଙ୍ଗା । ଟଙ୍କା ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।
ନୟାଗଡ଼ ଖଣ୍ଡପଡ଼ାର ତହସିଲଦାର ଧୋବେଇ ନାୟକ ଗୋଟିଏ ମୋରମ ବୋଝେଇ ଗାଡ଼ି ଛାଡ଼ିବା ପାଇଁ ଜଣଙ୍କ ଠାରୁ 20ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜାଲ ବିଛାଇଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରା ଯାଇଥିବା ବେଳେ ତାଙ୍କର କାର୍ଯ୍ୟାଳୟ, ଭଡ଼ା ଘର ପୈତୃକ ଘର ସମେତ ଭୁବନେଶ୍ୱର ଘରେ ସର୍ଚ୍ଚ ଅପରେସନ ଚଳାଇଛି ଭିଜିଲାନ୍ସ।