ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର : ଭରତପୁର ଥାନା ବିବାଦକୁ ନେଇ ତେଜୁଛି ପ୍ରତିବାଦର ସ୍ୱର । ଏହି ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଆଜି ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଘଟଣାରେ ପୁଲିସର ସଂପୃକ୍ତି ଥିବାରୁ ପୁଲିସ ତଦନ୍ତ ଉପରେ ଦଳର ଭରସା ନାହିଁ। ଏଥିପାଇଁ ବଚାର ବିଭାଗୀୟ ତଦନ୍ତ କରି ତୁରନ୍ତ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରିଛି ବିଜେଡି। ଥାନାରେ ସିସିଟିଭି ପୂର୍ବରୁ ଥିବାବେଳେ ଏବେ କୁଆଡେ ଗଲା […]

ଭୁବନେଶ୍ୱର : ଭରତପୁର ଥାନା ବିବାଦକୁ ନେଇ ତେଜୁଛି ପ୍ରତିବାଦର ସ୍ୱର । ଏହି ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଆଜି ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଘଟଣାରେ ପୁଲିସର ସଂପୃକ୍ତି ଥିବାରୁ ପୁଲିସ ତଦନ୍ତ ଉପରେ ଦଳର ଭରସା ନାହିଁ। ଏଥିପାଇଁ ବଚାର ବିଭାଗୀୟ ତଦନ୍ତ କରି ତୁରନ୍ତ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରିଛି ବିଜେଡି। ଥାନାରେ ସିସିଟିଭି ପୂର୍ବରୁ ଥିବାବେଳେ ଏବେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଥିବା ବେଳେ ଶହେ ଦିନର ସରକାର କେବଳ ରଙ୍ଗ ବଦଳାଇବାରେ କାମ କରୁଛନ୍ତି ବୋଲି ବିଜେଡି କହିଛି। ଘଟଣା ନେଇ ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଜେଡି ପକ୍ଷରୁ କୁହାଯାଇଛି ରାଜ୍ୟପାଳ ପୁଅଙ୍କ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା,ତେବେ ଆଜି ଭରତପୁର ଥାନା ଘଟଣା ସାମ୍ନାକୁ ଆସି ନଥାନ୍ତା ।
ସୂଚନାନୁସାରେ,ଗତ ୧୫ ତାରିଖ ଦିନ ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟନରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କରିଛନ୍ତି ଡିଜିପି । ଏହା ସହିତ ଗତକାଲି ୭ ଜଣ ରୋଡ଼ ରୋମିଓଙ୍କୁ ଧରିଛି ଚନ୍ଦକା ଥାନା ପୋଲିସ । ଏମାନଙ୍କୁ ନେଇ ଆଜି ଗଣ୍ଡଗୋଳ ଘଟିଥିବା ସ୍ଥାନରେ ସିନ ରିକ୍ରିଏସନ କରାଯିବ । ଏହା ସହିତ ଘଟଣାରେ ଜଡିତ ଥିବା ଆଉ ୪ ଜଣକୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।