ବଢିପାରେ ସ୍କୁଲ ଛୁଟି ଅବଧି

ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ତାତି I ଜୁନ ମାସ ଅଧା ବେଳକୁ ଗୁଳୁଗୁଳି ଗରମ ସାଙ୍ଗକୁ ବଢି ଚାଲିଛି ଖରାର ପ୍ରକୋପ I ଉପକୂଳରେ ଆହୁରି ୩ ରୁ ୪ ଦିନ ତାତି ରହିବ ବୋଲି ପାଇପାଗ ବିଭାଗ ସୂଚନା ଦେଇଛି I ବଢୁଥିବା ତାତିର ପରକପକୁ ଦେଖି ସ୍କୁଲ ଛୁଟି ଘୁଁଛାଯାଉ ବୋଲି ଦାବି କରିଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( OSTA ) I ସଂଘ କହିଛି, ରାଜ୍ୟର […]

ବଢିପାରେ ସ୍କୁଲ ଛୁଟି ଅବଧି
ବଢିପାରେ ସ୍କୁଲ ଛୁଟି ଅବଧି

ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ତାତି I ଜୁନ ମାସ ଅଧା ବେଳକୁ ଗୁଳୁଗୁଳି ଗରମ ସାଙ୍ଗକୁ ବଢି ଚାଲିଛି ଖରାର ପ୍ରକୋପ I ଉପକୂଳରେ ଆହୁରି ୩ ରୁ ୪ ଦିନ ତାତି ରହିବ ବୋଲି ପାଇପାଗ ବିଭାଗ ସୂଚନା ଦେଇଛି I ବଢୁଥିବା ତାତିର ପରକପକୁ ଦେଖି ସ୍କୁଲ ଛୁଟି ଘୁଁଛାଯାଉ ବୋଲି ଦାବି କରିଛି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( OSTA ) I ସଂଘ କହିଛି, ରାଜ୍ୟର ଅଧିକାଂଶ ସ୍କୁଲର ଛାତ ଆଜବେଷ୍ଟସ ହୋଇଥିବାବେଳେ, କିଛି ସ୍କୁଲରେ ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଏଣୁ ସ୍କୁଲ ଖୋଲିବା ତାରିଖ ଘୁଞ୍ଚାଇବାକୁ ଓଷ୍ଟା ଦାବି କରିଛି । ତାପମାତ୍ରା ହ୍ରାସ ନହେବା ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାରଙ୍କୁ ନିବେଦନ କରିଛି ଓଷ୍ଟା । ଅତିକମରେ ଆଉ ୩-୪ ଦିନ ଛୁଟି ଘୁଞ୍ଚାଇବାକୁ ଦାବି କରିଛି ଓଷ୍ଟା।

ସୂଚନାନୁସାରେ ଜୁନ ୧୮ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ ପୂର୍ବତନ ସରକାର I ମାତ୍ର ଯଦି ଏଭଳି ପାଗ ରହେ ତେବେ ସ୍କୁଲ ଛୁଟି ଆଉ କିଛି ଦିନ ଘୁଞ୍ଚାଯିବ ବୋଲି ଚର୍ଚ୍ଚା ହେଉଛି। ଆଜି ଗଣଶିକ୍ଷା ବିଭାଗର ବୈଠକ ପରେ ସ୍କୁଲ ଛୁଟି ଘୁଞ୍ଚାଇବା ନେଇ ଘୋଷଣା କରିପାରନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନଦ ଗଣ୍ଡ I