ମହିଳା ୧୯ ବର୍ଷ କମ କ୍ରିକେଟ ଦଳରେ ଚମକିଲେ ନୀଳଗିରିର ସୁନା ଝିଅ ଶୁଭଲକ୍ଷ୍ମୀ

ନୀଳଗିରି: ଜଣେ ସଫଳ କ୍ରିକେଟ ଖେଳାଳି ହେବାପାଇଁ ସ୍ୱପ୍ନ ଦେଖିଥିଲେ। ତାହା ଆଜି ପୂରଣ ହୋଇଛି। ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜଣେ ଆଦିବାସୀ ଯୁବତୀଙ୍କ ସଫଳ କାହାଣୀ। ବାଲେଶ୍ଵର ନୀଳଗିରି ବ୍ଲକ ସିଆଡିମାଳ ଗାର କୁନିଝିଅ ଶୁଭଲକ୍ଷ୍ମୀ ପିଲାଟି ଦିନରୁ ଭଲ ପାଠ ପଢିବା ସହ ଖେଳ ପ୍ରତି ଦୁର୍ବଳତା ଥିଲା। ବାପା ବାବୁଲା ସିଂ ପ୍ରାଥମିକ ଶିକ୍ଷକ ହୋଇଥିବା ବେଳେ ମାଆ ବାସନ୍ତୀ ଜଣେ ଗୃହିଣୀ ଅଟନ୍ତି। ବାଲ୍ୟକାଳରୁ କ୍ରିକେଟ ପ୍ରତି ଆଗ୍ରହୀ ଶୁଭଲକ୍ଷ୍ମୀର ଦୁର୍ବଳତାକୁ ଅନୁଭବ କରି ବାପା ଗାଁରେ ଥିବା ଛୋଟିଆ ପଡ଼ିଆରେ ଦୈନନ୍ଦିନ ଝିଅକୁ କ୍ରିକେଟ ଖେଳରେ ସହଯୋଗ କରିଥିଲେ। ସେଭଳି ଉନ୍ନତ ମାନର ପ୍ରଶିକ୍ଷଣ ନପାଇ ମଧ୍ୟ ଖେଳ ପ୍ରତି ତାଙ୍କର ନିଷ୍ଠା ଓ ପରିଶ୍ରମ ପାଇଁ ସେ ଆଜି ଜିଲ୍ଲାରୁ ପ୍ରତିନିଧିତ୍ଵ କରି ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ଶ୍ରେଷ୍ଠତା ପ୍ରଦର୍ଶନ କରି ଲୋକଲୋଚନକୁ ଆସିପାରିଛନ୍ତି।ନୀଳଗିରି ଇଂଲିଶ ମିଡିୟମ୍ ସ୍କୁଲରେ ଅଧ୍ୟୟନ କରୁଥିବା ୧୫ବର୍ଷର କୁନିଝିଅ ଶୁଭଲକ୍ଷ୍ମୀ ବାଲେଶ୍ୱର ଜିଲ୍ଲା ତରଫରୁ ୧୯ବର୍ଷରୁ କମ୍ ମହିଳା ଟି-୨୦ ଦଳରେ ସାମିଲ ହୋଇଥିଲେ। ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଦ୍ଵାରା କଟକ ଠାରେ ଆୟୋଜିତ ମ୍ୟାଚରେ ସାମିଲ ହୋଇ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ। ଉଭୟ ବ୍ୟାଟିଂ ଏବଂ କିପିଂରେ ଗ୍ରୁପ (ବି) ମ୍ୟାଚ୍ ରେ ଭାଗନେଇ ପ୍ରଥମ ତିନିଗୋଟି ମ୍ୟାଚରେ ଉନ୍ନତ ମାନର ଖେଳ ଖେଳିଥିଲେ। ଗ

