ଖାଇକୁ ଖସିଲା ବିଏସ୍‌ଏଫ୍‌ ଯବାନଙ୍କ ବସ୍‌; ୪ ମୃତ, ୩୨ ଆହତ

ନୂଆଦିଲ୍ଲୀ: କାଶ୍ମୀରର ବଡ଼ଗାମରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ବିଏସଏଫ୍ ଯବାନଙ୍କ ଏକ ଖାଇରେ ଖସିପଡ଼ିଛି । ସୂଚନା ଅନୁସାରେ ବସରେ ବିଏସ୍‌ଏଫର ୩୬ ଜଣ ଯବାନ ଯାତ୍ରା କରୁଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ୨୮ ଜଣ ଆହତ ହୋଇଛନ୍ତି ।ସ୍ଥାନୀୟ ପୋଲିସ ଅନୁସାରେ ସୁରକ୍ଷାକର୍ମୀ ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଥିଲେ । ତେବେ ଏହି ସମୟରେ ଜାମ୍ମୁ କାଶ୍ମୀରର ମଧ୍ୟ କାଶ୍ମୀରର ବଡ଼ଗାମ ଜିଲ୍ଲାର ବ୍ରେଲ ୱାଟରହେଲ ଅଞ୍ଚଳରେ ହୋଇଛି । ନିର୍ବାଚନୀ ଡ୍ୟୁଟିରେ ନିୟୋଜିତ ଥିବା ଏହି ବସ୍ ପାହାଡ଼ିଆ ରାସ୍ତାରୁ ଖସି ଖାଇରେ ପଡ଼ି ଯାଇଛି ।#WATCH | J&K: 32 BSF personnel injured and 3 lost their lives after their bus rolled down a hilly road and fell into a gorge in Brell Waterhail area of Central Kashmir's Budgam district. Driver of the bus also injured. The bus was engaged in election duty. https://t.co/NPccSx5xrZ pic.twitter.com/d4N60b6qxr— ANI (@ANI) September 20, 2024ଦୁର୍ଘଟଣା ସଂପର୍କରେ ତଦନ୍ତ ଲାଗି ବିଏସଏଫ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିକଟରେ ଜମ୍ମୁ ରିଜିୟନର ରାଜୌରୀରେ ସେନା ଯବାନଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ବୁଧବାର ମାଞ୍ଜାକୋଟ ଅଞ୍ଚଳରେ ଏହି

ଖାଇକୁ ଖସିଲା ବିଏସ୍‌ଏଫ୍‌ ଯବାନଙ୍କ ବସ୍‌; ୪ ମୃତ, ୩୨ ଆହତ

ନୂଆଦିଲ୍ଲୀ: କାଶ୍ମୀରର ବଡ଼ଗାମରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ବିଏସଏଫ୍ ଯବାନଙ୍କ ଏକ ଖାଇରେ ଖସିପଡ଼ିଛି । ସୂଚନା ଅନୁସାରେ ବସରେ ବିଏସ୍‌ଏଫର ୩୬ ଜଣ ଯବାନ ଯାତ୍ରା କରୁଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ୨୮ ଜଣ ଆହତ ହୋଇଛନ୍ତି ।

ସ୍ଥାନୀୟ ପୋଲିସ ଅନୁସାରେ ସୁରକ୍ଷାକର୍ମୀ ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଥିଲେ । ତେବେ ଏହି ସମୟରେ ଜାମ୍ମୁ କାଶ୍ମୀରର ମଧ୍ୟ କାଶ୍ମୀରର ବଡ଼ଗାମ ଜିଲ୍ଲାର ବ୍ରେଲ ୱାଟରହେଲ ଅଞ୍ଚଳରେ ହୋଇଛି । ନିର୍ବାଚନୀ ଡ୍ୟୁଟିରେ ନିୟୋଜିତ ଥିବା ଏହି ବସ୍ ପାହାଡ଼ିଆ ରାସ୍ତାରୁ ଖସି ଖାଇରେ ପଡ଼ି ଯାଇଛି ।

ଦୁର୍ଘଟଣା ସଂପର୍କରେ ତଦନ୍ତ ଲାଗି ବିଏସଏଫ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିକଟରେ ଜମ୍ମୁ ରିଜିୟନର ରାଜୌରୀରେ ସେନା ଯବାନଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ବୁଧବାର ମାଞ୍ଜାକୋଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ବସ୍ ଚଳାଉଥିବା ଯବାନ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ୪୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ଏଥିରେ ଥିବା ୬  କମାଣ୍ଡୋଙ୍କ ଜୀବନ ଆହତ ହୋଇଥିଲେ । ପରେ ଜଣେ ଲାନ୍ସନାୟକ ସହିଦ ହୋଇଯାଇଥିଲେ ।