୨ ବର୍ଷ ପରେ ଜାମିନ ପାଇଲେ ଆପ୍ ନେତା ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଆପ୍ ନେତା ଏବଂ ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦୀର୍ଘ ୨ ବର୍ଷ ପରେ ଜାମିନ ମିଳିଛି। ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଯେଉଁ ଆଧାରରେ ଜାମିନ ମଂଜୁର କରିଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସେହି ମାନଦଣ୍ଡ ଆଧାରରେ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମଂଜୁର କରିଛନ୍ତି। ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)୨୦୨୨ ମେ’ ୩୦ […]

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଆପ୍ ନେତା ଏବଂ ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦୀର୍ଘ ୨ ବର୍ଷ ପରେ ଜାମିନ ମିଳିଛି। ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଯେଉଁ ଆଧାରରେ ଜାମିନ ମଂଜୁର କରିଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସେହି ମାନଦଣ୍ଡ ଆଧାରରେ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମଂଜୁର କରିଛନ୍ତି। ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)୨୦୨୨ ମେ’ ୩୦ ତାରିଖରେ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍ରେ ଥିଲେ। ଜୈନଙ୍କ ଜାମିନ ଆବେଦନକୁ ଇଡି ତୀବ୍ର ବିରୋଧ କରିଥିଲା। କିନ୍ତୁ କୋର୍ଟ କହିଛନ୍ତି, ଜୈନ ଦୀର୍ଘ ଦିନ ଧରି ଜେଲ୍ରେ ରହି ସାରିଲେଣି। ମାମଲାରେ ବିଚାରଣ ଏଯାଏଁ ଆରମ୍ଭ ହୋଇନାହିଁ, ନିକଟ ଭବିଷ୍ୟତରେ ଏହା ଶେଷ ହେବା ଦୂର କଥା। କୋର୍ଟ କହିଛନ୍ତି, ସିସୋଦିଆ ମାମଲାରେ ମାନଦଣ୍ଡ ଆଧାରରେ ଜୈନ ଜାମିନ ପାଇବାପାଇଁ ଯୋଗ୍ୟ ବିବେଚିତ। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ୍ ଆଧାରରେ କୋର୍ଟ ଜୈନଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ମଧ୍ୟ ଅନ୍ୟ କିଛି ଜାମିନ ସର୍ତ୍ତ ରଖିଛନ୍ତି। ଜାମିନ ସମୟରେ ଜୈନ କୌଣସି ସାକ୍ଷୀଙ୍କୁ ଭେଟି ପାରିବେନି କି ବିଚାରଣ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେନି। ସେହିପରି ସତ୍ୟେନ୍ଦ୍ର ଜୈନ ବିନା ଅନୁମତିରେ ଭାରତ ବାହାରକୁ ଯାଇ ପାରିବେନି।