ଏକ ଦଶନ୍ଧି ପରେ ଦକ୍ଷିଣ ଆଫ୍ରିକାରେ ହେଲା ବରଫ ଝଡ । ଉତ୍ସାହର ସହିତ ଲୋକମାନେ କରୁଛନ୍ତି ଉପଭୋଗ
କନକ ବ୍ୟୁରୋ : ଏକ ଦଶନ୍ଧିରୁ ଅଧିକ ସମୟ ପରେ ଦକ୍ଷିଣ ଆଫ୍ରିକାର ସବୁଠାରୁ ବଡ ସହର ଜୋହାନ୍ସବର୍ଗରେ ସୋମବାର ଦିନ ଆଶ୍ଚର୍ଯ୍ୟଜନକ ଭାବେ ବରଫ ଝଡ ଦେଖିବା ପାଇଁ ମିଳିଥିଲା । ଏବଂ ଏତେ ବର୍ଷର ବ୍ୟବଧାନ ପରେ ବରଫ ଝଡ ଦେଖି ଆଫ୍ରିକାର ଲୋକମାନେ ଉତ୍ସାହିତ ହୋଇପଡିଥିଲେ । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଶେଷଥର ବରଫ ଝଡ ୨୦୧୨ ମସିହାରେ ଦେଖିବା ପାଇଁ ମିଳିଥିଲା । ଏବେ ପୁଣି ବରଫ ଝଡ ହେବା ପରେ […] The post ଏକ ଦଶନ୍ଧି ପରେ ଦକ୍ଷିଣ ଆଫ୍ରିକାରେ ହେଲା ବରଫ ଝଡ । ଉତ୍ସାହର ସହିତ ଲୋକମାନେ କରୁଛନ୍ତି ଉପଭୋଗ first appeared on Kanak News.

କନକ ବ୍ୟୁରୋ : ଏକ ଦଶନ୍ଧିରୁ ଅଧିକ ସମୟ ପରେ ଦକ୍ଷିଣ ଆଫ୍ରିକାର ସବୁଠାରୁ ବଡ ସହର ଜୋହାନ୍ସବର୍ଗରେ ସୋମବାର ଦିନ ଆଶ୍ଚର୍ଯ୍ୟଜନକ ଭାବେ ବରଫ ଝଡ ଦେଖିବା ପାଇଁ ମିଳିଥିଲା । ଏବଂ ଏତେ ବର୍ଷର ବ୍ୟବଧାନ ପରେ ବରଫ ଝଡ ଦେଖି ଆଫ୍ରିକାର ଲୋକମାନେ ଉତ୍ସାହିତ ହୋଇପଡିଥିଲେ ।
ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଶେଷଥର ବରଫ ଝଡ ୨୦୧୨ ମସିହାରେ ଦେଖିବା ପାଇଁ ମିଳିଥିଲା । ଏବେ ପୁଣି ବରଫ ଝଡ ହେବା ପରେ ସେଠି ରହିଥିବା ବାସିନ୍ଦାମାନେ ହାତରେ ବରଫ ଧରି ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରି ନିଜର ଆନନ୍ଦ ପ୍ରକାଶ କରିଛନ୍ତି ।
ସେଠାରେ ରହୁଥିବା ଜଣେ ବାସିନ୍ଦା ଟିକଟକରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଗୌତେଙ୍ଗ ଅଂଚଳରେ ବରଫ ଝଡ ହେଉଛି । ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ମୁଁ ୟୁରୋପ ଯିବାର ପ୍ରସ୍ତୁତି କରୁଥିଲି କିନ୍ତୁ ବର୍ତ୍ତମାନ ମୁଁ ମୋର ମନ ପରିବର୍ତ୍ତନ କରିସାରିଛି । ଆମର ମଧ୍ୟ ୟୁରୋପ ଭଳି ସମାନ ପାଣି ପାଗ ।
ବରଫ ଝଡ ଏବଂ ଶିତଳ ପବନ ଡ୍ରାକେନ୍ସବର୍ଗର ପାର୍ବତ୍ୟ ଅଂଚଳ , ପୂର୍ବ କେପ୍ ଏବଂ ପଡୋଶୀ ଲେସୋଥୋ ସମେତ ଅନ୍ୟ ଅଂଚଳରେ ମଧ୍ୟ ଦେଖିବା ପାଇଁ ମିଳିଛି ।ଉତ୍ସାହ ମଧ୍ୟରେ ପାଣି ପାଗ ବିଭାଗ ଚେତାବନୀ ଦେଇଛନ୍ତି ଯେ, ଯୋଦି ସର୍ତକତା ଅବଲମ୍ବନ କରା ନଯାଏ ତେବେ ହାଇପୋଥର୍ମିଆ ସମେତ ବରଫ ଝଡ ବିପଦ ସୃଷ୍ଟି କରିପାରେ ।
ଦକ୍ଷିଣ ଆଫ୍ରିକାରେ ବରଫ ଝଡ ପୂର୍ବାନୁମାନ କରୁଥିବା ଏକ ସଂଗଠନ ବରଫ ରିପୋର୍ଟ ପ୍ରତିଷ୍ଠାତା ରିଚର୍ଡ ଲେ ସୁଏର ଆକଳନ କରିଛନ୍ତି ଯେ, ଯଦିଓ ଜୋହାନ୍ସବର୍ଗରେ ବରଫ ଝଡ ହୋଇସାରିଛି କିନ୍ତୁ ଏମପୁମଲାଙ୍ଗା, କ୍ୱାଜୁଲ- ନାଟାଲ, ପୂର୍ବ ଏବଂ ପଶ୍ଚିମ କେପ୍ ପାହାଡିଆ ଅଂଚଳରେ ଏହି ସମୟରେ ବହୁତ ଅଧିକ ବରଫ ଝଡ ହେଉଛି ଏବଂ ଆଗକୁ ଆହୁରି ବୁତ ଅଧିକ ବରଫ ଝଡ ହେବ ।
ଦକ୍ଷିଣ ଆଫ୍ରକାର ପରିବହନ ବିଭାଗ, ଯାତ୍ରି ଏବଂ ବଶେଷ କରି ଯେଉଁମାନେ କ୍ୱାଜୁଆଲ-ନାତାଲରେ ରହୁଛନ୍ତି ସେମାନେ ରାସ୍ତାରେ ଅତିରିକ୍ତ ସାବଧାନତା ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି । କାରଣ ଅତ୍ୟଧିକ ବରଫ ଝଡ କାରଣରୁ ସେଠିକାର ରାସ୍ତା ଘାଟ ବରଫରେ ଲୁଚି ଯାଇଛି ।
The post ଏକ ଦଶନ୍ଧି ପରେ ଦକ୍ଷିଣ ଆଫ୍ରିକାରେ ହେଲା ବରଫ ଝଡ । ଉତ୍ସାହର ସହିତ ଲୋକମାନେ କରୁଛନ୍ତି ଉପଭୋଗ first appeared on Kanak News.

