ନୂଆବର୍ଷରେ ରାଜ୍ୟ ସରକାରଙ୍କ ନୂଆ ଉପହାର: ୩ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାର ନୂଆବର୍ଷରେ ୩ ବରିଷ୍ଠ ଆଇପିଏସ୍‌ଙ୍କୁ ନୂଆ ଉପହାର ଦେଇଛନ୍ତି। ଅର୍ଥାତ୍‌ ୩ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ସରକାର ପଦୋନ୍ନତି ଦେଇଛନ୍ତି। ସେମାନେ ହେଉଛନ୍ତି ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର, ଆର.ପି କୋଚେ ଓ ସୁଶାନ୍ତ କୁମାର ନାଥ। ଏହି ତିନି ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିଛି। ବିନୟତୋଷ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ଆର.ପି କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି। ସୁଶାନ୍ତ କୁମାର ନାଥ […]

ନୂଆବର୍ଷରେ ରାଜ୍ୟ ସରକାରଙ୍କ ନୂଆ ଉପହାର: ୩ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
lok sabha bhaban

ଭୁବନେଶ୍ୱର: ରାଜ୍ୟ ସରକାର ନୂଆବର୍ଷରେ ୩ ବରିଷ୍ଠ ଆଇପିଏସ୍‌ଙ୍କୁ ନୂଆ ଉପହାର ଦେଇଛନ୍ତି। ଅର୍ଥାତ୍‌ ୩ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ସରକାର ପଦୋନ୍ନତି ଦେଇଛନ୍ତି। ସେମାନେ ହେଉଛନ୍ତି ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର, ଆର.ପି କୋଚେ ଓ ସୁଶାନ୍ତ କୁମାର ନାଥ। ଏହି ତିନି ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିଛି। ବିନୟତୋଷ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ଆର.ପି କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି। ସୁଶାନ୍ତ କୁମାର ନାଥ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ବିଏସ୍‌ଏଫରେ କାର୍ଯ୍ୟ କରୁଛନ୍ତି।