ଖରାପ ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦବେଗ; ଏଣିକି ପିଲାଙ୍କୁ ମିଳିବ ମାଣ୍ଡିଆ !
କେବଳ ଛତୁଆ ନୁହେଁ, ଏଣିକି ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
କେବଳ ଛତୁଆ ନୁହେଁ, ଏଣିକି ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟସ୍ତରୀୟ ପୋଷଣ ମାସର ଉଦଯାପନୀ ଉତ୍ସବରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁଆଡ଼େ ଛତୁଆ ନୁହେଁ ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ।
ଯେଉଁଠି ମିଲେଟ୍ ସମ୍ଭବ ସେଠି ମିଲେଟ୍ ବି ଦିଆଯାଇ ପାରିବ। ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି। ତେଣୁ ଆଗକୁ ଯେମିତି ଛତୁଆ କେଳେଙ୍କାରୀ ହେବନି, ତା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ୨୪ ବର୍ଷଧରି ଛତୁଆ ପ୍ରସ୍ତୁତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଛତୁଆରେ ଦୁର୍ନୀତି ନେଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।
‘#ଛତୁଆ_ବଦଳରେ_ପିଲାଙ୍କୁ_ମାଣ୍ଡିଆ_ଦବୁ’
‘ଛତୁଆର ମାନକୁ ଆମେ ନୀରିକ୍ଷଣ କରୁଛୁ। ଅପପୁଷ୍ଟି ରୋଗକୁ ଦମନ କରିବା ପାଇଁ ଆମେ ଛୁଆଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗେଇ ଦବୁ। ଛତୁଆ ବଦଳରେ ପିଲାଙ୍କୁ ମାଣ୍ଡିଆ ଦବୁ।’#Chhatua #MalnutritionPrevention #DeputyCM #PravatiParida #Odisha #OTV pic.twitter.com/kiRCp1lemZ — ଓଟିଭି (@otvkhabar) September 30, 2024