ଖଲିସ୍ତାନୀଙ୍କ ଉତ୍‌ପାତ: ଜୟଶଙ୍କରଙ୍କ ସୁରକ୍ଷାରେ ଉଲ୍ଲଂଘନ ନେଇ ତାତିଲା ଭାରତ, ବ୍ରିଟେନ୍‌କୁ କଡ଼ା ମେସେଜ୍

ନୂଆଦିଲ୍ଲୀ: ଭାରତର କୋହଳ ମନଭାବ ଯୋଗୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ନେଇ ଖାମଖିଆଲି ମନଭାବ ପୋଷଣ କରୁଛି ଇଂଲଣ୍ଡ। ଯେଉଁଥିପାଇଁ ଏମାନେ ବ୍ରିଟେନ୍‌ରେ ଭାରତୀୟ ଓ ଏହାର ଅଫିସ୍‌କୁ ଟାର୍ଗେଟ୍ କରୁଛନ୍ତି। ଗୁରୁବାର ଦିନ ଏହାର ସୀମା ଟପି ଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ୟୁକେ ଗସ୍ତ ସମୟରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ସୁରକ୍ଷାର ଉଲ୍ଲଂଘନ କରି ପ୍ରବଳ ହଙ୍ଗାମା କରିଥିଲେ। ଉକ୍‌ସାଇଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ୟୁକେ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭାରତ ସରକାର। ଏନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ୍‌କୁ କଡ଼ା ମେସେଜେ ଦିଆଯାଇଛି। ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀଙ୍କର ଏକ ଛୋଟ ଗୋଷ୍ଠୀ ଦ୍ୱାରା ବାରମ୍ବାର ଗଣତାନ୍ତ୍ରିକ ସ୍ୱାଧୀନତାର ଅପବ୍ୟବହାର କରାଯାଉଛି କହି ଭାରତ କଡ଼ା ନିନ୍ଦା କରିଛି।ଚାଥମ ହାଉସ୍‌ରେ ଆଲୋଚନା ବେଳେ ଜୟଶଙ୍କରଗୁରୁବାର ଲଣ୍ଡନର ବୈଦେଶିକ ବ୍ୟାପାର ଥିଙ୍କ ଟ୍ୟାଙ୍କ ଚାଥମ ହାଉସ ବାହାରେ କିଛି ଖଲିସ୍ତାନୀ ଉଗ୍ରବାଦୀ ଭାରତୀୟ ଜାତୀୟ ପତାକା ଏବଂ ଲାଉଡସ୍ପିକର ଧରି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ହାଉସ୍ ଭିତରେ କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର ଏକ ଡିସକସନରେ ବ୍ୟସ୍ତ ଥିଲା। କେବଳ ସେତିକି ନୁହେଁ, କାର୍ଯ୍ୟକ୍ରମ ସାରି ସେ ଚାଥାମ ହାଉସରୁ ବାହାରିବା ବେଳେ ଜଣେ ବ୍ୟକ୍ତି ତାଙ୍କ କାର ପାଖକୁ ଦୌଡ଼ି ଆସି ପୋଲିସ ଅଧିକାରୀଙ୍କ ସାମ୍ମାନରେ ତ

ଖଲିସ୍ତାନୀଙ୍କ ଉତ୍‌ପାତ: ଜୟଶଙ୍କରଙ୍କ ସୁରକ୍ଷାରେ ଉଲ୍ଲଂଘନ ନେଇ ତାତିଲା ଭାରତ, ବ୍ରିଟେନ୍‌କୁ କଡ଼ା ମେସେଜ୍

ନୂଆଦିଲ୍ଲୀ: ଭାରତର କୋହଳ ମନଭାବ ଯୋଗୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ନେଇ ଖାମଖିଆଲି ମନଭାବ ପୋଷଣ କରୁଛି ଇଂଲଣ୍ଡ। ଯେଉଁଥିପାଇଁ ଏମାନେ ବ୍ରିଟେନ୍‌ରେ ଭାରତୀୟ ଓ ଏହାର ଅଫିସ୍‌କୁ ଟାର୍ଗେଟ୍ କରୁଛନ୍ତି। ଗୁରୁବାର ଦିନ ଏହାର ସୀମା ଟପି ଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ୟୁକେ ଗସ୍ତ ସମୟରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ସୁରକ୍ଷାର ଉଲ୍ଲଂଘନ କରି ପ୍ରବଳ ହଙ୍ଗାମା କରିଥିଲେ। ଉକ୍‌ସାଇଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ୟୁକେ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭାରତ ସରକାର। 

ଏନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ୍‌କୁ କଡ଼ା ମେସେଜେ ଦିଆଯାଇଛି। ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀଙ୍କର ଏକ ଛୋଟ ଗୋଷ୍ଠୀ ଦ୍ୱାରା ବାରମ୍ବାର ଗଣତାନ୍ତ୍ରିକ ସ୍ୱାଧୀନତାର ଅପବ୍ୟବହାର କରାଯାଉଛି କହି ଭାରତ କଡ଼ା ନିନ୍ଦା କରିଛି।

ଚାଥମ ହାଉସ୍‌ରେ ଆଲୋଚନା ବେଳେ ଜୟଶଙ୍କର

ଗୁରୁବାର ଲଣ୍ଡନର ବୈଦେଶିକ ବ୍ୟାପାର ଥିଙ୍କ ଟ୍ୟାଙ୍କ ଚାଥମ ହାଉସ ବାହାରେ କିଛି ଖଲିସ୍ତାନୀ ଉଗ୍ରବାଦୀ ଭାରତୀୟ ଜାତୀୟ ପତାକା ଏବଂ ଲାଉଡସ୍ପିକର ଧରି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ହାଉସ୍ ଭିତରେ କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର ଏକ ଡିସକସନରେ ବ୍ୟସ୍ତ ଥିଲା। କେବଳ ସେତିକି ନୁହେଁ, କାର୍ଯ୍ୟକ୍ରମ ସାରି ସେ ଚାଥାମ ହାଉସରୁ ବାହାରିବା ବେଳେ ଜଣେ ବ୍ୟକ୍ତି ତାଙ୍କ କାର ପାଖକୁ ଦୌଡ଼ି ଆସି ପୋଲିସ ଅଧିକାରୀଙ୍କ ସାମ୍ମାନରେ ତ୍ରିରଙ୍ଗା ପତାକା ଚିରି ଭାରତର ଅପମାନ କରିଥିଲେ। ଯାହା କୌଣସି ଦେଶର କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାର ଉଲ୍ଲଂଘନ ବୋଲି ଭାରତ କହିଛି। 

ପଢନ୍ତୁ- ତେଲଙ୍ଗାନା MLC ନିର୍ବାଚନରେ ବିଜୟ ପାଇଁ ବିଜେପିକୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କହିଲେ କ’ଣ?

ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି  “ଆମେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ୟୁକେ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନର ଫୁଟେଜ୍ ଦେଖିଛୁ। ଆମେ ଏହି ଛୋଟିଆ ବିଚ୍ଛିନ୍ନତାବାଦୀ ଏବଂ ଉଗ୍ରବାଦୀଙ୍କ ଉତ୍ତେଜନାମୂଳକ କାର୍ଯ୍ୟକଳାପକୁ ଆମେ ନିନ୍ଦା କରୁଛୁ। ଏପରି ଲୋକମାନଙ୍କ ଦ୍ୱାରା ଗଣତାନ୍ତ୍ରିକ ସ୍ୱାଧୀନତାର ଅପବ୍ୟବହାରକୁ ନନ୍ଦନୀୟ। ଆମେ ଆଶା କରୁଛୁ ଯେ ଏପରି କ୍ଷେତ୍ରରେ ଆୟୋଜକ ସରକାର ସେମାନଙ୍କର କୂଟନୈତିକ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ପାଳନ କରିବେ।”

