ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ପାକିସ୍ତାନର ଏହି ଦ୍ରୁତ ବୋଲର!

ଇସଲାମାବାଦ,୧୬।୧: ପାକିସ୍ତାନର ଷ୍ଟାର ଦ୍ରୁତ ବୋଲର ହାରିସ ରଉଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଚିନ୍ତା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟରୁ ହାରିସଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲା, ଯେଉଁଥିରୁ ହରିସ ତାଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ ଏବଂ ପରେ ବିଗ ବାସ ଲିଗ ଖେଳୁଥିବା ଦେଖିବାକୁ ମିଳିଥିଲା। ଟେଷ୍ଟ ସିରିଜରୁ ତାଙ୍କ ନାମ ପ୍ରତ୍ୟାହାର କରିବା ପରେ ହାରିସଙ୍କୁ […] The post ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ପାକିସ୍ତାନର ଏହି ଦ୍ରୁତ ବୋଲର! appeared first on Dharitri Odia News.

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ପାକିସ୍ତାନର ଏହି ଦ୍ରୁତ ବୋଲର!

ଇସଲାମାବାଦ,୧୬।୧: ପାକିସ୍ତାନର ଷ୍ଟାର ଦ୍ରୁତ ବୋଲର ହାରିସ ରଉଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଚିନ୍ତା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟରୁ ହାରିସଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲା, ଯେଉଁଥିରୁ ହରିସ ତାଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ ଏବଂ ପରେ ବିଗ ବାସ ଲିଗ ଖେଳୁଥିବା ଦେଖିବାକୁ ମିଳିଥିଲା। ଟେଷ୍ଟ ସିରିଜରୁ ତାଙ୍କ ନାମ ପ୍ରତ୍ୟାହାର କରିବା ପରେ ହାରିସଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା, ଯାହା ପରେ ତାଙ୍କ ଅବସର ଖବର ନେଇ ଚର୍ଚ୍ଚା ଜୋର ଧରିଥିଲା।

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ନ ଖେଳିବା ବର୍ତ୍ତମାନ ରଉଫଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ। ଟେଷ୍ଟ ସିରିଜରୁ ତାଙ୍କ ନାମ ପ୍ରତ୍ୟାହାର କରିନେବା ଉପରେ ପାକିସ୍ତାନ ନିର୍ଦ୍ଦେଶକ ମହମ୍ମଦ ହାଫିଜ ଏବଂ ମୁଖ୍ୟ ଚୟନକର୍ତ୍ତା ୱାହାବ ରିଆଜ ତାଙ୍କୁ ତାଗିଦ କରିଥିଲେ। ଏବେ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ ପାକିସ୍ତାନୀ ପେସର ଖୁବ୍‌ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇପାରନ୍ତି। ଟିମ ମ୍ୟାନେଜମେଣ୍ଟ ଦ୍ୱାରା ଟି -୨୦ ଲିଗ ପରିବର୍ତ୍ତେ ଜାତୀୟ ଦଳରେ ଖେଳିବା ଉପରେ ଅଧିକ ଧ୍ୟାନ ଦେବା ପାଇଁ ରଉଫଙ୍କୁ କୁହାଯାଇଥିଲା।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହାରିସ ସମାଲୋଚନାରୁ ଏତେ ନିରାଶ ହୋଇଥିଲେ ଯେ ଏକ ସମୟରେ ସେ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ସାଙ୍ଗ ଏବଂ ପରିବାରର ପରାମର୍ଶ ପରେ ସେ ଏପରି କରି ନ ଥିଲେ। ତେବେ ଏସବୁ ବିଷୟରେ କୌଣସି ସରକାରୀ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

 

The post ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ପାକିସ୍ତାନର ଏହି ଦ୍ରୁତ ବୋଲର! appeared first on Dharitri Odia News.