ମହିଳା ୧୯ ବର୍ଷ କମ କ୍ରିକେଟ ଦଳରେ ଚମକିଲେ ନୀଳଗିରିର ସୁନା ଝିଅ ଶୁଭଲକ୍ଷ୍ମୀ

ନୀଳଗିରି: ଜଣେ ସଫଳ କ୍ରିକେଟ ଖେଳାଳି ହେବାପାଇଁ ସ୍ୱପ୍ନ ଦେଖିଥିଲେ। ତାହା ଆଜି ପୂରଣ ହୋଇଛି। ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜଣେ ଆଦିବାସୀ ଯୁବତୀଙ୍କ ସଫଳ କାହାଣୀ। ବାଲେଶ୍ଵର ନୀଳଗିରି ବ୍ଲକ ସିଆଡିମାଳ ଗାର କୁନିଝିଅ ଶୁଭଲକ୍ଷ୍ମୀ ପିଲାଟି ଦିନରୁ ଭଲ ପାଠ ପଢିବା ସହ ଖେଳ ପ୍ରତି ଦୁର୍ବଳତା ଥିଲା। ବାପା ବାବୁଲା ସିଂ ପ୍ରାଥମିକ ଶିକ୍ଷକ ହୋଇଥିବା ବେଳେ ମାଆ ବାସନ୍ତୀ ଜଣେ ଗୃହିଣୀ ଅଟନ୍ତି। 

ବାଲ୍ୟକାଳରୁ କ୍ରିକେଟ ପ୍ରତି ଆଗ୍ରହୀ ଶୁଭଲକ୍ଷ୍ମୀର ଦୁର୍ବଳତାକୁ ଅନୁଭବ କରି ବାପା ଗାଁରେ ଥିବା ଛୋଟିଆ ପଡ଼ିଆରେ ଦୈନନ୍ଦିନ ଝିଅକୁ କ୍ରିକେଟ ଖେଳରେ ସହଯୋଗ କରିଥିଲେ। ସେଭଳି ଉନ୍ନତ ମାନର ପ୍ରଶିକ୍ଷଣ ନପାଇ ମଧ୍ୟ ଖେଳ ପ୍ରତି ତାଙ୍କର ନିଷ୍ଠା ଓ ପରିଶ୍ରମ ପାଇଁ ସେ ଆଜି ଜିଲ୍ଲାରୁ ପ୍ରତିନିଧିତ୍ଵ କରି ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ଶ୍ରେଷ୍ଠତା ପ୍ରଦର୍ଶନ କରି ଲୋକଲୋଚନକୁ ଆସିପାରିଛନ୍ତି।ନୀଳଗିରି ଇଂଲିଶ ମିଡିୟମ୍ ସ୍କୁଲରେ ଅଧ୍ୟୟନ କରୁଥିବା ୧୫ବର୍ଷର କୁନିଝିଅ ଶୁଭଲକ୍ଷ୍ମୀ ବାଲେଶ୍ୱର ଜିଲ୍ଲା ତରଫରୁ ୧୯ବର୍ଷରୁ କମ୍ ମହିଳା ଟି-୨୦ ଦଳରେ ସାମିଲ ହୋଇଥିଲେ। 

ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଦ୍ଵାରା କଟକ ଠାରେ ଆୟୋଜିତ ମ୍ୟାଚରେ ସାମିଲ ହୋଇ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ। ଉଭୟ ବ୍ୟାଟିଂ ଏବଂ କିପିଂରେ ଗ୍ରୁପ (ବି) ମ୍ୟାଚ୍ ରେ ଭାଗନେଇ ପ୍ରଥମ ତିନିଗୋଟି ମ୍ୟାଚରେ ଉନ୍ନତ ମାନର ଖେଳ ଖେଳିଥିଲେ। ଗୋଟିଏ ମ୍ୟାଚରେ ୪୩ ବଲରୁ ୩୨ ରନ ସଂଗ୍ରହ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ମ୍ୟାଚ ପାଇଁ ପାଇଁ ତାଙ୍କ ସହିତ ବାଲେଶ୍ୱରରୁ ଆଉ ଦୁଇଜଣ ଖେଳାଳିଙ୍କୁ ଚୟନ କରାଯାଇଥିବା ବେଳେ ସେପ୍ଟେମ୍ବର ୫ ତାରିଖରେ ଯୋଗଦେବାକୁ ଓସିଏ ଡାକରା ଦେଇଛି। ଉତ୍ତମ ଖେଳ ପ୍ରଦର୍ଶନ ପରେ ଫାଇନାଲ ଦଳରେ ଓସିଏ ଚୟନ କରିବ। ଶୁଭଲକ୍ଷ୍ମୀ ଉତ୍ସାହିତ ଥିବା ବେଳେ ବାପା ବାବୁଲା ସିଂ ଓସିଏକୁ ଧନ୍ୟବାଦ ଦେଇଛନ୍ତି। ଝିଅର ଏଭଳି ସଫଳତା ପାଇଁ ପରିବାର ସମେତ ସମଗ୍ର ନୀଳଗିରିରେ ଖୁସିର ଲହରୀ ଖେଳି ଯାଇଛି।