ଭୁବନେଶ୍ବର ମୈତ୍ରୀ ବିହାରରୁ ଅପହୃତ ଯୁବତୀ ଉଦ୍ଧାର : ଉଦ୍ଧାର ପରେ ପୁରା ଘଟଣାର ଛାନଭିନ କରୁଛି ପୋଲିସ

କନକବ୍ୟୁରୋ : ରାଜଧାନୀରୁ ଅପହୃତ ଯୁବତୀ ଉଦ୍ଧାର  ।  ଯୁବତୀଙ୍କୁ ମୈତ୍ରୀବିହାର ଥାନାରେ ରଖି ପଚରାଉଚରା କରାଯାଉଛି  ।  ଅପହରଣ ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ପୋଲିସ। ଗତକାଲି  ରାତିରେ ଫିଲ୍ମ ଷ୍ଟାଇଲରେ ଅପହରଣ କରାଯାଇଥିଲା    ।  ଯୁବତୀଙ୍କୁ କାରରେ ଟେକି ନେଇଥିଲେ ୪ ଜଣ ଯୁବକ ।   ଯୁବତୀ ଜଣଙ୍କ ନିଜ ପୁରୁଷ ବନ୍ଧୁଙ୍କ ସହ ରାତି ପ୍ରାୟ ଗୋଟାଏ  ୩୦ ବେଳେ ରୁମକୁ ଫେରିବା ବେଳେ ଲୁମ୍ବିନୀ ବିହାର ଅଞ୍ଚଳରେ ହଠାତ ତାଙ୍କ ନିକଟରେ ପହଞ୍ଚିଥିଲା ଏକ କାର   । କାରରୁ ୪ ଜଣ ଯୁବକ ମାରଣାସ୍ତ୍ର ଧରି ଓହ୍ଲାଇବା ସହ ବାଇକରେ ଥିବା  ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ  । ଯୁବକଙ୍କୁ ସେହିଠାରେ ମାଡ଼ ମାରି ଲହୁଲୁହାଣ  କରିଦେଇଥିଲେ  । ଯୁବତୀଙ୍କୁ ଘଟଣାସ୍ଥଳରୁ ନେଇ ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ  ।     ଖବର ପାଇ ମୈତ୍ରୀବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ଯୁବକଙ୍କୁ  ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି   ।  

ଭୁବନେଶ୍ବର ମୈତ୍ରୀ ବିହାରରୁ ଅପହୃତ ଯୁବତୀ ଉଦ୍ଧାର : ଉଦ୍ଧାର ପରେ ପୁରା ଘଟଣାର ଛାନଭିନ କରୁଛି ପୋଲିସ

କନକବ୍ୟୁରୋ : ରାଜଧାନୀରୁ ଅପହୃତ ଯୁବତୀ ଉଦ୍ଧାର  ।  ଯୁବତୀଙ୍କୁ ମୈତ୍ରୀବିହାର ଥାନାରେ ରଖି ପଚରାଉଚରା କରାଯାଉଛି  ।  ଅପହରଣ ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ପୋଲିସ। ଗତକାଲି  ରାତିରେ ଫିଲ୍ମ ଷ୍ଟାଇଲରେ ଅପହରଣ କରାଯାଇଥିଲା    ।  ଯୁବତୀଙ୍କୁ କାରରେ ଟେକି ନେଇଥିଲେ ୪ ଜଣ ଯୁବକ ।   ଯୁବତୀ ଜଣଙ୍କ ନିଜ ପୁରୁଷ ବନ୍ଧୁଙ୍କ ସହ ରାତି ପ୍ରାୟ ଗୋଟାଏ  ୩୦ ବେଳେ ରୁମକୁ ଫେରିବା ବେଳେ ଲୁମ୍ବିନୀ ବିହାର ଅଞ୍ଚଳରେ ହଠାତ ତାଙ୍କ ନିକଟରେ ପହଞ୍ଚିଥିଲା ଏକ କାର   ।

କାରରୁ ୪ ଜଣ ଯୁବକ ମାରଣାସ୍ତ୍ର ଧରି ଓହ୍ଲାଇବା ସହ ବାଇକରେ ଥିବା  ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ  । ଯୁବକଙ୍କୁ ସେହିଠାରେ ମାଡ଼ ମାରି ଲହୁଲୁହାଣ  କରିଦେଇଥିଲେ  । ଯୁବତୀଙ୍କୁ ଘଟଣାସ୍ଥଳରୁ ନେଇ ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ  ।     ଖବର ପାଇ ମୈତ୍ରୀବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ଯୁବକଙ୍କୁ  ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି   ।