୬ ମାସ ପରେ ଆପ୍ ସାଂସଦ ସଂଜୟ ସିଂହଙ୍କୁ ଜାମିନ ମିଳିଲା
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତବର୍ଷ ଅକ୍ଟୋବରରୁ ଗିରଫ ହୋଇ ତିହାର ଜେଲରେ ଥିବା ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଆଜି ଜାମିନ ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଆପ୍ ନେତା ସଂଜୟ ସିଂହଙ୍କୁ ଜାମିନ ମଂଜୁର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିନା ବିଚାରଣରେ ସଂଜୟ ସିଂହଙ୍କୁ କାହିଁକି ୬ ମାସରୁ ଊର୍ଦ୍ଧ୍ବ ସମୟ ଧରି ଜେଲରେ ରଖାଯାଇଛି ବୋଲି ସୁପ୍ରିମକୋର୍ଟ ଇଡିକୁ ପ୍ରଶ୍ନ କରିବାପରେ ଆଜି ସଂଜୟ ସିଂହଙ୍କୁ ଜାମିନ ମଂଜୁର […]

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତବର୍ଷ ଅକ୍ଟୋବରରୁ ଗିରଫ ହୋଇ ତିହାର ଜେଲରେ ଥିବା ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଆଜି ଜାମିନ ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଆପ୍ ନେତା ସଂଜୟ ସିଂହଙ୍କୁ ଜାମିନ ମଂଜୁର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିନା ବିଚାରଣରେ ସଂଜୟ ସିଂହଙ୍କୁ କାହିଁକି ୬ ମାସରୁ ଊର୍ଦ୍ଧ୍ବ ସମୟ ଧରି ଜେଲରେ ରଖାଯାଇଛି ବୋଲି ସୁପ୍ରିମକୋର୍ଟ ଇଡିକୁ ପ୍ରଶ୍ନ କରିବାପରେ ଆଜି ସଂଜୟ ସିଂହଙ୍କୁ ଜାମିନ ମଂଜୁର କରିଛନ୍ତି। ଜଷ୍ଟିସ ଦିପଙ୍କର ଦତ୍ତ ଏବଂ ଜଷ୍ଟିସ ପ୍ରସନ୍ନ ବି ବରାଲେଙ୍କ ଖଣ୍ଡପୀଠ କହିଛନ୍ତି, ବିଚାରଣ ଚାଲିନଥିବାବେଳେ ସଂଜୟ ସିଂହଙ୍କୁ ଜେଲରୁ ଛଡ଼ାଯାଇପାରିବ। କୋର୍ଟ କହିଥିଲେ ଜାମିନର ସର୍ତ୍ତ ଟ୍ରାଏଲ କୋର୍ଟ ସ୍ଥିର କରିବେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସିଂହ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ଏହାର ଅର୍ଥ ହେଉଛି ସିଂହ ଆପ୍ ପାଇଁ ପ୍ରଚାର କରିପାରିବେ। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିଲେ। କେଜ୍ରିୱାଲ ଗତକାଲିଠାରୁ ଜେଲ୍ ଯାଇଛନ୍ତି। କେଜ୍ରିୱାଲ ଏବେ ୧୪ ଦିନ ଜେଲରେ ରହିବେ।