ଖରାଦିନେ ଏମତି ଭାବେ ଘରକୁ ରଖନ୍ତୁ ଥଣ୍ଡା

ବେଳକୁ ବେଳ ବଢିଚାଲିଛି ତାପମାତ୍ରା। ଏମିତିରେ ଘରେ ରହିବା କଷ୍ଟକର ହୋଇପଡୁଛି। ପ୍ରାୟ ଲୋକ ଏଥିଲାଗି ଘରେ ଏସି ଲଗାଉଛନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଘରେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତୁ ଯାହାର ଭଲ ଉପାୟ ହେଲା ବୃକ୍ଷ ଲଗାଇବା। ଏହାଦ୍ୱାରା ଗରମରୁ ମୁକ୍ତି ମିଳିପାରିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ… ସ୍ନେକ ପ୍ଲାଣ୍ଟ ଏହା ଏକ ପ୍ରକାର ଗଛ। ଅନ୍ୟ ଗଛ ଭଳି ସ୍ନେକ ପ୍ଲାଣ୍ଟ ରାତିରେ ଅକ୍ସିଜେନ ଛାଡ଼ିଥାଏ ଓ […] The post ଖରାଦିନେ ଏମତି ଭାବେ ଘରକୁ ରଖନ୍ତୁ ଥଣ୍ଡା appeared first on Dharitri Odia News.

ଖରାଦିନେ ଏମତି ଭାବେ ଘରକୁ ରଖନ୍ତୁ ଥଣ୍ଡା

ବେଳକୁ ବେଳ ବଢିଚାଲିଛି ତାପମାତ୍ରା। ଏମିତିରେ ଘରେ ରହିବା କଷ୍ଟକର ହୋଇପଡୁଛି। ପ୍ରାୟ ଲୋକ ଏଥିଲାଗି ଘରେ ଏସି ଲଗାଉଛନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଘରେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତୁ ଯାହାର ଭଲ ଉପାୟ ହେଲା ବୃକ୍ଷ ଲଗାଇବା। ଏହାଦ୍ୱାରା ଗରମରୁ ମୁକ୍ତି ମିଳିପାରିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସ୍ନେକ ପ୍ଲାଣ୍ଟ
ଏହା ଏକ ପ୍ରକାର ଗଛ। ଅନ୍ୟ ଗଛ ଭଳି ସ୍ନେକ ପ୍ଲାଣ୍ଟ ରାତିରେ ଅକ୍ସିଜେନ ଛାଡ଼ିଥାଏ ଓ ତାପମାତ୍ରାକୁ କମାଇଥାଏ। କେବଳ ଏହା ନୁହେଁ, ଏହି ଗଛ ନାଇଟ୍ରୋଜେନ ଅକ୍ସାଇଡ,ଟ୍ରାଇକ୍ଲୋର ଏଥିଲିନ,ଟୋଲ୍ୟୁନି ଆଦି ଗ୍ୟାସକୁ ଶୋଷିଥାଏ ବାୟୁକୁ ଶୁଦ୍ଧ କରିଥାଏ।

ଫିଚୁସ ଟ୍ରି
ଏହା ବିପିଂ ଫିଗ ନାମରେ ଜଣାଶୁଣା। ଏହା ରୁମର ବାୟୁକୁ ସଫା କରିଥାଏ। ଗରମକୁ ଶୋଷିନେଇଥାଏ। ଏହାର ଦେଖାଶୁଣା କରିବା ବହୁତ ସହଜ ହୋଇଥାଏ। ଏହା କମ ଆଲୋକ ଏବଂ କମ ପାଣିରେ ମଧ୍ୟ ବଞ୍ଚିପାରେ।

ବେବି ରବର ପ୍ଲାଣ୍ଟ
ଯେତେବେଳେ ଏହି ପ୍ଲାଣ୍ଟର କଥା ଆସେ ଯାହା ରୁମକୁ ଥଣ୍ଡା ରଖେ ଓ ବାୟକୁ ପ୍ରଦୂଷଣ ମୁକ୍ତ କରିଥାଏ। ଏଥିରେ ପ୍ରତିଦିନ ପାଣି ଦେବା ଆବଶ୍ୟକ ହୁଏ ନାହିଁ। ଏହାକୁ ଭଲ ମାଟି ଓ ଫିଲ୍ଟର୍ଡ ଲାଇଟର ଆବଶ୍ୟକ ହୋଇଥାଏ।

ଫର୍ନ
ବୈଜ୍ଞାନିକଙ୍କ ମତରେ ଫର୍ନ ବାୟୁମଣ୍ଡଳକୁ ଓଦାଳିଆ ରଖିବାରେ ସାହାଯ୍ୟକରେ। ଘରର ବାୟୁକୁ ସଫା ରଖିବା ସହ ଗରମକୁ କମ କରିଥାଏ। ଏହାକୁ ଆପଣ ନିଜ ବାଲକୋନୀରେ ରଖନ୍ତୁ। ଏହା ବହୁତ ଭଲ ଦେଖାଯାଇଥାଏ।

ଗୋଲଡେନ ପୋଥାସ
ଆପଣ ଏହାକୁ ସିଲଭର କିମ୍ବା ଡେଭିଲ୍ସ ଏବି କୁହାଯାଏ। ଏହାର ଘଞ୍ଚ ପତ୍ର ଆପଣଙ୍କ ରୁମର ଶୋଭା ବଢ଼ାଇଥାଏ। ଏହା ବାୟୁମଣ୍ଡଳର ଦୂଷିତ ବାୟୁକୁ ଶୁଦ୍ଧ କରିଥାଏ। ଘରକୁ ଥଣ୍ଡା ରଖିଥାଏ।

The post ଖରାଦିନେ ଏମତି ଭାବେ ଘରକୁ ରଖନ୍ତୁ ଥଣ୍ଡା appeared first on Dharitri Odia News.