ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷା ହେଲେ କୁମାରୀ ଦାସ
ଖଲ୍ଲିକୋଟ,୨୨ା୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପାଇଁ ଗୁରୁବାର ଅନୁଷ୍ଠିତ ଉପନିର୍ବାଚନରେ ଚିକିଲି ପଞ୍ଚାୟତ ସମିତି ସଭ୍ୟା କୁମାରୀ ଦାସ ବିଜୟ ଲାଭ କରିଛନ୍ତି। ଖଲ୍ଲିକୋଟ ବ୍ଲକର ୨୮ଟି ପଞ୍ଚାୟତର ସମିତିସଭ୍ୟମାନେ ନିଜ ନିଜ ମତଦାନ କରିଥିଲେ। ପୂର୍ବରୁ ଏହି ପଦବୀଟି ବିଜେଡିର ଦୈତାରୀ ବେହେରା ହାତେଇଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପଦବୀରୁ ଇସ୍ତଫା ଦେଇଥିଲେ l ଆଜି ଏହି ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଜେଡିର […] The post ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷା ହେଲେ କୁମାରୀ ଦାସ appeared first on Dharitri Odia News.
ଖଲ୍ଲିକୋଟ,୨୨ା୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପାଇଁ ଗୁରୁବାର ଅନୁଷ୍ଠିତ ଉପନିର୍ବାଚନରେ ଚିକିଲି ପଞ୍ଚାୟତ ସମିତି ସଭ୍ୟା କୁମାରୀ ଦାସ ବିଜୟ ଲାଭ କରିଛନ୍ତି। ଖଲ୍ଲିକୋଟ ବ୍ଲକର ୨୮ଟି ପଞ୍ଚାୟତର ସମିତିସଭ୍ୟମାନେ ନିଜ ନିଜ ମତଦାନ କରିଥିଲେ। ପୂର୍ବରୁ ଏହି ପଦବୀଟି ବିଜେଡିର ଦୈତାରୀ ବେହେରା ହାତେଇଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପଦବୀରୁ ଇସ୍ତଫା ଦେଇଥିଲେ l ଆଜି ଏହି ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଜେଡିର ଦୈତାରୀ ବେହେରା ପରାସ୍ତ ହୋଇଛନ୍ତି l ୨୮ ଜଣ ସମିତି ସଭ୍ୟ ମଧ୍ୟରୁ ଭାଜପାର ୨୫ ଜଣ ସମିତି ସଭ୍ୟ ହୋଇଥିବା ବେଳେ ୩ଜଣ ବିଜେଡିର ସମିତି ସଭ୍ୟ ଭୋଟ୍ ଦେଇଥିଲେ। ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ ଶେଷ କରିବାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ଛତ୍ରପୁର ଏସ୍ଡିପିଓ ଗୌରହରି ସାହୁ, ଖଲ୍ଲିକୋଟ ଥାନାଧିକାରୀ ନରେଶ କୁମାର ସାହୁ, ରମ୍ଭା ଥାନାଧିକାରୀ ସତ୍ୟବ୍ରତ ଭୂତିଆ, ଗଞ୍ଜାମ ଥାନା ଅଧିକାରିଣୀ ସୁମିତ୍ରା ପାତ୍ର ପ୍ରମୁଖ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଗଞ୍ଜାମ ବିଡିଓ ବସନ୍ତ କୁମାର ମଲ୍ଲିକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ କୋଦଳା ତହସିଲଦାର ସସ୍ମିତା ଶତପଥୀ ଉପନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଖଲ୍ଲିକୋଟ ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ଖଲ୍ଲିକୋଟ ବିଡିଓ ଦେବାଶିଷ ସାମଲ ଉପସ୍ଥିତ ଥିଲେ। ବିଜୟ ଲାଭ ପରେ ବ୍ଲକ୍ରୁ ଶୋଭାଯାତ୍ରାରେ ଯାଇ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ।
The post ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷା ହେଲେ କୁମାରୀ ଦାସ appeared first on Dharitri Odia News.