ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଆଭ୍ୟନ୍ତରିଣ ଓଡିଶାରେ ହୋଇପାରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଘନଉଛି ବାତ୍ୟା ବିପଦ। ଧିରେ ଧିରେ ହେଉଛି ସ୍ପଷ୍ଟ ଚିତ୍ର । ଓଡିଶା ପଶ୍ଚିମବଙ୍ଗ ବାଂଲାଦେଶରେ ସ୍ଥଳଭାଗ ଛୁଇଁବା ସମ୍ଭାବନା। ଅନେକ ଆନ୍ତର୍ଜାତିକ ପାଣିପାଗ ମଡେଲର ଆକଳନ। ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଆକଳନ ହେବ ବାତ୍ୟାର ଗତିପଥ ଏବଂ ତୀବ୍ରତା। ଅକ୍ଟୋବର ମାସ ଓଡିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବା ବେଳେ ଆସନ୍ତା ୨୫ ଏବଂ ୨୬ ତାରିଖରେ ପୁଣି ଏକ ବାତ୍ୟା ଓଡିଶା ମୁହାଁ ହେଉଥିବା ବିଭିନ୍ନ ମଡେଲର ଆକଳନରୁ ଜଣାପଡିଛି। ବର୍ତ୍ତମାନ […]

ଭୁବନେଶ୍ୱର: ଘନଉଛି ବାତ୍ୟା ବିପଦ। ଧିରେ ଧିରେ ହେଉଛି ସ୍ପଷ୍ଟ ଚିତ୍ର । ଓଡିଶା ପଶ୍ଚିମବଙ୍ଗ ବାଂଲାଦେଶରେ ସ୍ଥଳଭାଗ ଛୁଇଁବା ସମ୍ଭାବନା। ଅନେକ ଆନ୍ତର୍ଜାତିକ ପାଣିପାଗ ମଡେଲର ଆକଳନ। ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଆକଳନ ହେବ ବାତ୍ୟାର ଗତିପଥ ଏବଂ ତୀବ୍ରତା। ଅକ୍ଟୋବର ମାସ ଓଡିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବା ବେଳେ ଆସନ୍ତା ୨୫ ଏବଂ ୨୬ ତାରିଖରେ ପୁଣି ଏକ ବାତ୍ୟା ଓଡିଶା ମୁହାଁ ହେଉଥିବା ବିଭିନ୍ନ ମଡେଲର ଆକଳନରୁ ଜଣାପଡିଛି।
ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହିଥିବା ବେଳେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଛି । ଏହା ସହ ସମୁଦ୍ରର ତାପମାତ୍ରା ୩୦ ରୁ ୩୨ ଡିଗ୍ରୀ ରହୁଛି। ଅନ୍ୟାନ୍ୟ ପାଣିପାଗ କାରକ ମଧ୍ୟ ବାତ୍ୟା ସୃଷ୍ଟି ନେଇ ଅନୁକୂଳ ରହିଥିବା ପାଣିପାଗ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଇଏମଡି ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ କରିନି। ତେବେ ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୃର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପରବର୍ତ୍ତୀ ସମୟରେ ଏହା ଆହୁରି ଅଧିକ ଘନୀଭୂତ ହେବା ନେଇ ପାଗ ଅନୁକୂଳ ରହିଛି। ଯାହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ।ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରିଣ ଓଡିଶାରେ ହେବ ପ୍ରବଳ ବର୍ଷା। କିନ୍ତୁ କୌଣସି ୱାର୍ଣ୍ଣିଙ୍ଗ ଏବେ ସୁଦ୍ଧା ଦିଆଯାଇନଥିବା ବେଳେ ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି। ସେପଟେ ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।