ମୋଦୀଙ୍କର ଜମି, ଘର, ଗାଡ଼ି ନାହିଁ, ପାଖରେ ନଗଦ ୫୨,୯୨୦ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀ ନିର୍ବାଚନମଣ୍ଡଳୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ମୋଦଦୀ ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩.୦୨ କୋଟି ଟଙ୍କା। ମୋଦୀଙ୍କ ନିକଟରେ ନଗଦ ୫୨,୯୨୦ ଟଙ୍କା ରହିଛି। ମୋଦୀଙ୍କର ଜମି , ଘର ଏବଂ ଗାଡ଼ି କିଛି ନାହିଁ। ସତ୍ୟପାଠ ଅନୁଯାୟୀ ମୋଦୀଙ୍କ ଟିକସଯୋଗ୍ୟ ଆୟ ୨୦୧୮-୧୯ ବିତ୍ତୀୟ ବର୍ଷରେ ୧୧ ଲକ୍ଷ ଥିବା ବେଳେ ୨୦୨୨-୨୩ରେ ଦ୍ବିଗୁଣା ହୋଇ […]

ମୋଦୀଙ୍କର ଜମି, ଘର, ଗାଡ଼ି ନାହିଁ, ପାଖରେ ନଗଦ ୫୨,୯୨୦ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀ ନିର୍ବାଚନମଣ୍ଡଳୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ମୋଦଦୀ ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩.୦୨ କୋଟି ଟଙ୍କା। ମୋଦୀଙ୍କ ନିକଟରେ ନଗଦ ୫୨,୯୨୦ ଟଙ୍କା ରହିଛି। ମୋଦୀଙ୍କର ଜମି , ଘର ଏବଂ ଗାଡ଼ି କିଛି ନାହିଁ। ସତ୍ୟପାଠ ଅନୁଯାୟୀ ମୋଦୀଙ୍କ ଟିକସଯୋଗ୍ୟ ଆୟ ୨୦୧୮-୧୯ ବିତ୍ତୀୟ ବର୍ଷରେ ୧୧ ଲକ୍ଷ ଥିବା ବେଳେ ୨୦୨୨-୨୩ରେ ଦ୍ବିଗୁଣା ହୋଇ ୨୩.୫ ଲକ୍ଷକୁ ବୃଦ୍ଧି ପାଇଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରେ ମୋଦୀଙ୍କର ୨ଟି ଆକାଉଣ୍ଟ୍ ରହିଛି। ଏସ୍ବିଆଇ ଗାନ୍ଧିନଗର ବ୍ରାଞ୍ଚ୍ରେ ମୋଦୀ ୭୩,୩୦୪ ଟଙ୍କା ଡିପୋଜିଟ୍ ରଖିଥିବା ବେଳେ ଏସବିଆଇ ବାରଣାସୀ ବ୍ରାଞ୍ଚ୍ରେ ସେ କେବଳ ୭ ହଜାର ଟଙ୍କା ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଏସବିଆଇରେ ୨,୮୫,୬୦,୩୩୮ ଟଙ୍କାର ଫିକ୍ସଡ ଡିପୋଜିଟ୍ ରହିଛି।