ଖରିଫ ଧାନ କିଣାକୁ କେଉଁଠି ଉତ୍ସାହ ତ ପୁଣି ହତାଶ: ନବରଙ୍ଗପୁରରେ ନିଦ ହଜେଇଛି ବିଳମ୍ବିତ ମଣ୍ଡି

କନକ ବ୍ୟୁରୋ: ପଶ୍ଚିମରେ ଚାଷୀଙ୍କୁ ବୋନସ ମିଳିଛି, ଦକ୍ଷିଣରେ ଚାଷୀଙ୍କ ହୋସ ଉଡ଼ିଛି। ବିଳମ୍ୱିତ ମଣ୍ଡି ଏବଂ ପାଗରେ ପରିବର୍ତ୍ତନ ନବରଙ୍ଗପୁର ଉମରକୋଟ ଚାଷୀଙ୍କ ଦୁଃଖର କାରଣ ହୋଇଛି। କୁହୁଡ଼ି, କହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା। ଅମଳ ଧାନର ମାନ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେପଟେ ମଣ୍ଡି ତାରିଖ ଘୁଞ୍ଚିଘୁଞ୍ଚି ଯାଉଛି। ତେଣୁ ପ୍ରଶାସନ ପକ୍ଷରୁ ମିଳିଥିବା ଚିରା ଫଟା ପଲିଥିନ୍ ତଳେ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ ପଡ଼ିରହିଛି। ଖରିଫ ଧାନ ଚାଷ ଆରମ୍ଭରୁ ଶେଷ ସମସ୍ୟା ହିଁ ସମସ୍ୟା। ତଳି ରୋଇବା ଦିନରୁ ଧାନ ଅମଳ ଯାଏଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ଚାଷୀ। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଖୋଲାରେ ପଡ଼ିଛି କ୍ୱିଂଟାଲ କ୍ୱିଂଟାଲ ଧାନ। ପୂର୍ବ ନିର୍ଦ୍ଧିରିତ ତାରିଖ ଅନୁସାରେ ମଣ୍ଡି ଖୋଲିବ, ସେହି ଆଶାରେ ଧାନ ଆଣିଥିଲେ ଚାଷୀ। କିନ୍ତୁ ମଣ୍ଡି ଖୋଲିବା ଠିକ ଦିନକ ପୂର୍ବରୁ ବଦଳିଗଲା ତାରିଖ। ଡିସେମ୍ୱର ୨ ବଦଳରେ ଡିସେମ୍ବର ୧୦ରେ ମଣ୍ଡି ଖୋଲିବ ବୋଲି ସୂଚନା ମିଳିବା ପରେ ଦୁଃଖ ପ୍ରକାଶ କରିଛନ୍ତି ଚାଷୀ ।  ଉମରକୋଟରେ ୩ ଦିନ ହେଲା ଘନ କୁହୁଡ଼ି ସହ କୋହଲା ପାଗ। ସେପଟେ ଅମଳ ଧାନକୁ ଶୁଖାଇ ରଖିବା ପାଇଁ ପର୍ୟ୍ୟାପ୍ତ ପରିମାଣର ଭିତ୍ତିଭୂମି ନାହିଁ। ତେଣୁ ଚାଷୀମାନେ ଆର.ଏମ.ସି ୟାର୍ଡକୁ ଆଣିଛନ୍ତି। ଏଇଠି ଶୁଖାଇ ମଣ୍ଡିରେ ବିକ୍ରି କରିଥାନ୍ତି। କିନ୍ତୁ ବର୍ତ୍ତମାନର ପାଗ ସାଙ୍ଗକୁ ଆରଏମ୍‌ସି ପକ୍ଷରୁ