ଜୟଶଙ୍କରଙ୍କ କାର ଆଗରେ ଖଲିସ୍ତାନୀ ଉଗ୍ରବାଦୀ

ଜୟଶଙ୍କର ଆଲୋଚନା ସାରି ଚାଥମ ହାଉସ୍‌ରୁ ବାହାରିବା ପରେ ଖଲିସ୍ତାନୀ ଉଗ୍ରବାଦୀମାନେ ଖଲିସ୍ତାନୀ ପତାକା ସହିତ ତ୍ରିରଙ୍ଗା ପତାକା ଧରି ବିରୋଧ ପ୍ରଦର୍ଶନ କରିଥିଲେ। ଜଣେ ବ୍ୟକ୍ତି ତ୍ରିରଙ୍ଗା ଧରି ଜୟଶଙ୍କରଙ୍କ କାର୍ ଆଗକୁ ଚାଲି ଆସିଥିଲା। ଏତିକି ବେଳେ ବ୍ରିଟେନ୍ ପୁଲିସ ତାକୁ ରାସ୍ତାକଡ଼କୁ ହଟାଇ ଦେଇଥିଲା। ଭାରତୀୟ ମନ୍ତ୍ରୀଙ୍କ ସମ୍ମୁଖରେ ତ୍ରିରଙ୍ଗା ପତାକା ଚିରିଥିଲେ ଖଲିସ୍ତାନୀ ଆତଙ୍କବାଦୀ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। 

ସୂଚନା ଥାଉକି ଜୟଶଙ୍କରଙ୍କ ୟୁକେ ଗସ୍ତ ମାର୍ଚ୍ଚ ୯ ତାରିଖରେ ଶେଷ ହେବ। ଏହି ଗସ୍ତ ସମୟରେ ଜୟଶଙ୍କର ବ୍ରିଟେନ୍ ପ୍ରତିପକ୍ଷ ଡେଭିଡ୍ ଲାମିଙ୍କ ସହିତ ସାକ୍ଷାତ୍‌କାର କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ ସହଯୋଗ, ଶିକ୍ଷା, ଯାତାୟତ, ଲୋକ-ଲୋକ ଆଦାନପ୍ରଦାନ ଏବଂ ରଣନୈତିକ ସମନ୍ୱୟ ସମେତ ଅନେକ ବିଷୟ ଉପରେ ଆଲୋଚନା ହୋଇଛି।

ଜୟଶଙ୍କରଙ୍କ କାର୍ ଆଗକୁ ଚାଲି ଆସିଥିବା ଉଗ୍ରବାଦୀ

ଆଲୋଚନା ସମୟରେ ଜଣେ ପାକିସ୍ତାନ ସାମ୍ବାଦିକ ଜାମ୍ମୁ-କାଶ୍ମୀର ସମ୍ପର୍କରେ ଜୟଶଙ୍କରଙ୍କୁ ପ୍ରଶ୍ନ କରିଥିଲେ। ମୁଁ ଆପଣଙ୍କୁ ଟିକେ ନର୍ଭସ କରିବାକୁ ଚାହୁଁଛି ବୋଲି କହି ସେ କହିଥିଲେ ଯେ ଭାରତ ଜାମ୍ମୁ-କାଶ୍ମୀରରେ ବେଆଇନ କବ୍ଜା କରିଛି।  ସୀମାରେ ୧୦ ଲକ୍ଷ ସେନା ମୁତୟନ କରିଛି। ଦୀର୍ଘଦିନ ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବନ୍ଧୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତା ଲୋଡ଼ିବେ କି ବୋଲି ପ୍ରଶ୍ନ କରିଥିଲେ।

ପ୍ରଶ୍ନରେ ଜୟଶଙ୍କର ଜବାବ ଶୁଣି ପାକିସ୍ତାନୀ ସାମ୍ବାଦିକ ଜଣଙ୍କ ନିଜେ ନର୍ଭସ ହୋଇଯାଇଥିଲେ। ଜୟଶଙ୍କର କହିଥିଲେ “"ଆମେ କାଶ୍ମୀରର ଚୋରି ହୋଇ ଯାଇଥିବା ଅଂଶର ଫେରିବାକୁ ଅପେକ୍ଷା କରିଛୁ। ଯାହା ପାକିସ୍ତାନର ଅବୈଧ ଦଖଲରେ ରହିଛି। ଯେତେବେଳେ ଏହା ଫେରି ଆସିବ, ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି, କାଶ୍ମୀର ସମାଧାନ ହୋଇଯିବ।"