ଖଳାରେ ନିଆଁ ଲାଗି ଧାନ ଫସଲ ନଷ୍ଟ

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ପରମାଣପୁର ଠାରେ ଏକ ଧାନ ଖଳାରେ ନିଆଁ ଲାଗି ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଚାଷୀ ମନୋଜ ବାରିକଙ୍କ ଧାନ ଖଳାରେ ନିଆଁ ଲାଗି ୭ ଏକର ଧାନ ଫସଲ ନଷ୍ଟ ହୋଇଯାଇଛି। ସୋମବାର ବିଳମ୍ବିତ ରାତ୍ରିରେ କୌଣସି କାରଣରୁ ଧାନ ରଖାଯାଇଥିବା ଖଳାରେ ନିଆଁ ଲାଗି ଯାଇଥିଲା। ଏଣୁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାରୁ ତୁରନ୍ତ ମାନେଶ୍ୱର ଓ ରେଙ୍ଗାଲି ଅଞ୍ଚଳରୁ ୨ଟି […]

ଖଳାରେ ନିଆଁ ଲାଗି ଧାନ ଫସଲ ନଷ୍ଟ

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ପରମାଣପୁର ଠାରେ ଏକ ଧାନ ଖଳାରେ ନିଆଁ ଲାଗି ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଚାଷୀ ମନୋଜ ବାରିକଙ୍କ ଧାନ ଖଳାରେ ନିଆଁ ଲାଗି ୭ ଏକର ଧାନ ଫସଲ ନଷ୍ଟ ହୋଇଯାଇଛି। ସୋମବାର ବିଳମ୍ବିତ ରାତ୍ରିରେ କୌଣସି କାରଣରୁ ଧାନ ରଖାଯାଇଥିବା ଖଳାରେ ନିଆଁ ଲାଗି ଯାଇଥିଲା। ଏଣୁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାରୁ ତୁରନ୍ତ ମାନେଶ୍ୱର ଓ ରେଙ୍ଗାଲି ଅଞ୍ଚଳରୁ ୨ଟି ଦମକଳ ଗାଡି ଘଟଣାସ୍ଥଳକୁ ପହୁଞ୍ôଚ ନିଆଁକୁ ଆୟତ୍ତ କରିଥିବା ବେଳେ କିନ୍ତୁ ଧାନ ଫସଲ ପୋଡି ନଷ୍ଟ ହୋଇଯାଥିଲା। ଏ ସମ୍ପର୍କରେ ଖବର ମିଳିବା ପରେ ବ୍ଲକ କାର୍ଯ୍ୟାଳୟର କୃଷି ଅଧିକାରୀ, ଶାସନ ଥାନା ପୁଲିସ ଓ ରାଜସ୍ୱ ନିରୀକ୍ଷକ ପହୁଞ୍ôଚ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ଏଥି ସହ ମାନେଶ୍ୱର ତହସିଲଦାର ମଧ୍ୟ ଚାଷୀ ସହିତ ଆଲୋଚନା କରିଥିବାର ଜଣା ପଡ଼ିଛି। ଅପରପକ୍ଷରେ ନିଆଁ କେଉଁ କାରଣରୁ ଲାଗିଥିଲା, ତାହା ଏବେ ମଧ୍ୟ ତଦନ୍ତ ସାପେକ୍ଷ।