ରାଜସ୍ଥାନ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସୋନିଆ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋନିଆଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଥିଲେ। ସୋନିଆ ଆଜି ସକାଳେ ତାଙ୍କ ଦିଲ୍ଲୀ ବାସଭବନ ଛାଡ଼ିଥିଲେ ଏବଂ ସକାଳ ୧୦ ଟା ସୁଦ୍ଧା ଜୟପୁରରେ ପହଞ୍ଚିଥିଲେ। ସୋନିଆ ଜୟପୁରରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜସ୍ଥାନରୁ ସୋନିଆଙ୍କ ରାଜ୍ୟସଭାକୁ ପ୍ରାର୍ଥିତ୍ବକୁ ସ୍ବାଗତ କରିଛନ୍ତି। ସୋନିଆ […]

ରାଜସ୍ଥାନ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସୋନିଆ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋନିଆଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଥିଲେ। ସୋନିଆ ଆଜି ସକାଳେ ତାଙ୍କ ଦିଲ୍ଲୀ ବାସଭବନ ଛାଡ଼ିଥିଲେ ଏବଂ ସକାଳ ୧୦ ଟା ସୁଦ୍ଧା ଜୟପୁରରେ ପହଞ୍ଚିଥିଲେ। ସୋନିଆ ଜୟପୁରରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜସ୍ଥାନରୁ ସୋନିଆଙ୍କ ରାଜ୍ୟସଭାକୁ ପ୍ରାର୍ଥିତ୍ବକୁ ସ୍ବାଗତ କରିଛନ୍ତି। ସୋନିଆ ସବୁବେଳେ ରାଜସ୍ଥାନ ସହ ଜଡ଼ିତ ବୋଲି ସେ କହିଛନ୍ତି। ସୋନିଆ ଚଳିତ ଥର ଆଉ ଲୋକସଭା ନିର୍ବାଚନ ଲଢ଼ିବେନି। ଲୋକସଭାରୁ ରାଜ୍ୟସଭାକୁ ଯିବା ପାଇଁ ସୋନିଆଙ୍କ ନିଷ୍ପତ୍ତି ସହ ଏକ ଯୁଗର ଅବସାନ ଘଟିଛି। କଂଗ୍ରେସ ପାଇଁ ଏହା ଏକ ବଡ଼ ପରିବର୍ତ୍ତନ। କଂଗ୍ରେସ ଆଜି ଏକ ବିବୃତି ଜାରି କରିଛି। ସୋନିଆଙ୍କୁ ରାଜସ୍ଥାନରେ ମନୋନୀତ କରାଯାଇଥିବାବେଳେ ବିହାରରେ ଅଖିଳେଶ ପ୍ରସାଦ ସିଂହ, ହିମାଚଳପ୍ରଦେଶରେ ଅଭିଶେକ ମନୁ ସିଂହଭି, ମହାରାଷ୍ଟ୍ରରେ ଚନ୍ଦ୍ରକାନ୍ତ ହନ୍ଦୋରଙ୍କୁ ଦଳ ଚୟନ କରିଛି। ତେବେ ଦୀର୍ଘ ୨୫ ବର୍ଷ ପରେ ସୋନିଆ ଲୋକସଭାରୁ ରାଜ୍ୟସଭାକୁ ତାଙ୍କ ଯାତ୍ରା ପରିବର୍ତ୍ତନ କରିଛନ୍ତି। ସୋନିଆ ୧୯୯୬ରୁ ୨୦୨୨ ପର୍ଯ୍ୟନ୍ତ ପ୍ରାୟ ୨୨ ବର୍ଷ ଧରି ଦଳର ସଭାପତି ଥିଲେ। ସେ ୫ ଥର ଲୋକସଭା ସାଂସଦ ହୋଇଛନ୍ତି।