ଖରିଫ ଧାନ କିଣାରେ ଦୁର୍ନୀତି: ସିବିଆଇ ତଦନ୍ତ ଦାବି ଜୋର ଧରିଲା
ଛତ୍ରପୁର,୨୯।୧(ଦିଲ୍ଲୀପ ସାମଲ): ଓଡ଼ିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ସହ ଦୁର୍ନୀତି ଏବଂ କଟ୍ନୀଛଟ୍ନି ପ୍ରତିବାଦରେ ସିବିଆଇ ତଦନ୍ତ ଦାବି ନେଇ ସୋମବାର ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ଦିଆଯାଇଛି। ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଉତ୍ତମ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତଙ୍କୁ ପ୍ରଦାନ କରାଯାଇଛି l ଓଡ଼ିଶାରେ ଚଳିତ ଖରିଫ ଋତୁରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଏବଂ ଅବ୍ୟବସ୍ଥା […] The post ଖରିଫ ଧାନ କିଣାରେ ଦୁର୍ନୀତି: ସିବିଆଇ ତଦନ୍ତ ଦାବି ଜୋର ଧରିଲା appeared first on Dharitri Odia News.
ଛତ୍ରପୁର,୨୯।୧(ଦିଲ୍ଲୀପ ସାମଲ): ଓଡ଼ିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ସହ ଦୁର୍ନୀତି ଏବଂ କଟ୍ନୀଛଟ୍ନି ପ୍ରତିବାଦରେ ସିବିଆଇ ତଦନ୍ତ ଦାବି ନେଇ ସୋମବାର ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ଦିଆଯାଇଛି।
ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଉତ୍ତମ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହାନ୍ତଙ୍କୁ ପ୍ରଦାନ କରାଯାଇଛି l
ଓଡ଼ିଶାରେ ଚଳିତ ଖରିଫ ଋତୁରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଏବଂ ଅବ୍ୟବସ୍ଥା ହେଉଥିବା ନେଇ ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ବେଳେ କରପଡ଼ା ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ଶୁଭ୍ରାଂଶୁ ଶେଖର ପ୍ରଧାନ, ପଦ୍ମନାଭପୁର ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର କବି, ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଜେନ୍ଦ୍ର ଚୌଧୁରୀ, ଅନିଲ ମିଶ୍ର, ଜୟଦେବ ଗୌଡ଼, ଅଭିମନ୍ୟୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
The post ଖରିଫ ଧାନ କିଣାରେ ଦୁର୍ନୀତି: ସିବିଆଇ ତଦନ୍ତ ଦାବି ଜୋର ଧରିଲା appeared first on Dharitri Odia News.