ଖମଣସାହି ପଞ୍ଚୁଦଣ୍ଡରେ ଯୋଗଦେଲେ ଭଞ୍ଜନଗର ବିଧାୟକ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ)- ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବ ମୁଖର ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଦଣ୍ଡ ଆୟୋଜନ ହେଉଥିବା ବେଳେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଉଛନ୍ତି। ଏହି କ୍ରମରେ ଶନିବାର ସାଂରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ବ୍ଲକ ଦୋମୁହାନି ପଞ୍ଚାୟତ ଖମଣ ସାହିରେ ଚାଲିଥିବା ଦଣ୍ଡ ନାଚରେ ଯୋଗଦେଇ ଠାକୁରଙ୍କ ଦର୍ଶନ କରିବା ସହ ଭଞ୍ଜନଗର ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଏହି ପଞ୍ଚୁଦଣ୍ଡରେ ବାମ, ନନ୍ଦିନି, ଚାହାଲି, କଳମ୍ବା, […] The post ଖମଣସାହି ପଞ୍ଚୁଦଣ୍ଡରେ ଯୋଗଦେଲେ ଭଞ୍ଜନଗର ବିଧାୟକ appeared first on Dharitri Odia News.
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ)- ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବ ମୁଖର ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଦଣ୍ଡ ଆୟୋଜନ ହେଉଥିବା ବେଳେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଉଛନ୍ତି। ଏହି କ୍ରମରେ ଶନିବାର ସାଂରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ବ୍ଲକ ଦୋମୁହାନି ପଞ୍ଚାୟତ ଖମଣ ସାହିରେ ଚାଲିଥିବା ଦଣ୍ଡ ନାଚରେ ଯୋଗଦେଇ ଠାକୁରଙ୍କ ଦର୍ଶନ କରିବା ସହ ଭଞ୍ଜନଗର ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଏହି ପଞ୍ଚୁଦଣ୍ଡରେ ବାମ, ନନ୍ଦିନି, ଚାହାଲି, କଳମ୍ବା, ଦୋମୁହାଣୀ ଗ୍ରାମର ଦଣ୍ଡ ନାଚ ଦଳ ସାମିଲ ହୋଇଥିଲା।
ଗଞ୍ଜାମ କନ୍ଧମାଳ ଓ ନୟାଗଡ଼ ଜିଲା ସୀମାରେ ଥିବା ଉକ୍ତ ଗ୍ରାମରେ ତିନି ଜିଲାର ଦଣ୍ଡ ନାଚ ପରିବେଷଣ ହୋଇଥିଲା। ଦଣ୍ଡ ନାଚ ଦେଖିବାକୁ ସମ୍ପୃକ୍ତ ଅଞ୍ଚଳର ହଜାର ହଜାର ଲୋକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଖମନସାହି, ଦୋମୁହାଣୀ ଗ୍ରାମର ଯୁବ ଗୋଷ୍ଠୀ ଏବଂ ପୋଲିସ ପ୍ରଶାସନ ସହଯୋଗ କରୁଛି।
ଅନ୍ୟପଟେ ଦଣ୍ଡନାଚ ଜିଲାର ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତାରେ ହେଉଛି। ଯେଉଁଥିପାଇଁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଉଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୋଲିସ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଅପରପକ୍ଷେ ଚଳିତ ବର୍ଷ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ସଂପୂର୍ଣ୍ଣ ବାରଣ କରାଯାଇଥିଲା। କିନ୍ତୁ ରେକର୍ଡ ଡ୍ୟାନ୍ସ ହେଉଛି। ଏହି ସମୟରେ କିଛିଟା ଅଶ୍ଳୀଳତା ପରିବେଷଣ ହେଉଥିବା ଅଭିଯୋଗ ହେଉଛି।
The post ଖମଣସାହି ପଞ୍ଚୁଦଣ୍ଡରେ ଯୋଗଦେଲେ ଭଞ୍ଜନଗର ବିଧାୟକ appeared first on Dharitri Odia News.