ସୁନ୍ଦରଗଡର ସଫଳ ଫୁଲଚାଷୀ । ୩ ମାସରେ ଲାଭ ହେଲାଣି ଲକ୍ଷାଧିକ ଟଙ୍କା ।
କନକ ବ୍ୟୁରୋ: ସୁନ୍ଦରଗଡର ସଫଳ ଫୁଲ ଚାଷୀ । ୩ଏକର ଅଲୋଡା ଜମି ରେ ଗେଣ୍ଡୁ ଫୁଲ ଚାଷ କରି ବେଶ ଲାଭବାନ ହୋଇପାରିଛନ୍ତି ଯୁବ ଚାଷୀ ଜଣଙ୍କ । ମାତ୍ର ୩ମାସରେ ୩ ଏକର ଜମିରେ ଲାଭ କଲେଣି ୧ଲକ୍ଷ୮୦ ହଜାର ଟଙ୍କା । ଆହୁରି ୩୦୦ କେଜି ଗେଣ୍ଡୁ ଫୁଲ ବିକ୍ରି କରିବାର ଲକ୍ଷ୍ୟ ରଖିଛନ୍ତି । ସୁନ୍ଦରଗଡ ରୁ ଦେଖନ୍ତୁ ସଫଳ ଫୁଲ ଚାଷୀ ହିରୋଦ ପଟେଲ ଙ୍କ କାହାଣୀ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିଥାଏ । ଆଉ ସେହିଭଳି କିଛି କାମ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ଯୁବ ଚାଷୀ ହିରୋଦ ପଟେଲ । ଧାନ ହେଉ କି ପନିପରିବା, ଚାଷ କ୍ଷେତ୍ରରେ ତାଙ୍କର ଅନେକ ସୁନାମ ରହିଛି । ଚଳିତ ବର୍ଷ ହିରୋଦଙ୍କ ଫୁଲ ଚାଷ ଯୁବ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି । ନିଜର ଅଲୋଡା ପଡ଼ିଥିବା ୩ ଏକର ପଥୁରିଆ ଜମିରେ ସେ ଆରମ୍ଭ କରିଛନ୍ତି ଗେଣ୍ଡୁଫୁଲ ଚାଷ । ସାଧାରଣତଃ ଗେଣ୍ଡୁଫୁଲ ଚାଷରେ କମ୍ ଖର୍ଚ୍ଚ ହୋଇଥାଏ । ତେଣୁ ସେ ନିଜ ଅଦରକାରୀ ଜମିରେ ଚାଷ ଆରମ୍ଭ କରିଛନ୍ତି । ଆଜିକୁ ଠିକ୍ ୩ ମାସ ପୂର୍ବରୁ ମାତ୍ର ୪୦ ହଜାର ଟଙ୍କା ଖର୍ଚ୍ଚ କରି ସେ ଏହି ଚାଷ କରିଥିଲେ । ଏବେ ଫୁଲତୋଳା ହେଉଛି । ବଜାରରେ ୮୦ ଟଙ୍କା କିଲୋରେ ବିକ୍ରି ହେଉଛି । ପାର୍ବଣ ସମୟରେ କିଲୋ ପ୍ରତି ୧୦୦ ରୁ ୧୨୦ ଟଙ୍କା କିଲୋ ପ୍ରତି ବିକ୍ରି ହେଉଥିବା ବେଳେ ସାଧାରଣ ଦିନରେ କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହୋଇଥାଏ । ଏକର ପ୍ରତି ୫୦ ହଜାର ଟଙ୍କା ଲେଖାଏଁ ୩ ଏକରକୁ

କନକ ବ୍ୟୁରୋ: ସୁନ୍ଦରଗଡର ସଫଳ ଫୁଲ ଚାଷୀ । ୩ଏକର ଅଲୋଡା ଜମି ରେ ଗେଣ୍ଡୁ ଫୁଲ ଚାଷ କରି ବେଶ ଲାଭବାନ ହୋଇପାରିଛନ୍ତି ଯୁବ ଚାଷୀ ଜଣଙ୍କ । ମାତ୍ର ୩ମାସରେ ୩ ଏକର ଜମିରେ ଲାଭ କଲେଣି ୧ଲକ୍ଷ୮୦ ହଜାର ଟଙ୍କା । ଆହୁରି ୩୦୦ କେଜି ଗେଣ୍ଡୁ ଫୁଲ ବିକ୍ରି କରିବାର ଲକ୍ଷ୍ୟ ରଖିଛନ୍ତି । ସୁନ୍ଦରଗଡ ରୁ ଦେଖନ୍ତୁ ସଫଳ ଫୁଲ ଚାଷୀ ହିରୋଦ ପଟେଲ ଙ୍କ କାହାଣୀ ।
ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିଥାଏ । ଆଉ ସେହିଭଳି କିଛି କାମ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ଯୁବ ଚାଷୀ ହିରୋଦ ପଟେଲ । ଧାନ ହେଉ କି ପନିପରିବା, ଚାଷ କ୍ଷେତ୍ରରେ ତାଙ୍କର ଅନେକ ସୁନାମ ରହିଛି । ଚଳିତ ବର୍ଷ ହିରୋଦଙ୍କ ଫୁଲ ଚାଷ ଯୁବ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି । ନିଜର ଅଲୋଡା ପଡ଼ିଥିବା ୩ ଏକର ପଥୁରିଆ ଜମିରେ ସେ ଆରମ୍ଭ କରିଛନ୍ତି ଗେଣ୍ଡୁଫୁଲ ଚାଷ । ସାଧାରଣତଃ ଗେଣ୍ଡୁଫୁଲ ଚାଷରେ କମ୍ ଖର୍ଚ୍ଚ ହୋଇଥାଏ । ତେଣୁ ସେ ନିଜ ଅଦରକାରୀ ଜମିରେ ଚାଷ ଆରମ୍ଭ କରିଛନ୍ତି । ଆଜିକୁ ଠିକ୍ ୩ ମାସ ପୂର୍ବରୁ ମାତ୍ର ୪୦ ହଜାର ଟଙ୍କା ଖର୍ଚ୍ଚ କରି ସେ ଏହି ଚାଷ କରିଥିଲେ ।
ଏବେ ଫୁଲତୋଳା ହେଉଛି । ବଜାରରେ ୮୦ ଟଙ୍କା କିଲୋରେ ବିକ୍ରି ହେଉଛି । ପାର୍ବଣ ସମୟରେ କିଲୋ ପ୍ରତି ୧୦୦ ରୁ ୧୨୦ ଟଙ୍କା କିଲୋ ପ୍ରତି ବିକ୍ରି ହେଉଥିବା ବେଳେ ସାଧାରଣ ଦିନରେ କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହୋଇଥାଏ । ଏକର ପ୍ରତି ୫୦ ହଜାର ଟଙ୍କା ଲେଖାଏଁ ୩ ଏକରକୁ ଦେଢ ଲକ୍ଷ ଟଙ୍କାର ଫୁଲ ବିକ୍ରି କରିସାରିଲେଣି ହିରୋଦ । ଆଗକୁ ୩ କ୍ବିଣ୍ଟାଲ ଫୁଲ ବିକ୍ରି କରିବାର ଆଶା ରଖିଛନ୍ତି ହିରୋଦ । ମାତ୍ର ତିନି ମାସରେ ସେ କେବଳ ଏହି ଗେଣ୍ଡୁ ଫୁଲରୁ ଦୁଇ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରିବେ ବୋଲି ଆଶା ରଖିଛନ୍ତି।
ସାଧାରଣତଃ ଅନ୍ୟ ପନିପରିବା ହେଉ କି ଧାନ ଚାଷରେ ଅନେକ ଖର୍ଚ୍ଚ କରିବାକୁ ପଡିଥାଏ । ଏଣୁ ସ୍ୱଳ୍ପ ଖର୍ଚ୍ଚରେ ଭଲ ଲାଭ ଦେଉଛି ଏହି ଗେଣ୍ଡୁ ଫୁଲ ଚାଷ । ବିବାହ, ବ୍ରତ ହେଉ କି ଦୈନନ୍ଦିନ ପୂଜା ପାଇଁ କି ସାଜସଜା ପାଇଁ ବର୍ତମାନ ଯୁଗରେ ସବୁଠି ଗେଣ୍ଡୁଫୁଲର ଚାହିଦା ରହିଛି । ଏହା ସୁନ୍ଦରଗଡ ବଜାରରେ ବିକ୍ରି ହେବା ସହ ପାର୍ବଣ ସମୟରେ ନିକଟସ୍ଥ ଜିଲ୍ଲା ଝାରସୁଗୁଡା ଓ ରାଉରକେଲାକୁ ମଧ୍ୟ ବିକ୍ରି ପାଇଁ ପଠାଯାଉଛି। ହିରୋଦଙ୍କ ଚାଷରେ ତାଙ୍କ ପୂରା ପରିବାର ସହଯୋଗ କରିବା ସହିତ ସେମାନେ ଅନ୍ୟ ଦୁଇଟି ପରିବାରକୁ ଏଠି ରକ୍ଷଣା ବେକ୍ଷଣା ପାଇଁ ନିୟୋଜିତ କରିଛନ୍ତି । କେବଳ ଏତିକି ନୁହେଁ ଆଗକୁ ଏହି ଫୁଲ ଚାଷକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି ହିରୋଦ ଓ ତାଙ୍କ ପରିବାର । ବର୍ତ୍ତମାନ ସମୟରେ ବେକାରୀ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ ହିରୋଦଙ୍କ ଫୁଲ ଚାଷ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।