ନୂଆ ଆଇନରେ ହୋଇଛି ଏସବୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧ା୭: ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ବିଶ୍ୱାସ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି। […] The post ନୂଆ ଆଇନରେ ହୋଇଛି ଏସବୁ ବଡ଼ ପରିବର୍ତ୍ତନ appeared first on Dharitri Odia News.

ନୂଆ ଆଇନରେ ହୋଇଛି ଏସବୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧ା୭: ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ବିଶ୍ୱାସ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି।

ଏହି ନୂଆ ଆଇନରେ ବହୁତ କିଛି ପରିବର୍ତ୍ତନ ଘଟିଛି। ସେଗୁଡ଼ିକ ହେଲା…
-ଅପରାଧ ତାଲିକାରୁ ରାଜଦ୍ରୋହ ହଟିଛି।
-ପୃଥକୀକରଣ, ବିଚ୍ଛିନ୍ନତାବାଦ, ବିଦ୍ରୋହ, ଭାରତର ସାର୍ବଭୌମତ୍ୱ, ଏକତା ଏବଂ ସଂହତି ଉପରେ ଆକ୍ରମଣ ମାମଲାରେ ସ୍ବତନ୍ତ୍ର ଦଣ୍ଡବ୍ୟବସ୍ଥା।
-ନାବାଳିକାଙ୍କୁ ଗଣବଳାତ୍କାର, ଭିଡ଼ ହିଂସା ପାଇଁ ମୃତ୍ୟୁଦଣ୍ଡ।
-ପ୍ରଥମ ଥର ପାଇଁ କମ୍ୟୁନିଟି ସେବା ଏକ ଦଣ୍ଡ ଭାବେ ସ୍ଥାନିତ।
-ଶୁଣାଣି ଶେଷ ହେବାର ୩୦ ଦିନ ମଧ୍ୟରେ ତଦନ୍ତ, ବିଚାର ଓ ରାୟ।
-ବଳାତ୍କାର ପୀଡ଼ିତାଙ୍କ ବୟାନର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ।
-ସମ୍ପତ୍ତି ବାଜ୍ୟାପ୍ତ ଏବଂ ଅପରାଧ ପ୍ରୋସଡ୍ୟୁର ନୂଆ ବ୍ୟବସ୍ଥା।
-କାଗଜପତ୍ରରେ ରେକର୍ଡ ଭଳି ଇଲେକ୍ଟ୍ରୋନିକ୍‌ ବା ଡିଜିଟାଲ ରେକର୍ଡର ସମାନ ଆଇନଗତ ପ୍ରଭାବ, ବୈଧତା ଏବଂ ପ୍ରବର୍ତ୍ତନୀୟତା ରହିବ।

The post ନୂଆ ଆଇନରେ ହୋଇଛି ଏସବୁ ବଡ଼ ପରିବର୍ତ୍ତନ appeared first on Dharitri Odia News.