୨ ହତ୍ୟାକାରୀ ଜେଲ୍‌ରୁ ଫେରାର

ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ।

୨ ହତ୍ୟାକାରୀ ଜେଲ୍‌ରୁ ଫେରାର

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଉଭୟ ଭିନ୍ନ ଭିନ୍ନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ।

ଫେରାର ହୋଇଯାଇଥିବା ହତ୍ୟାକାରୀମାନେ ହେଉଛନ୍ତି ଶୋଭାବନ ରଣା ଓ ସୁମିତ କୁମାର ବିହାରୀ। ଶୋଭାବନ ୩ ବର୍ଷ ହେଲା ସଜା କାଟୁଥିବା ବେଳେ ସୁମିତ ୨ ବର୍ଷ ହେଲା ସଜା କାଟୁଥିଲା।

ଟିଟିଲାଗଡ଼ ଉପକାରାଗାରର ଭାରପ୍ରାପ୍ତ ଜେଲର ଚୈତନ୍ୟ ପଧାନଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳକୁ ଏହି ଦୁଇ କଏଦୀ ଫେରାର ହୋଇଯାଇଥିଲେ। ସେମାନେ ଜେଲ୍‌ର ପ୍ରାୟ ୧୪ ଫୁଟ୍ ଉଚ୍ଚ କାନ୍ଥ ଡେଇଁ ଫେରାର ହୋଇଯାଇଥିଲେ। ବାହାରୁ କେହି ସେମାନଙ୍କୁ ସାହାଯ୍ୟ କରିଥିବା ଅନୁମାନ କରାଯାଉଛି।

ଫେରାର ହେବା ପାଇଁ ଶୋଭନ ଓ ସୁମିତଙ୍କୁ ଜେଲ୍ ଭିତରୁ କେହି ସହାୟତା କରିଥିବା କୁହାଯାଉଥିବା ବେଳେ ଭାରପ୍ରାପ୍ତ ଜେଲର ଚୈତନ୍ୟ ପଧାନ ଏହାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଜେଲ୍‌ରେ ଲାଗିଥିବା ସିସିଟିଭି ଅଚଳ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଟିଟିଲାଗଡ଼ ଉପକାରାଗାରରେ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ମିଶାଇ ମୋଟ ୬୧ ଜଣ ଅଛନ୍ତି।