ଖରାଦିନ ପାଇଁ ପୌର ପରିଷଦ ପକ୍ଷରୁ ଜଳଛତ୍ର

ହିଞ୍ଜିଳିକାଟୁ,୧୮।୩(ଦ୍ବିତୀକୃଷ୍ଣ ପଣ୍ଡା): ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଓ ଜନସାଧାରଣଙ୍କ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ପୌରାଞ୍ଚଳ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବସ ଟର୍ମିନାଲ ସମେତ ସ୍ଥାନୀୟ ପୈରାଞ୍ଚଳର ୬ଟି ପୃଥକ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର (ଜଳଛତ୍ର) ଆରମ୍ଭ ହୋଇଛି। ଏଥି ସହ ଅଂଶୁଘାତରୁ ରକ୍ଷା ନିମନ୍ତେ ଜନ ସଚେତନତା ଅଭିଯାନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୈାର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇ ଜଳଛତ୍ର ଉଦଘାଟନ କରିଥିଲେ। […] The post ଖରାଦିନ ପାଇଁ ପୌର ପରିଷଦ ପକ୍ଷରୁ ଜଳଛତ୍ର appeared first on Dharitri Odia News.

ଖରାଦିନ ପାଇଁ ପୌର ପରିଷଦ ପକ୍ଷରୁ ଜଳଛତ୍ର

ହିଞ୍ଜିଳିକାଟୁ,୧୮।୩(ଦ୍ବିତୀକୃଷ୍ଣ ପଣ୍ଡା): ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଓ ଜନସାଧାରଣଙ୍କ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ପୌରାଞ୍ଚଳ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବସ ଟର୍ମିନାଲ ସମେତ ସ୍ଥାନୀୟ ପୈରାଞ୍ଚଳର ୬ଟି ପୃଥକ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର (ଜଳଛତ୍ର) ଆରମ୍ଭ ହୋଇଛି। ଏଥି ସହ ଅଂଶୁଘାତରୁ ରକ୍ଷା ନିମନ୍ତେ ଜନ ସଚେତନତା ଅଭିଯାନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୈାର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇ ଜଳଛତ୍ର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ହିଞ୍ଜିଳି ବିଧାୟକଙ୍କ ପୌର ପ୍ରତିନିଧି ପ୍ୟାରୀମୋହନ ପାଢି, ବିଜେଡି ନେତା ପ୍ରଦୀପ କୁମାର ପଣ୍ଡା, ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ସୁବ୍ରତ କୁମାର ମହାପାତ୍ର କାଉନସିଲର ବୃନ୍ଦ ଓ ଜନ ସାଧାରଣ ଉପସ୍ଥିତ ଥିଲେ।

The post ଖରାଦିନ ପାଇଁ ପୌର ପରିଷଦ ପକ୍ଷରୁ ଜଳଛତ୍ର appeared first on Dharitri Odia News.