ଖାଇକୁ ସେନା ଟ୍ରକ୍ ଖସି ୨ ଯବାନ ସହିଦ
ଶ୍ରୀନଗର: ଉତ୍ତର କାଶ୍ମୀରର ବାନ୍ଦିପୋରା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଜି ଭାରତୀୟ ସେନାର ଏକ ଗାଡି ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ତିନିଜଣ ଯବାନ ଆହତ ହୋଇଥିବା ଖବର ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି। ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ ସେନାର ଅନେକ ସୈନିକ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି | ଅଧିକାରୀ କହିଛନ୍ତି ଯେ […]

ଶ୍ରୀନଗର: ଉତ୍ତର କାଶ୍ମୀରର ବାନ୍ଦିପୋରା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଜି ଭାରତୀୟ ସେନାର ଏକ ଗାଡି ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ତିନିଜଣ ଯବାନ ଆହତ ହୋଇଥିବା ଖବର ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି। ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ ସେନାର ଅନେକ ସୈନିକ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି | ଅଧିକାରୀ କହିଛନ୍ତି ଯେ ଏକ ସେନା ଗାଡି ରାସ୍ତାରୁ ଖସିପଡି ଉତ୍ତର କାଶ୍ମୀର ଜିଲ୍ଲାର ଏସ.କେ ପାୟନ ନିକଟରେ ଏକ ଘାଟି ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ନେଇ ପ୍ରମାଣ ନାହିଁ। ତେବେ ବର୍ତ୍ତମାନ ପୋଲିସ ଓ ସେନା କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି। ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲନୋଇ ସେକ୍ଟରରେ ୨୪ ଡିସେମ୍ବର ୨୦୨୪ରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଏକ ସେନା ଗାଡି ୩୦୦ ଫୁଟ ଗଭୀର ଘାଟି ତଳକୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୫ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା । ଠିକ୍ ଚାରି ଦିନ ପୂର୍ବେ, ଅର୍ଥାତ୍ ଡିସେମ୍ବର ୩୧, ୨୦୨୪ରେ, ପୁଞ୍ଚ ଜିଲ୍ଲାର ମେଣ୍ଢରର ଏଲଓସି ନିକଟ ବାଲନୋଇ ଅଞ୍ଚଳରେ ଏକ ସେନା ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ ସେନା ଗାଡି ପ୍ରାୟ ୧୦୦ ଫୁଟ ଗଭୀର ଖାଲରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ପାଞ୍ଚଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିଲେ ।