ଖାଇବା ନଦେବାରୁ ରେସ୍ତୋରାଁ ଉପରେ ଟ୍ରକ୍ ମଡ଼ାଇଦେଲା ମଦ୍ୟପ ଡ୍ରାଇଭର
ପୁଣେ : ମଦ୍ୟପ ଡ୍ରାଇଭର୍ର ଉନ୍ମତ କାଣ୍ଡ। ଖାଇବା ଦେବାକୁ ମ୍ୟାନେଜର ମନା କରିବାରୁ ମଦୁଆ ଡ୍ରାଇଭର ଜଣଙ୍କ ସିଧାସଳଖ ରେସ୍ତୋରାଁ ଉପରେ ଗାଡ଼ି ଚଢ଼ାଇ ଦେଇଛି। ଏଥିସହ ରେସ୍ତୋରାଁ ବାହାରେ ପାର୍କିଂ ହୋଇଥିବା କିଛି କାରକୁ ମଧ୍ୟ ଧକ୍କା ଦେଇଛି। ପୁଣେ-ସୋଲାପୁର ଜାତୀୟ ରାଜପଥ କଡ଼ରେ ଏପରି ଘଟଣା ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଘଟିଛି। ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଛି। ଭିଡିଓ ସାମ୍ନାକୁ ଆସିବା ପରେ ଇନ୍ଦାପୁର ପୁଲିସ୍ ମଧ୍ୟପ୍ରଦେଶର ରେୱାର […]

ପୁଣେ : ମଦ୍ୟପ ଡ୍ରାଇଭର୍ର ଉନ୍ମତ କାଣ୍ଡ। ଖାଇବା ଦେବାକୁ ମ୍ୟାନେଜର ମନା କରିବାରୁ ମଦୁଆ ଡ୍ରାଇଭର ଜଣଙ୍କ ସିଧାସଳଖ ରେସ୍ତୋରାଁ ଉପରେ ଗାଡ଼ି ଚଢ଼ାଇ ଦେଇଛି। ଏଥିସହ ରେସ୍ତୋରାଁ ବାହାରେ ପାର୍କିଂ ହୋଇଥିବା କିଛି କାରକୁ ମଧ୍ୟ ଧକ୍କା ଦେଇଛି। ପୁଣେ-ସୋଲାପୁର ଜାତୀୟ ରାଜପଥ କଡ଼ରେ ଏପରି ଘଟଣା ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଘଟିଛି। ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଛି। ଭିଡିଓ ସାମ୍ନାକୁ ଆସିବା ପରେ ଇନ୍ଦାପୁର ପୁଲିସ୍ ମଧ୍ୟପ୍ରଦେଶର ରେୱାର ମୂଳବାସିନ୍ଦା ଅମିତ କୁମାର ଜୋକୁଲାଲ ପଟେଲଙ୍କୁ ଗିରଫ କରିଛି।