ଖାଦ୍ୟ ଅନ୍ୱେଷଣରେ ଆସି ମାଇନ୍ସରେ ପଶିଲା ହାତୀ, ଉପଦ୍ରବ ପରେ ଫେରିଗଲା ଜଙ୍ଗଲ

ବଣାଇ ୨୩/୦୭: ଖାଦ୍ୟ ଅନ୍ୱେଷଣରେ ଆସି ମାଇନ୍ସ ଭିତରକୁ ପଶିଲା ହାତୀ । ବେଶ କିଛି ମାଇନ୍ସ ଭିତରେ ପଶି ଉତ୍ପାତ କରିବା ପରେ ଜଙ୍ଗଲକୁ ଫେରିଗଲା ହାତୀ । ଏ ଦୃଶ୍ୟ ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଗଣୁଆଁ ଠାରେ ଥିବା jsw ମାଇନ୍ସର । ସୂଚନା ଥାଉକି, ହଠାତ୍ ହାତୀଟି ମାଇନ୍ସ ଭିତରକୁ ପଶି ଆସିଥିଲା । ଏହା ଦେଖିବା ପରେ ସେଠାରେ ଥିବା କାର୍ଯ୍ୟରତ ଶ୍ରମିକ ମାନେ ନିଜର କାର୍ଯ୍ୟ ଛାଡି ଜୀବନ ବିକଳରେ ସୁରକ୍ଷା ସ୍ଥାନକୁ ଦୌଡିବାକୁ ଲାଗିଥିଲେ । ବେଶ କିଛି ସମୟ ମାଇନ୍ସ ଭିତରେ ହାତୀ ଆତଙ୍କ ସୃଷ୍ଟି କରିଥିଲା ଦନ୍ତାଟି। ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ଦୀର୍ଘ ସମୟ ପରେ ହାତୀଟି ଆପେ ଆପେ ଫେରିଆସିଥିଲା ଜଙ୍ଗଲ । 

ଖାଦ୍ୟ ଅନ୍ୱେଷଣରେ ଆସି ମାଇନ୍ସରେ ପଶିଲା ହାତୀ, ଉପଦ୍ରବ ପରେ ଫେରିଗଲା ଜଙ୍ଗଲ

ବଣାଇ ୨୩/୦୭: ଖାଦ୍ୟ ଅନ୍ୱେଷଣରେ ଆସି ମାଇନ୍ସ ଭିତରକୁ ପଶିଲା ହାତୀ । ବେଶ କିଛି ମାଇନ୍ସ ଭିତରେ ପଶି ଉତ୍ପାତ କରିବା ପରେ ଜଙ୍ଗଲକୁ ଫେରିଗଲା ହାତୀ । ଏ ଦୃଶ୍ୟ ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଗଣୁଆଁ ଠାରେ ଥିବା jsw ମାଇନ୍ସର । 

ସୂଚନା ଥାଉକି, ହଠାତ୍ ହାତୀଟି ମାଇନ୍ସ ଭିତରକୁ ପଶି ଆସିଥିଲା । ଏହା ଦେଖିବା ପରେ ସେଠାରେ ଥିବା କାର୍ଯ୍ୟରତ ଶ୍ରମିକ ମାନେ ନିଜର କାର୍ଯ୍ୟ ଛାଡି ଜୀବନ ବିକଳରେ ସୁରକ୍ଷା ସ୍ଥାନକୁ ଦୌଡିବାକୁ ଲାଗିଥିଲେ । ବେଶ କିଛି ସମୟ ମାଇନ୍ସ ଭିତରେ ହାତୀ ଆତଙ୍କ ସୃଷ୍ଟି କରିଥିଲା ଦନ୍ତାଟି। ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ଦୀର୍ଘ ସମୟ ପରେ ହାତୀଟି ଆପେ ଆପେ ଫେରିଆସିଥିଲା ଜଙ୍ଗଲ ।