ଖରିଫ ଧାନ କିଣାକୁ କେଉଁଠି ଉତ୍ସାହ ତ ପୁଣି ହତାଶ: ନବରଙ୍ଗପୁରରେ ନିଦ ହଜେଇଛି ବିଳମ୍ବିତ ମଣ୍ଡି

କନକ ବ୍ୟୁରୋ: ପଶ୍ଚିମରେ ଚାଷୀଙ୍କୁ ବୋନସ ମିଳିଛି, ଦକ୍ଷିଣରେ ଚାଷୀଙ୍କ ହୋସ ଉଡ଼ିଛି। ବିଳମ୍ୱିତ ମଣ୍ଡି ଏବଂ ପାଗରେ ପରିବର୍ତ୍ତନ ନବରଙ୍ଗପୁର ଉମରକୋଟ ଚାଷୀଙ୍କ ଦୁଃଖର କାରଣ ହୋଇଛି। କୁହୁଡ଼ି, କହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା। ଅମଳ ଧାନର ମାନ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେପଟେ ମଣ୍ଡି ତାରିଖ ଘୁଞ୍ଚିଘୁଞ୍ଚି ଯାଉଛି। ତେଣୁ ପ୍ରଶାସନ ପକ୍ଷରୁ ମିଳିଥିବା ଚିରା ଫଟା ପଲିଥିନ୍ ତଳେ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ ପଡ଼ିରହିଛି।

ଖରିଫ ଧାନ ଚାଷ ଆରମ୍ଭରୁ ଶେଷ ସମସ୍ୟା ହିଁ ସମସ୍ୟା। ତଳି ରୋଇବା ଦିନରୁ ଧାନ ଅମଳ ଯାଏଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ଚାଷୀ। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଖୋଲାରେ ପଡ଼ିଛି କ୍ୱିଂଟାଲ କ୍ୱିଂଟାଲ ଧାନ। ପୂର୍ବ ନିର୍ଦ୍ଧିରିତ ତାରିଖ ଅନୁସାରେ ମଣ୍ଡି ଖୋଲିବ, ସେହି ଆଶାରେ ଧାନ ଆଣିଥିଲେ ଚାଷୀ। କିନ୍ତୁ ମଣ୍ଡି ଖୋଲିବା ଠିକ ଦିନକ ପୂର୍ବରୁ ବଦଳିଗଲା ତାରିଖ। ଡିସେମ୍ୱର ୨ ବଦଳରେ ଡିସେମ୍ବର ୧୦ରେ ମଣ୍ଡି ଖୋଲିବ ବୋଲି ସୂଚନା ମିଳିବା ପରେ ଦୁଃଖ ପ୍ରକାଶ କରିଛନ୍ତି ଚାଷୀ । 

ଉମରକୋଟରେ ୩ ଦିନ ହେଲା ଘନ କୁହୁଡ଼ି ସହ କୋହଲା ପାଗ। ସେପଟେ ଅମଳ ଧାନକୁ ଶୁଖାଇ ରଖିବା ପାଇଁ ପର୍ୟ୍ୟାପ୍ତ ପରିମାଣର ଭିତ୍ତିଭୂମି ନାହିଁ। ତେଣୁ ଚାଷୀମାନେ ଆର.ଏମ.ସି ୟାର୍ଡକୁ ଆଣିଛନ୍ତି। ଏଇଠି ଶୁଖାଇ ମଣ୍ଡିରେ ବିକ୍ରି କରିଥାନ୍ତି। କିନ୍ତୁ ବର୍ତ୍ତମାନର ପାଗ ସାଙ୍ଗକୁ ଆରଏମ୍‌ସି ପକ୍ଷରୁ ମିଳିଥିବା ଫଟା ଜରିପାଲକୁ ନେଇ ଅସନ୍ତୋଷ ବଢୁଛି। କୋହଲା ପାଗ ଯୋଗୁଁ ଧାନର ଆର୍ଦ୍ରତା ବଢ଼ି ଯାଉଛି ଏବଂ ଧିରେଧିରେ ରଙ୍ଗ ମଧ୍ୟ ବଦଳି ଯାଉଛି। ତେଣୁ ଚାଷୀ କ୍ଷତି ସହିବାର ଆଶଙ୍କା କରିଛନ୍ତି। 

ଉମରକୋଟ ବ୍ଲକର ୬ଟି ସ୍ଥାନରେ ଧାନ ମଣ୍ଡି ଖୋଲାଯିବ। ଗୋଟିଏ ସମବାୟ ସମିତି ଓ ୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରାୟ ୧ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବ। ପରିବର୍ତ୍ତିତ ପାଗକୁ ଦେଖି ତୁରନ୍ତ ମଣ୍ଡି ଖୋଲି ଧାନ କିଣିବାକୁ ଦାବି ହୋଇଛି।