ଟ୍ରାକ୍ଟର ଚଢାଇ ଯୁବକଙ୍କୁ ହତ୍ୟା

ଆଠଗଡ଼: ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ । ଗଣ୍ଡଗୋଳରେ ଜଣେ ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରାଯାଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର କୁକୁଡ଼ା ଫାର୍ମ ଓ ୪ଟି ଗାଡ଼ିକୁ ନିଆଁ ଲଗାଇ ଜାଳିଦେଇଛନ୍ତି। ସୂଚନାନୁସାରେ, ବୁଧବାର କୁଲାଇଲୋ ପଞ୍ଚାୟତ ରାଧାକୃଷ୍ଣପୁର ଗ୍ରାମ (ଅଡାଳ)ର ବ୍ରଜବନ୍ଧୁ ସ୍ୱାଇଁଙ୍କ ପୁଅର ତଳଗଡ଼ସ୍ଥିତ ଶିବ ମନ୍ଦିରରେ ମୁଦିପିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୋଜି ଖାଇ ଫେରିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି […]

ଟ୍ରାକ୍ଟର ଚଢାଇ ଯୁବକଙ୍କୁ ହତ୍ୟା
ଟ୍ରାକ୍ଟର ଚଢାଇ ଯୁବକଙ୍କୁ ହତ୍ୟା

ଆଠଗଡ଼: ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ । ଗଣ୍ଡଗୋଳରେ ଜଣେ ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରାଯାଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର କୁକୁଡ଼ା ଫାର୍ମ ଓ ୪ଟି ଗାଡ଼ିକୁ ନିଆଁ ଲଗାଇ ଜାଳିଦେଇଛନ୍ତି।

ସୂଚନାନୁସାରେ, ବୁଧବାର କୁଲାଇଲୋ ପଞ୍ଚାୟତ ରାଧାକୃଷ୍ଣପୁର ଗ୍ରାମ (ଅଡାଳ)ର ବ୍ରଜବନ୍ଧୁ ସ୍ୱାଇଁଙ୍କ ପୁଅର ତଳଗଡ଼ସ୍ଥିତ ଶିବ ମନ୍ଦିରରେ ମୁଦିପିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୋଜି ଖାଇ ଫେରିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଲଭର୍ଟ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଥିରେ ବୁଝାସୁଝା କରିବାକୁ ଯାଇଥିବା ବେଳେ ସୁଶାନ୍ତ ରଣା (୫୦) ଓ ତାଙ୍କ ଭାଇ ସନ୍ତୋଷ ରଣାଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ ଉତ୍ୟକ୍ତ ଗୋଷ୍ଠୀର ଲୋକ ନିରାକାର ସ୍ୱାଇଁ । ଫଳରେ ସନ୍ତୋଷ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ସୁଶାନ୍ତ ରଣାକୁ ଢ଼େଙ୍କାନାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର କୁକୁଡ଼ା ଫାର୍ମରେ ନିଆଁ ଲଗାଇବା ସହ ଟ୍ରାକ୍ଟର, କାର୍‌‌ ଓ ଦୁଇଟି ମୋଟର ସାଇକେଲକୁ ଜାଳି ଦେଇଥିଲେ । ଉତ୍ୟକ୍ତ ଲୋକେ ଅଗ୍ନିଶମ ବାହିନୀର କର୍ମଚାରୀ ଓ ଗାଡ଼ିକୁ ମଧ୍ୟ ଗାଁ ଭିତରକୁ ଛାଡ଼ି ନ ଥିଲେ। ଫଳରେ କୁକୁଡ଼ା ଫାର୍ମ ଓ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥିଲା। ସୁଶାନ୍ତଙ୍କ ମୃତଦେହକୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ରଖା ଯାଇଥିଛି I ଘଟଣାସ୍ଥଳରେ କଟକ ଜିଲ୍ଲା ଏସପିଙ୍କ ସହ ପୋଲିସ ଫୋର୍ସ ମୁତୟନ ହୋଇଛି I